ଖଡ଼ିଆଳ ସ୍ଥିତ ଜଗନ୍ନାଥ ମନ୍ଦିର ପରିସର ରେ ମହାପ୍ରଭୁ ଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଳିତ...
ଖଡ଼ିଆଳ,୧୧/୦୬ : ନୂଆପଡ଼ା ଜିଲ୍ଲା ସ୍ଥିତ ସମସ୍ତ ଜଗାଳୟ ରେ ମହାପ୍ରଭୁ ଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଅଛି। ସେହିପରି ଖଡିଆଳ ଠାରେ ବଡ ଦଧିବାମନ ମନ୍ଦିର, ପତିତପାବନ ମନ୍ଦିର ଏବଂ ଜଗନ୍ନାଥ ସ୍ୱାମୀ ମନ୍ଦିର ରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥିବା ବେଳେ ପାରମ୍ପାରିକ ରୀତି ନୀତି ରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ମଣ୍ଡପ ରେ ବିଜେ ହୋଇ ସ୍ନାନ କରୁଥିଲେ।
Ad..
ମନ୍ଦିର ପରିସର ମଧ୍ୟ ରେ ଭକ୍ତ ଏବଂ ଭଗବାନ ଙ୍କ ସମ୍ପର୍କର ମତ୍ୟ ଲୀଳା କରିଥାନ୍ତି। ହର୍ଷ ଓ ଉଲ୍ଲାସ ରେ ମହାପ୍ରଭୁ ଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ଶ୍ରୀ ଜଗନ୍ନାଥ ମନ୍ଦିର ରେ ଚାରି ଦିଅଁଙ୍କ ସ୍ନାନୋତ୍ସବ ମହାସମାରୋହ ହୋଇଅଛି।
Ad..
ଦୁଇ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଶହ ଶହ ଭକ୍ତମାନଙ୍କ ଗହଣରେ ସ୍ନାନୋ ଉତ୍ସବ ପାଳିତ ହୋଇଥିଲା। ଏହି ସମୟରେ ଘଣ୍ଟ, ଶଙ୍ଖ, ମାଦଳ, ହରିବୋଲ ହୁଲହୁଲି ଶବ୍ଦ ରେ ମନ୍ଦିର ପ୍ରାଙ୍ଗଣ ପ୍ରକମ୍ପିତ ହୋଇଉଠିଥିଲା।
ଏହି ଅବସରରେ ରାଜ କୁମାର ଦେବ ଦେବ ସିଂ ଦେଓ ସମେତ ପଣ୍ଡିତ ସୁଦର୍ଶନ ଠାକୁର, ତାରା ପ୍ରସାଦ ଆଚାର୍ଯ୍ୟ, ଆଶିଷ ପଣ୍ଡା, ଶୋଭିତ ପଣ୍ଡା ପ୍ରମୁଖ ପଣ୍ଡିତ ଗଣ ସ୍ନାନ ମହୋତ୍ସବ ର ଭବ୍ୟ ଆକାରରେ ପୂଜା ଵିଧି ରେ ସହଯୋଗ କରିଥିଲେ।ସ୍ନାନବିଦ୍ଧି ପରେ ବିଗ୍ରହ ଙ୍କ ଅଣସର ନୀତି ହୋଇଅଛି।
Edited by k.s thakur...



