ବରିଷ୍ଠ ମାନଙ୍କୁ ସାକ୍ଷାତକାର ଅଭିଯାନ...
ବରଗଡ଼,୦୨/୦୬ : ଗତକାଲି ରବିବାର ଦିନ ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବରିଷ୍ଠ ଙ୍କୁ ସାକ୍ଷାତକାର କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଂପାଦକ ଗୋବିନ୍ଦ ଦାଶ ଙ୍କ ନେତୃତ୍ବରେ ତଥା ସତ୍ୟ ନାରାୟଣ ପଣ୍ଡାଙ୍କ..
Ad..
ଆବାହକତ୍ବରେ ଆଜୀବନ ସଦସ୍ୟ (ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଅର୍ଥ ବିଭାଗ ) ଶ୍ରୀ ସୁଧାଂଶୁ ଶେଖର ଶତପଥୀ ଙ୍କୁ ୱାର୍ଡ ନଂ ୧୯ ମାଷ୍ଟର ଟିକ୍ରା ବ୍ରହ୍ମ ବିହାର ସ୍ଥିତ ତାଙ୍କ ବାସଭବନରେ ସାକ୍ଷାତ କରିବା ସହିତ ନିକଟରେ ଭୁବନେଶ୍ୱର କେଆର ହସ୍ପିଟାଲ ରୁ ତାଙ୍କର ଦୁଇ ଆଣ୍ଠୁ ର..
Ad..
ସଫଳ ଅସ୍ତ୍ରୋପଚାର କରି ଫେରିଥିବା ଏବଂ ବର୍ତ୍ତମାନ ନିଜ ବାସଭବନରେ ସ୍ତ୍ରୀ ପୁଅ ବୋହୁଙ୍କ ସହିତ ସୁସ୍ଥରେ ତଥା ଖୁସିରେ ଥିବା ପ୍ରକାଶ କରିଥିଲେ।
ଏହି ପ୍ରତିନିଧି ମଣ୍ଡଳୀରେ ସର୍ବଶ୍ରୀ ଅଭୟ କୁମାର ଭୋଇ,ଦେବୀ ପଟ୍ଟନାୟକ, ତୁଳସୀ ଚରଣ ଦାଶ, ଲଳିତ ବିଶୀ ପ୍ରମୁଖ ଯାଇଥିଲେ।ଜିଲ୍ଲା ବରିଷ୍ଠ ନାଗରିକ ଙ୍କ ଏହି ସାକ୍ଷାତକାର ଅଭିଯାନ କୁ ଭୂୟସୀ ପ୍ରଶଂସା କରିବା ସହିତ ପୁଣି ଆଉଥରେ କେବେ ଆସିବାକୁ ଶ୍ରୀ ଶତପଥୀ ଅନୁରୋଧ କରିଥିଲେ।
ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଏହି ସାକ୍ଷାତକାର ଅଭିଯାନ କୁ ଅନ୍ୟ ସଂଘମାନେ ମଧ୍ୟ ପ୍ରଶଂସା ଓ ଅନୁକରଣ କରୁଥିବା ସଂପାଦକ ଶ୍ରୀ ଦାଶ ପ୍ରକାଶ କରିଥିଲେ।
Report : Bijay ku sahu
Edited by k.s thakur...



