ନନ୍ଦନକାନନରେ ଧଳା ବାଘ ଶାବକର ମୃତ୍ୟୁ...

ନନ୍ଦନକାନନରେ ଧଳା ବାଘ ଶାବକର ମୃତ୍ୟୁ...


ଭୁବନେଶ୍ଵର,୦୨/୦୬ : ନନ୍ଦନକାନନରେ ଧଳା ବାଘ ଶାବକର ମୃତ୍ୟୁ। ସେ ଗତ ମାର୍ଚ୍ଚରୁ ଅସୁସ୍ଥ ଥିବାବେଳେ ଆଜି ଆଖି ବୁଜିଛି। ଜନ୍ମ ହେବାର ମାତ୍ର ସାତ ମାସ ପରେ ଧଳା ବାଘ ଶାବକର ମୃତ୍ୟୁ ହୋଇଥିବା ଜଣାପଡିଛି। 

          Ad..


ଗତବର୍ଷ  ନଭେମ୍ବର ୨ରେ ବାଘୁଣୀ ରୂପା ଶାବକ ଜନ୍ମ ଦେଇଥିଲା। ମାର୍ଚ୍ଚରେ ବାଘ ଶବକର ଗୋଡ଼ରେ ଘା’ ହେବାରୁ ଅସୁସ୍ଥ ହୋଇଥିଲା ।ସୂଚନା ଯୋଗ୍ୟ; ୬ ବର୍ଷର ରୂପା ଓ କ୍ରୀଷ୍ଣାର ମିଳନରେ ଗତ ନଭେମ୍ବର ୨ରେ ଧଳା ବାଘ ଛୁଆ ଜନ୍ମ ନେଇଥିଲା। 

         Ad..


ରୂପା ତୃତୀୟ ଥର ଗର୍ଭବତୀ ହେବା ପରେ  ୪ଟି ଛୁଆ ଜନ୍ମ ଦେଇଥିଲା । ସେଥିରୁ ଗୋଟିଏ ଶାବକର ମାର୍ଚ୍ଚ ମାସରେ ଗୋଡ଼ରେ ଘା ସୃଷ୍ଟି ହୋଇଥିଲା । ସେବେଠାରୁ ତାର ଚିକିତ୍ସା ଚାଲିଥିଲା ।  ଶେଷରେ ଧଳା ଶାବକର ମୃତ୍ୟୁ ହୋଇଛି ।



Edited by k.s thakur...




Post a Comment

Previous Post Next Post