ଚାଉଳ, ମାଣ୍ଡିଆ ଖାଇବା ସହ ନଗଦ ୮୦ ହଜାର ଟଙ୍କା ଖାଇଦେଲେ ହାତୀ...
ରାୟଗଡ଼ା,୦୭/୦୬ : ହାତୀଙ୍କ ଉତ୍ପାତ। ଘରେ ପଶିଲେ ଚାଉଳ, ମାଣ୍ଡିଆ ଖାଇବା ସହ ଘର ଭାଙ୍ଗିଲେ। ଏତିକିରେ ସେମାନଙ୍କର ମନ ଶାନ୍ତି ହେଲା ନାହିଁ ଯେ, ମେହନତ କରି ଜମା କରିଥିବା ସବୁତକ ଟଙ୍କା ତାହା ପୁଣି ହଜାରେ କି ଦୁଇ ହଜାର ନୁହେଁ, ନଗଦ ୮୦ ହଜାର ଟଙ୍କା ଚୋବାଇ ଖାଇଦେଲେ।
Ad..
କଥାଟି ବୋଧହୁଏ ଆପଣଙ୍କୁ ମିଛ ପରି ଲାଗୁଥିବ। କାରଣ ହାତୀ କେବେ ଟଙ୍କା ଖାଇବାର ବୋଧହୁଏ କେହି କେବେ ଶୁଣିନଥିବେ। ହେଲେ ଘଟଣାଟି ସତ। ଏହା ଘଟିଛି ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ରେଞ୍ଜ ପଟାରୀଗୁଡ଼ା ଗାଁରେ।
Ad..
ରାୟଗଡ଼ାରେ ହାତୀପଲଙ୍କ ଉତ୍ପାତ। ଚାଉଳ, ମାଣ୍ଡିଆ ଖାଇବା ସହ ଘର ଭାଙ୍ଗିଲେ ହାତୀପଲ। ଘରେ ଥିବା ନଗଦ ୮୦ ହଜାର ଟଙ୍କା ବି ଖାଇଦେଲେ।
Edited by k.s thakur...



