ମହିଳାଙ୍କ ପାଇଁ ବରଗଡ଼ରେ ଯୋଗ ଅଭିଯାନ: ସ୍ୱାସ୍ଥ୍ୟ, ସମ୍ମାନ ଓ ଆତ୍ମବଳ ପାଇଁ ଏକ ନୂଆ ପଥ"...

ମହିଳାଙ୍କ ପାଇଁ ବରଗଡ଼ରେ ଯୋଗ ଅଭିଯାନ: ସ୍ୱାସ୍ଥ୍ୟ, ସମ୍ମାନ ଓ ଆତ୍ମବଳ ପାଇଁ ଏକ ନୂଆ ପଥ"...


ବରଗଡ଼,୨୦/୦୬ : ବର୍ତ୍ତମାନ ବୟସ୍କ ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟ ଏବଂ ସ୍ୱାଭିମାନ ଆଉ ବ୍ୟକ୍ତିଗତ ଉନ୍ନତିରେ-ଯୋଗ ଏକ ଅବିନାଶୀ ଅସ୍ତ୍ର ଭାବରେ ପ୍ରମାଣିତ ହେଉଛି। ଆନ୍ତର୍ଜାତିକ ଯୋଗା ଦିବସ ଅବ୍ୟବହିତ ପୂର୍ବରୁ ଆଜି ନେହେରୁ ଏସୋସିଏସନ ମହିଳା ଯୋଗାଭ୍ୟାସ ଅଭିଯାନ ଦ୍ବାରା ଏକ କାର୍ଯ୍ୟଶାଳାର ଆୟୋଜନ ହୋଇଥିଲା। 

Ad..


ଯୋଗ ପ୍ରଶିକ୍ଷିକା ଶିବାନୀ ଭୋଇଙ୍କ ମତରେ, “ଯୋଗ ମହିଳାଙ୍କ ଜୀବନରେ କେବଳ ଏକ ଅଭ୍ୟାସ ନୁହେଁ, ଏହା ତାଙ୍କର ସମ୍ପୂର୍ଣ୍ଣ ଶାରୀରିକ, ମାନସିକ ଓ ଆତ୍ମିକ ସ୍ୱାସ୍ଥ୍ୟର ପାଇଁ ଏକ ଶକ୍ତିଶାଳୀ ଆଧାର।” ଯେଉଁଠି ମହିଳା ମାନଙ୍କ ଜୀବନରେ ହର୍ମୋନ ପରିବର୍ତ୍ତନ, ଗର୍ଭାବସ୍ଥା, ମେନୋପଜ, ମାନସିକ ଚାପ, ଓ ବିଭିନ୍ନ ଦାୟିତ୍ୱ ଏକ ସାଧାରଣ ଅଂଶ, ସେଠି ଯୋଗ ତାଙ୍କୁ ଏକ ସମ୍ବଳ ଦିଏ। 

         Ad..


ପ୍ରାଣାୟାମ ଓ ଧ୍ୟାନ ଦ୍ୱାରା ମନ ଶାନ୍ତ ହୁଏ, ତାଳମେଳ ରହିଥାଏ, ଏବଂ ମେନୋପଜ ଅବସ୍ଥାର ଶାରୀରିକ ଓ ମାନସିକ ଅସୁବିଧାକୁ ସନ୍ତୁଳିତ କରିବାରେ ସହାୟକ ହୋଇଥାଏ। 

ଯୋଗ ଶିଷ୍ୟା ଆରତୀ ମହାପାତ୍ରଙ୍କ ଅଭିଜ୍ଞତା ମଧ୍ୟ ଏହାକୁ ଅନୁମୋଦନ କରିଛି। ସେ କହିଛନ୍ତି, “ବୟସାଧିକ୍ୟ ମହିଳାଙ୍କ ପାଇଁ ଯୋଗ – ଜୀବନ ଶୈଳୀରେ ସ୍ୱାସ୍ଥ୍ୟକର ପରିବର୍ତ୍ତନର ଚାବିକାଠି। ମୋତେ ଏହି ଅଭ୍ୟାସ ନିଜର ଶକ୍ତି ବଢ଼ାଇଛି, ମନ ଶାନ୍ତ ରଖିଛି ଓ ଜୀବନକୁ ନୂତନ ଭାବେ ଦେଖିବା ଶିଖାଇଛି।”

ଏହାର ପ୍ରେରଣାଦାୟୀ ଦିଗକୁ ବିସ୍ତାର ଦେଇ, ଆୟୁର୍ବେଦ ମେଡିକାଲ ଅଫିସର ଡା. ଅଜିତ କୁମାର ଦର୍ଜୀ କହନ୍ତି, “ଯୋଗ ବୃଦ୍ଧାବସ୍ଥାରେ ଅସ୍ଥି ଦୁର୍ବଳତା, ଅନିଦ୍ରା, ଅର୍ଥରାଇଟିସ, ଡିପ୍ରେସନ ଓ ଉଚ୍ଚ ରକ୍ତଚାପ ଭଳି ସମସ୍ୟାକୁ ହ୍ରାସ କରେ। ନିୟମିତ ଧ୍ୟାନ ଓ ପ୍ରାଣାୟାମ ମହିଳାଙ୍କୁ ଦୃଢ଼ ମନ ଓ ଶକ୍ତିଶାଳୀ ଶରୀର ଦିଏ।” 

ଘର ଓ ବାହାର ଉଭୟ ଦାୟିତ୍ୱ ନିଭାଉଥିବା ମହିଳା ମାନେ ଅନେକ ସମୟ ମାନସିକ ଚାପରେ ଥାନ୍ତି। ଧ୍ୟାନ, ପ୍ରାଣାୟାମ ଓ ଅନ୍ୟାନ୍ୟ ଯୋଗ ଅଭ୍ୟାସ ମାନସିକ ଶାନ୍ତି ଦିଏ ଓ ଡିପ୍ରେସନ, ଆଙ୍ଗଜାଇଟି ଭଳି ସମସ୍ୟାକୁ ହ୍ରାସ କରେ।

ସେହିଭଳି ଗର୍ଭଧାରଣ ଅବସ୍ଥାରେ ମଧ୍ଯ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ନିର୍ଦ୍ଦିଷ୍ଟ ଯୋଗାସନ ଏବଂ ଶ୍ୱାସ ଅଭ୍ୟାସ ମାଁ ମାନଙ୍କୁ ରିଲାକ୍ସ କରାଏ, ପ୍ରସବ ଅନୁଭୂତିକୁ ସହଜ କରେ ଓ ଅନେକ ଉପସମସ୍ୟାକୁ ରୋକିଥାଏ ବୋଲି ଡାକ୍ଟର ଦର୍ଜୀ କହିଛନ୍ତି। 

ଜଣେ ଗୃହିଣୀ ଲୀନା ମିଶ୍ର ନିଜ ଅନୁଭୂତି କୁ ପ୍ରକାଶ କରିଥିଲେ ଯେ, ଏହି ଯୋଗ ଶିବିର କୁ ଆସି ଯୋଗାଭ୍ୟାସ କରିବା ଦ୍ବାରା ମାନସିକ ତଥା ଶାରୀରିକ ସ୍ତରରେ ଅଦ୍ଭୁତ ପରିବର୍ତ୍ତନ ତଥା ଫୂର୍ତ୍ତିଶୀଳ ଅନୁଭବ କରୁଛି। 

ପୂର୍ବରୁ ସକାଳୁ ଆସିବା ପାଇଁ ସମୟ ର ଅଭାବ ରହୁଥିଲା କିନ୍ତୁ କିଛି ବନ୍ଧୁଙ୍କ ର ବାରମ୍ବାର ପରାମର୍ଶ ପରେ ଆସି କିଛି ଦିନ ଯୋଗାଭ୍ୟାସ କଲି। ଜଣେ ବିବାହିତା ସ୍ତ୍ରୀ ପାଖରେ ଘରର ଏତେ ଦାୟିତ୍ୱବୋଝ ଥାଏ ତାକୁ ସବୁବେଳେ ସମୟ ର ଅଭାବ ରହିଥିବା, ମୋର ମଧ୍ଯ ସେଭଳି ମନେ ହେଉଥିଲା କିନ୍ତୁ ଏହି ଶିବିର କୁ ଆସିବା ପରେ ଅନୁଭବ କରୁଛି ଯେ ଆମ ପାଖରେ ବହୁତ ସମୟ ରହୁଛି ତାକୁ କିଭଳି ଉପଯୋଗ କରିବା ତାହା ନିଜ ଉପରେ ନିର୍ଭର କରିଥାଏ। 

ଦୁଇବର୍ଷ ପୂର୍ବରୁ ବରଗଡର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ନେହେରୁ ଏସୋସିଏସନ ଦ୍ବାରା ପ୍ରଥମଥର ପାଇଁ ସ୍ବତନ୍ତ୍ର ରୂପେ କେବଳ ମହିଳା ମାନଙ୍କ ପାଇଁ ଯୋଗାଭ୍ୟାସ ଅଭିଯାନ ଆରମ୍ଭ କରା ଯାଇଥିଲା। ନେହେରୁ ଏସୋସିଏସନ ର ଯୋଗ ପ୍ରଶିକ୍ଷକ ସୁଶିଲ ଭୋଇ ଓ ତାଙ୍କ ସହଧର୍ମିଣୀ ପ୍ରଶିକ୍ଷିକା ଶିବାନୀ ଭୋଇ ତଥା ଏସୋସିଏସନ ର ମହିଳା ସଂଯୋଜିକା ଅନୁପମା ମିଶ୍ରଙ୍କ ଉଦ୍ୟମକ୍ରମେ ଖୁବ୍ କମ ସଂଖ୍ଯକ ମହିଳା ଙ୍କୁ ନେଇ ପ୍ରତିଦିନ ସକାଳୁ ଏହା ଆରମ୍ଭ ହେଲା। 

ଏବେ ଯୋଗାଭ୍ୟାସ ମହିଳା ଆଗ୍ରହୀ ଙ୍କ ସଂଖ୍ଯା ବ୍ରୁଦ୍ଧି ପାଇବାରେ ଲାଗିଛି। ଏମାନଙ୍କର ଏ ପ୍ରୟାସ ଦ୍ବାରା ଆରମ୍ଭ ହୋଇଥିବା ଏହି ଅଭିଯାନ, ଏକ ଦୃଢ଼ ଆନ୍ଦୋଳନ ରୂପ ନେଇଛି। ମହିଳାଙ୍କ ପାଇଁ ଏହା ସମ୍ମାନ, ସ୍ୱାସ୍ଥ୍ୟ ଓ ସ୍ୱାଧୀନତାର ଏକ ନୂଆ ରାସ୍ତା ଖୋଲିଛି। ଏହି କାର୍ଯ୍ୟଶାଳାରେ ବହୁ ମହିଳା ଯୋଗଦେଇ ନେହେରୁ ଏସୋସିଏସନ ର ଏଭଳି ଅଭିଯାନ କୁ ବହୁ ପ୍ରଶଂସା କରିଥିଲେ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post