ଖୁବଶୀଘ୍ର ନୂଆ ମଦ ନୀତି ଆଣିବେ ସରକାର...
ଭୁବନେଶ୍ୱର,୦୨/୦୬ : ରାଜ୍ୟରେ ଖୁବଶୀଘ୍ର ନୂଆ ମଦ ନୀତି ଆସିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଚଳିତ ମାସ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ନୂଆ ମଦ ନୀତି ରାଜ୍ୟରେ ଲାଗୁ ହେବ ବୋଲି ମନ୍ତ୍ରୀ କହିଛନ୍ତି।
Ad..
ନୂଆ ମଦ ନୀତିରେ ନୂଆ ଦୋକାନ ଖୋଲିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଏପରିକି ଅନ୍ୟରାଜ୍ୟର ମଦ ନୀତି ଅନୁଧ୍ୟାନ ପାଇଁ ୩ଟି ଟିମ ଗସ୍ତ କରିବେ। ସେମାନେ ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, କେରଳ, ତାମିଲନାଡୁ ଜିଲା ଗସ୍ତ କରିବେ ବୋଲି ସେ କହିଛନ୍ତି। ଅନୁଧ୍ୟାନ କରି ଆସନ୍ତା ୭ ଓ ୮ ତାରିଖ ବେଳକୁ ଟିମ୍ ଫେରିବେ ବୋଲି ସୂଚନା ମଳିଛି।
Ad..
ପଲିସିରେ ଯାହା କିଛି ବାକି ଅଛି ପରିବର୍ତ୍ତନ ହୋଇ ରାଜ୍ୟରେ ଲାଗୁ ହେବ ବୋଲି ମନ୍ତ୍ରୀ କହିଛନ୍ତି। ନୂତନ ପଲିସିରେ ବେଆଇନ ମଦ, ଦଣ୍ଡବିଧାନ, ପୁରୁଣା ପଲିସିର ଅସୁବିଧା ଦୂର ହେବ। ସବୁ କଥାକୁ ଆଖି ଆଗରେ ରଖି ୩ ବର୍ଷିଆ ପଲିସି ହେବ ବୋଲି ସୂଚନା ମିଳିଛି।
Edited by k.s thakur...
Tags:
Bhubaneswar
latest news
latest update
minister prithviraj harichandan
new excise policy
odisha daily current affairs



