ଶିକ୍ଷା ଅଧିକାରୀଙ୍କ ଗୃହକାର୍ଯ୍ୟ ପରିଦର୍ଶନ...

ଶିକ୍ଷା ଅଧିକାରୀଙ୍କ ଗୃହକାର୍ଯ୍ୟ ପରିଦର୍ଶନ...


କଣ୍ଟାବାଞ୍ଜି,୦୨/୦୬ : ବର୍ତ୍ତମାନ ସାରା ରାଜ୍ୟରେ ବିଦ୍ୟାଳୟ ଗୁଡ଼ିକ ଗ୍ରୀଷ୍ମପ୍ରବାହ ଯୋଗୁଁ ବନ୍ଦ ରହିଥିବାରୁ ଛାତ୍ରଛାତ୍ରୀ ମାନଙ୍କୁ ଛୁଟିରେ ପାଠପଢିବା ପାଇଁ ଓସେପା ତରଫରୁ ଗୃହକାର୍ଯ୍ୟ କରିବା ସକାଶେ ପ୍ରଶ୍ନପତ୍ର ପ୍ରତ୍ୟେକ ବିଦ୍ୟାଳୟରେ ଦିଆଯାଇଥିଲା।

            Ad..


ଛାତ୍ରଛାତ୍ରୀ କିପରି ଗୃହକାର୍ଯ୍ୟ କରୁଛନ୍ତି ଓ ଶିକ୍ଷକ ଶିକ୍ଷୟିତ୍ରୀ କିପରି ତଦାରଖ କରୁଛନ୍ତି ତଦାରଖ ପାଇଁ ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌତମ ପଟେଲ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି, ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ଓ ଶିକ୍ଷୟିତ୍ରୀ ସୁଭଦ୍ରା ମେହେର କିଛି ଛାତ୍ରଛାତ୍ରୀ ମାନଙ୍କ ଘରକୁ ପରିଦର୍ଶନରେ ଯାଇଥିଲେ।

            Ad..


ଛାତ୍ରଛାତ୍ରୀ ମାନଙ୍କୁ ଭେଟି  ଗୃହକାର୍ଯ୍ୟ ଦେଖିବା ସହିତ ଆହୁରି  ଭଲ କରିବାକୁ ପରାମର୍ଶ ଦେବା ସହିତ ପିତାମାତା ଓ ଅଭିଭାବକ ମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ।ପୂର୍ବରୁ ଶ୍ରୀ ଦାଶ କ୍ଳଷ୍ଟରର ସମସ୍ତ ବିଦ୍ୟାଳୟକୁ  ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ପରିଦର୍ଶନ କରିଥିଲେ।

ଆଜି ପରିଦର୍ଶନ ସମୟରେ ଗୃହକାର୍ଯ୍ୟ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବାପାଇଁ ଶିକ୍ଷଣ ସାମଗ୍ରୀ ବଣ୍ଟନ କରିଥିଲେ।




Edited by k.s thakur...



Post a Comment

Previous Post Next Post