ଜିଲ୍ଲାର ସର୍ବମୋଟ ୧୫୭ ଗୋଟି ଜନଜାତି ବହୁଳ ଗ୍ରାମକୁ ଧରତୀ ଆବା – ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନରେ ଚିହ୍ନଟ...
ବରଗଡ଼,୧୧/୦୬ : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ତଥା ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସରକାରଙ୍କ ବିଭିନ୍ନ ବିଭାଗ ଦ୍ଵାରା ଉପଲବ୍ଧ ସେବା ଜନସାଧାରଣ ତଥା ଗୋଷ୍ଠୀମାନଙ୍କ ପାଖରେ ପହଞ୍ଚାଇବା ପାଇଁ ବରଗଡ଼ ଜିଲ୍ଲାର ସର୍ବମୋଟ ୧୫୭ ଗୋଟି ଜନଜାତି ବହୁଳ ଗ୍ରାମକୁ ଧରତୀ ଆବା – ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନରେ ଚିହ୍ନଟ କରାଯାଇଛି।
Ad..
ସେଥିମଧ୍ୟରୁ ଅମ୍ବାଭୋନା ବ୍ଲକର ୪ଟି ଗ୍ରାମ ଥିବା ବେଳେ ଅତାବିରା ବ୍ଲକର ୭ଟି, ବରଗଡ଼ ବ୍ଲକର ୨ଟି, ବରପାଲି ବ୍ଲକର ୧ଟି , ଭଟଲି ବ୍ଲକର ୭ଟି, ଭେଡ଼େନ ବ୍ଲକର ୧ଟି, ବିଜେପୁର ବ୍ଲକର ୨ଟି, ଗାଇସିଲେଟ ବ୍ଲକର ୧ଟି, ଝାରବନ୍ଧ ବ୍ଲକର ୧୩ଟି, ପଦ୍ମପୁର ବ୍ଲକର ୪ଟି, ପାଇକମଳ ବ୍ଲକର ୧୧୦ଟି, ସୋହେଲା ବ୍ଲକର ୫ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି ।
Ad..
ସୂଚନାଯୋଗ୍ୟକି, ଆଗାମୀ ଦିନରେ ଜନଜାତି ଲୋକଙ୍କର ଆବଶ୍ୟକତାକୁ ଚିହ୍ନଟ ତଥା ଉପଲବ୍ଧି ପୂର୍ବକ ସମସ୍ତ ବିଭାଗ ଦ୍ଵାରା ସଂତୃପ୍ତିକରଣ ଦିଗରେ ଜନସାଧାରଣଙ୍କ ସଂପୃକ୍ତି ତଥା ସହଭାଗିତାକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ଜୁନ ୧୨ ତାରିଖରୁ ଜୁନ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବାର ଯୋଜନା ରହିଛି ।
ଏହି ପରିପ୍ରେକ୍ଷିରେ ଏକ ସଚେତନତା ରଥ ମାଧ୍ୟମରେ ଯୋଗ୍ୟ ଲାଭାର୍ଥୀ ମାନଙ୍କୁ ଆଧାର କାର୍ଡ, ରାସନ କାର୍ଡ, ଆୟୁଷ୍ମାନ ଭାରତ କାର୍ଡ, ଜାତି ପ୍ରମାଣ ପତ୍ର, ବାସିନ୍ଦା ପ୍ରମାଣପତ୍ର, କିଷାନ୍ କ୍ରେଡିଟ କାର୍ଡ, ଜନ ଧନ ଆକାଉଣ୍ଡ, ବାର୍ଦ୍ଧକ୍ୟ/ବିଧବା/ଭିନ୍ନକ୍ଷମ ଭତ୍ତା ତଥା ଅନ୍ୟାନ୍ୟ ବିଭାଗଦ୍ଵାରା ପ୍ରଦତ୍ତ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ ।
ଏକ ସଚେତନତା ରଥ ମଧ୍ୟ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଶିବିରରେ ପହଞ୍ଚିବ ଓ ତତ୍ ସଙ୍ଗେ ସଙ୍ଗେ ବିଭିନ୍ନ ବିଭାଗ ଦ୍ଵାରା ଶିବିରରେ ଆବଶ୍ୟକ ସେବା ଯୋଗାଇ ଦିଆଯିବ। ତେଣୁ, ଜିଲ୍ଲାର ସମସ୍ତ ଜନସାଧାରଣ ନିଜ ଗ୍ରାମ ପଂଚାୟତରେ ଆୟୋଜିତ ହେଉଥିବା ସଚେତନତା ଶିବିରରେ ଯୋଗ ଦେଇ ସାମୁହିକ ତଥା ବ୍ୟକ୍ତିଗତ ଆବଶ୍ୟକତାର ଦାବୀ ଉପସ୍ଥାପନ କରିବା ସହ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ନିଅନ୍ତୁ।
Report : Bijay ku sahu
Edited by k.s thakur...



