ବିକାଶ ମେଳା ଅବସରରେ ଟ୍ରାଫିକ୍ ଏବଂ ସଡ଼କ ସୁରକ୍ଷା ସଚେତନତା ରାଲି ଆୟୋଜିତ...
ବରଗଡ଼,୨୦/୦୬ : ଜିଲ୍ଲା ସ୍ତରୀୟ ବିକାଶ ମେଳାର ଶେଷ ଦିବସରେ ଲୋକମାନଙ୍କ ମଧ୍ୟରେ ଟ୍ରାଫିକ୍ ନିୟମ ଅନୁପାଳନ କରି ସୁରକ୍ଷିତ ଗାଡି ଚାଳନା କରିବା ତଥା ଦୁର୍ଘଟଣା ପରେ ସମୟୋପଯୋଗୀ ସାହାଯ୍ୟ ଦେବା ବିଷୟରେ ସଚେତନତା ସୃଷ୍ଟି କରିବା ଉଦେଶ୍ୟରେ ସ୍ଥାନୀୟ ଗାନ୍ଧୀ ଛକରୁ ମିନି ଷ୍ଟାଡିୟମ୍ ପର୍ଯ୍ୟନ୍ତ ଏକ ସଡ଼କ ସୁରକ୍ଷା ସଚେତନତା ରାଲି ଆୟୋଜିତ ହୋଇଛି।
Ad..
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାତ୍ମା ଗାନ୍ଧୀ ଏବଂ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ପତାକା ଦେଖାଇ ରାଲିର ଶୁଭାରମ୍ଭ କରିଥିଲେ ।
Ad..
ସମ୍ମାନିତ ଅତିଥି ଭାବେ ପୌରଧ୍ୟକ୍ଷା ଶ୍ରୀମତୀ କଲ୍ପନା ମଝିଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲା, ଅବକାରୀ ଅଧିକ୍ଷକ ସୁବନ କୁମାର ନାୟକ ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ବିଭିନ୍ନ ଅଧିକାରୀ, କର୍ମଚାରୀ, ବିଭିନ୍ନ ସ୍କୁଲ ଓ କଲେଜର ଶିକ୍ଷକ-ଛାତ୍ରଛାତ୍ରୀ, ପୋଲିସ ବାହିନୀ, ସ୍ଥାନୀୟ ସେଚ୍ଚାସେବୀ ଅନୁଷ୍ଠାନର କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସବୁଆ ମାଝିଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଡ଼କ ସୁରକ୍ଷା ଉପରେ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା, ଯାହାର ବିଜେତାମାନଙ୍କୁ ଇ-ସର୍ଟିଫିକେଟ୍ ଦ୍ୱାରା ସମ୍ମାନିତ କରାଯିବ।
ସାମାଜିକ ଦାୟିତ୍ୱ ଓ ମାନବିକତାର ଦୃଷ୍ଟାନ୍ତ ସ୍ୱରୂପ, ସ୍ଥାନୀୟ ବାସିନ୍ଦା ଶ୍ରୀ ନିତ୍ୟାନନ୍ଦ ବେହେରା ଓ ଶ୍ରୀ ବିକାଶ ଅଗ୍ରୱାଲ ଆକସ୍ମିକ ଦୁର୍ଘଟଣା ପରେ ସ୍ୱଳ୍ପ ସମୟ ମଧ୍ୟରେ (ଗୋଲ୍ଡେନ ଆୱାର୍) ଆହତଙ୍କୁ ହସ୍ପିଟାଲକୁ ପହଁଚାଇ ସେମାନଙ୍କ ଚିକିତ୍ସା ପାଇଁ ସାହାଜ୍ଯ କରିଥିବାରୁ ୨,୦୦୦ ଟଙ୍କାର ପୁରସ୍କାର ରାଶିକୁ ବ୍ଯାଙ୍କ ଚେକ ଆକାରରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା ଏବଂ ଅଞ୍ଚଳର ଜଣେ ପ୍ରଖ୍ୟାତ ସାମାଜିକ କର୍ମୀ ଶ୍ରୀମତୀ ସଂଘମିତ୍ରା ପଟେଲଙ୍କୁ ସାମାଜ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା।
Report : Bijay ku sahu
Edited by k.s thakur...



