ଅପରାହ୍ନର ରାଜ୍ୟସ୍ତରୀୟ ସାରସ୍ୱତ ଉତ୍ସବରେ ବରଗଡ଼ ର ପ୍ରତିଭା ସମ୍ବର୍ଦ୍ଧିତ...

ଅପରାହ୍ନର ରାଜ୍ୟସ୍ତରୀୟ ସାରସ୍ୱତ ଉତ୍ସବରେ ବରଗଡ଼ ର ପ୍ରତିଭା ସମ୍ବର୍ଦ୍ଧିତ...


ବରଗଡ଼,୦୩/୦୬ : ବାଲେଶ୍ୱର ଠାରେ ଅପରାହ୍ନ ସମ୍ବାଦପତ୍ର ର ଦୁଇ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ସାରସ୍ୱତ ମହୋତ୍ସବ ଇଂ ରବୀନ୍ଦ୍ର କୁମାର ଜେନାଙ୍କ ଦ୍ୱାରା ଉତଘାଟୀତ ହୋଇ ସମ୍ବାଦପତ୍ର ର ସମ୍ପାଦକ ଶ୍ରୀ ବଂଶୀଧର ଜେନା ଓ ପ୍ରକାଶିକା ଲକ୍ଷ୍ମୀ ପ୍ରିୟା ଦାସ ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି।

          Ad..


ଏହି ଉତ୍ସବରେ ଅତିଥି ଭାବେ ଶ୍ରୀ  ଗୋବିନ୍ଦ ଚନ୍ଦ୍ର ଦାସ,ଶ୍ରୀ ଅଶ୍ବିନୀ କୁମାର ପାତ୍ର,ଡ଼. ଲଷ୍ମୀକାନ୍ତ ତ୍ରିପାଠୀ,ବିପ୍ଳବ କୁମାର ମହାନ୍ତି ଯୋଗ ଦେଇଥିଲେ। ଉତଯାପାନୀ ଉତ୍ସବ କୁ ଶୁଭାରମ୍ଭ କରିଥିଲେ ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ କବି ଡ ଅରୁଣ ସାହୁ।ଅନ୍ୟ ଅତିଥି ଭାବେ ମାନସ କୁମାର ଦତ୍ତ,ସୁବାଶିନୀ ଜେନା, ଡ଼. ସନ୍ତୋଷ ତ୍ରିପାଠୀ କିଶୋର ଦ୍ବିବେଦୀ ପ୍ରମୁଖ ଯୋଗଦାନ କରିଥିଲେ। 

         Ad..


ଉତ୍ସବରେ ୨୨୫ ଜଣ କବି କବିତା ପାଠ କରିଥିଲେ।ଏହା ବ୍ୟତୀତ  ସମୁଦାୟ ୨୮ ଟି ପୁସ୍ତକ ଉନ୍ମୋଚନ ମଧ୍ୟରେ ବରଗଡ଼ର ଶ୍ରୀ ପ୍ରଦୀପ ପଣ୍ଡା ଙ୍କ 'ଅନ୍ତଃସ୍ୱର' ପୁସ୍ତକ ଉନ୍ମୋଚିତ ହୋଇଥିଲା।    

 ଉକ୍ତ ସମାରୋହରେ ବରଗଡ଼ ର ସୁବର୍ଣ୍ଣ ଦୀପ ପତ୍ରିକା ର ସମ୍ପାଦକ ଶ୍ରୀ ପ୍ରଦୀପ୍ତ ଭାନୁ ମହାନ୍ତି, ଭଗବାନ ମିଶ୍ର ସ୍ମୃତି ସମିତିର କୋଷାଧ୍ୟକ୍ଷ ନବକୃଷ୍ଣ ମିଶ୍ର ଓ ପ୍ରଦୀପ ପଣ୍ଡାଙ୍କୁ 'ସୃଜନ ଶ୍ରୀ' ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଛି। ଏଥିଯୋଗୁଁ ସୁବର୍ଣ୍ଣଦୀପ ପରିବାର ଓ ଭଗବାନ ମିଶ୍ର ସ୍ମୃତି ସମିତି ସଦସ୍ୟ ମାନେ ଅଭିନନ୍ଦନ ଜଣାଇଛନ୍ତି ଓ ସାହିତ୍ୟିକ ମହଲରେ ଆନନ୍ଦ ପ୍ରକାଶ ପାଇଛି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post