ଜିଲ୍ଲା ରେ ଜନସଚେତନତା ପାଇଁ କୈାଣସି ସରକାରୀ କାର୍ଯ୍ୟକ୍ରମ ନାହିଁ...

ଜିଲ୍ଲା ରେ ଜନସଚେତନତା ପାଇଁ କୈାଣସି ସରକାରୀ କାର୍ଯ୍ୟକ୍ରମ ନାହିଁ...


ବରଗଡ଼,୨୦/୦୬ : ବରଗଡ଼ ଜିଲ୍ଲା ର କୈାଣସି ବିଭାଗ ରେ ଜନସଚେତନତା ହେଉଛି ଜନ କଲ୍ୟାଣକାରୀ ଯୋଜନା ବିଭାଗ ତରଫରୁ ପ୍ରଚାର ପ୍ରସାର ପାଇଁ କୈାଣସି କାର୍ଯ୍ୟକ୍ରମ ହେଉନଥିବାରୁ ଜନସାଧାରଣ ଉପକୃତ ହେଉନାହାନ୍ତି। 

           Ad..


ଜନସାଧାରଣ ଙ୍କ ପାଇଁ ରହିଥିବା ସରକାରୀ ସୁବିଧା ସୁଯୋଗ ହେଉକି ଜରୁରୀ ସେବା ପ୍ରତି  ଘରେ ଓ ପ୍ରତି ଗାଁ ରେ ପହଞ୍ଚାଇବା ପାଇଁ ଆଦୈ ସଚେତନତା କାର୍ଯ୍ୟକ୍ରମ କରାଯାଉ ନାହିଁ। ବେବଳ ନାମକୁ ମାତ୍ର କାନ୍ଥ ବାଡ଼ରେ ସୂଚନା ଲେଖାଯାଇ ଦାୟିତ୍ଵ ଖସାଇ ଦିଆଯାଉଛି। 

Ad..


ଯେଉଁ ମାନେ ପାଠ ପଢ଼ି ନାହାଁନ୍ତି କିମ୍ବା କାନ୍ଥ ବାଡ ରେ ଲେଖା ପଢିବା ପାଇଁ ସମୟ ନାହିଁ ସେମାନେ ସରକାରୀ ଜନ ହିତକର ଯୋଜନା ହେଉକି ଜରୁରୀ ସରକାରୀ ସୁବିଧା ସୁଯୋଗ ବିଷୟରେ ଜାଣି ପାରୁନାହାନ୍ତି। 

ବର୍ତ୍ତମାନ ପାଣିପାଗ ପରିବର୍ତ୍ତିତନ ର ସମୟ ଏହି ସମୟରେ ଜ୍ବର, ଥଣ୍ଡା, ଝାଡା ବାନ୍ତି ପ୍ରଭୃତି ସ୍ବାସ୍ଥ୍ୟ ଗତ ସମସ୍ୟା ରହିଥାଏ ଚିକିତ୍ସା ପାଇଁ ଗ୍ରାମାଞ୍ଚଳ ରେ କିଭଲି ବ୍ୟବସ୍ଥା ରହିଛି ଅଧିକାଂଶ ଜନସାଧାରଣ ଙ୍କୁ ଜଣାନାହିଁ ଫଳରେ ଜରୁରୀ କାଳୀନ ସୁବିଧା ସୁଯୋଗ ନାମରେ ରୋଗୀ ଙ୍କ ଅବସ୍ଥା ଜଟିଲ ହୋଇପଡେ। 

ଆହୁରି ମଧ୍ୟ ବର୍ଷା ସମୟରେ ସାପ କାମୁଡା ହେଉକି ବଜ୍ରପାତ କିଭଲି ସରକାରୀ ସୁବିଧା ସୁଯୋଗ ରହିଛି ଜିଲ୍ଲା ର ଅଧିକାଂଶ ଜନସାଧାରଣ ଙ୍କୁ ଜଣାନାହିଁ ଫଳରେ ବିପଦ ଓ ସମସ୍ୟା ବଢ଼ିଯାଇଛି। ଏହିଭଲି ସରକାର ଙ୍କ ତରଫରୁ ରହିଥିବା ପଞ୍ଚାୟତ, ବ୍ଲକ, ତହସିଲ ଓ ଉପଖଣ୍ଡ ଓ ଜିଲ୍ଲା ସ୍ତରୀୟ କାର୍ଯ୍ୟାଳୟ ଓ ତା'ର କର୍ତ୍ତବ୍ୟ...

କେଉଁ ଠାରେ କିକି ସୁବିଧା ସୁଯୋଗ ରହିଛି ସେ ବିଷୟରେ ବହୁ ଜନସାଧାରଣ ଜାଣିପାରୁ ନାହାଁନ୍ତି ଫଳରେ ଅଧିକ ଖର୍ଚ୍ଚାନ୍ତ ସହ ହରିରାଣ ହରକତ ହେଉଛନ୍ତି ହେଲେ ଏଭଲି ଗ୍ରାମାଞ୍ଚଳ ର ଜନସାଧାରଣ ଙ୍କ ପାଇଁ  ସମୟ ଅନୁସାରେ ସଚେତନତା କାର୍ଯ୍ୟକ୍ରମ କରାଯାଉ ବୋଲି ଗ୍ରାମାଞ୍ଚଳ ରୁ ଦାବି ହେଉଛି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post