ବରଗଡ଼ ଜିଲ୍ଲା ବିଜେପି ତରଫରୁ ରାଜ୍ୟ ସରକାରଙ୍କ ୦୧ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ...
ବରଗଡ଼,୦୮/୦୬ : ବରଗଡ଼ ଜିଲ୍ଲା ବିଜେପି ସଭାପତି ଡାକ୍ତର ଅରୂପା ନନ୍ଦ ସାହୁ ଙ୍କ ସଭାପତିତ୍ବରେ କେନ୍ଦ୍ର ସରକାରଙ୍କ ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ସେବାର ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ୦୧ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା ସ୍ତରୀୟ କର୍ମଶାଳା ସ୍ଥାନୀୟ ମିଳନ ମଣ୍ଡପ ଠାରେ ଅନୁଷ୍ଟିତ ହୋଇଥିଲା।
Ad..
ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ତଥା ବକ୍ତା ଭାବେ ରାଜ୍ଯ ବିଜେପି ପ୍ରବକ୍ତା ଶ୍ରୀଯୁକ୍ତ ସୁଦୀପ୍ତ ରାୟ ମାର୍ଗ ଦର୍ଶନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବରଗଡ ବିଧାୟକ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ଷଡ଼ଙ୍ଗୀ ଓ ଅତାବିରା ବିଧାୟକ ଶ୍ରୀଯୁକ୍ତ ନୀହାର ରଞ୍ଜନ ମହାନନ୍ଦ ବିଜେପି ସରକାରର କଲ୍ୟାଣକାରୀ ଯୋଜନା ବିଷୟରେ ଆଲୋଚନା କରିଥିଲେ।
Ad..
ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଉପ- ସଭାପତି ପ୍ରୀତମ୍ ସିଂ ସଂଯୋଜନା କରିଥିଲେ ଏବଂ ଶେଷରେ ଜିଲ୍ଲା ସାଧାରଣ ସମ୍ପାଦକ କୁଶ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରରେ ଜିଲ୍ଲାର ସମସ୍ତ ପଦାଧିକାରୀ,ମଣ୍ଡଲ ସଭାପତି ଏବଂ ବରିଷ୍ଠ ନେତୃମଣ୍ଡଲି ଯୋଗଦାନ କରିଥିଲେ।
Report : Bijay ku sahu
Edited by k.s thakur...



