ବରଗଡ଼ର ବଦାନ୍ୟ ଅନୁଷ୍ଠାନ "ଫିଡ୍" ତରଫରୁ ଦଳିତ ମେଧାବୀ ଛାତ୍ରଙ୍କୁ ସମ୍ବର୍ଦ୍ଧନା...
ବରଗଡ଼,୧୧/୦୬ : ବରଗଡ଼ର ବଦାନ୍ୟ ଅନୁଷ୍ଠାନ "ଫିଡ୍"(ଫାଉଣ୍ଡେସନ୍ ଫର୍ ଏଜୁକେସନାଲ୍ ଏଣ୍ଡ୍ ଇକୋନୋମିକ୍ ଡେଭେଳପମେଣ୍ଟ୍) ତରଫରୁ ୨୦୨୫ ଦଶମ ଶ୍ରେଣୀ ପରୀକ୍ଷାରେ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ମାର୍କ ରଖି କୃତିତ୍ଵ ଅର୍ଜନ କରିଥିବା...
Ad..
ବରଗଡ଼ ଜିଲ୍ଲାର ଜମଳା ଉଚ୍ଚ ବିଦ୍ୟାଳୟର ଛାତ୍ର ସାହିଲ ବାଗ ଏବଂ କେରମେଲି ଉଚ୍ଚ ବିଦ୍ୟାଳୟର ଛାତ୍ର ସୁବ୍ରତ ନାଗ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସମ୍ବର୍ଦ୍ଧନା ସହ ପ୍ରଶଂସାପତ୍ର, ଉତ୍ତରୀୟ, ଉପଢୌକନ ଓ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା।
Ad..
ସମ୍ବର୍ଦ୍ଧନା ସମୟରେ "ଫିଡ୍" ର ସଦସ୍ୟ ଶ୍ରୀ କ୍ରିଷ୍ନା ସୁନା, ଗୋପୀଗୋପାଳ ସୁନା, ଦିଲୀପ ସୁନା ଓ ସମୀର ହରିପାଳ ପ୍ରମୁଖ ଉପସ୍ଥିତ ଥିଲେ । କୃତୀ ବିଦ୍ୟାର୍ଥୀଙ୍କ ଅଭିଭାବକ ମାନେ ସମ୍ବର୍ଦ୍ଧନାକୁ ସାଦରତା ସହିତ ଗ୍ରହଣ କରିଥିଲେ ଏବଂ ଏହିଭଳି ପଦକ୍ଷେପ ଦଳିତ ବିଦ୍ୟାର୍ଥୀଙ୍କୁ ପ୍ରେରଣା ଓ ଉତ୍ସାହ ଯୋଗାଇବ ବୋଲି ତାଙ୍କର ମନ୍ତବ୍ୟ ରଖିଥିଲେ।
"ଫିଡ୍" ର ସମସ୍ତ କର୍ମକର୍ତା କୃତୀ ବିଦ୍ୟାର୍ଥୀଙ୍କ ଉଜ୍ଵଳ ଭବିଷ୍ୟତ ଓ ଶୁଭେଚ୍ଛା କାମନା କରିଥିଲେ। ଶେଷରେ "ଫିଡ୍" ର ଚେୟାରମେନ ଫଣୀନ୍ଦ୍ର କୁମାର ତାଣ୍ଡି ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
Report : Bijay ku sahu
Edited by k.s thakur...



