ବରଗଡ଼ ଜିଲ୍ଲା ପଦ୍ମପୁର ତହସିଲ ଭିତରେ ତହସିଲଦାର ଙ୍କ ଗାଡି...ଲୋକଙ୍କ ସରକାର ରେ ଏ କି ବ୍ୟବସ୍ଥା ?
ବରଗଡ଼,୨୦/୦୬ : ବରଗଡ଼ ଜିଲ୍ଲା ପଦ୍ମପୁର ତହସିଲଦାରଙ୍କ ଅଫିସ୍ ରେ ଲୋକଙ୍କ ବସିବା ପାଇଁ ଯାଗା ନାହିଁ ହେଲେ ତହସିଲଦାର ଙ୍କ ଗାଡି ଅଫିସ ଭିତରେ ରହୁଛି ବୋଲି ଆଲୋଚନା ହେଉଛି । ଅଫିସ ସମ୍ମୁଖରେ ରହୁଛି ଗାଡି ଲୋକଙ୍କ ଯିବା ଆସିବା ରାସ୍ତା ନ ଥିବା ବେଳେ ବରିଷ୍ଠ ନାଗରିକ, ମହିଳା, ଙ୍କ ବସିବାକୁ ସମସ୍ୟା ହେଉଛି।
Ad..
ଲୋକଙ୍କ ସରକାର କୁହାଯାଉଥିବା ସରକାରୀ ବ୍ୟବସ୍ଥା ରେ ପ୍ରଥମେ ବିଭାଗୀୟ ଅଧିକାରୀ ଙ୍କ ସୁବିଧା ସୁଯୋଗ ପ୍ରତି ଗୁରୁତ୍ବ ଦିଆଯାଉଛି ନା ସାଧାରଣ ଲୋକ ଙ୍କ ସୁବିଧା ସୁଯୋଗ ପ୍ରତି ଗୁରୁତ୍ବ ଦିଆଯାଉଛି ଲୋକ ଦ୍ବନ୍ଦ ରେ ରହିଛନ୍ତି।
Ad..
ବ୍ୟବସ୍ଥା ଭିତରେ ଯଦି ସମ୍ଭବ ବରଗଡ଼ ଜିଲ୍ଲାପାଳ ଏହି ତହସିଲ କାର୍ଯ୍ୟାଳୟ ର ଉଚିତ୍ ବ୍ୟବସ୍ଥା ଅନୁଧ୍ୟାନ କରି ଜନସାଧାରଣ ଙ୍କୁ ସରକାରୀ ସୁବିଧା ଅସୁବିଧା ବାବଦରେ ଜଣାଇଦେଲେ ପଦ୍ମପୁର ତହସିଲଦାର ଙ୍କ କାର୍ଯ୍ୟାଳୟ କୁ ଆସୁଥିବା ସାଧାରଣ ଜନତା ନିଜ ବ୍ୟବସ୍ଥା କରିବେ ବୋଲି ଆଜି ପଦ୍ମପୁର ତହସିଲ କୁ ଆସିଥବା ଲୋକ କହୁଛନ୍ତି।
ଏପରିକି ଲୋକ ବସିବା ପାଇଁ ଯାଗା ନାହିଁ ତହସିଲଦାର ଙ୍କ ଗାଡି ଅଫିସ ରେ ରଖାଯାଉଛି ଏହା ସାମ୍ବାଦିକ ମାନଙ୍କୁ ଦେଖାଯାଉନାହିଁ ବୋଲି କହୁଛନ୍ତି ଯାହାକି ଏହି ଖବର ମାଧ୍ୟମରେ ପଦ୍ମପୁର ତହସିଲ ର ଚର୍ଚ୍ଚା ପ୍ରକାଶ କରାଯାଇଛି ଉଚିତ୍ ବ୍ୟବସ୍ଥା କ'ଣ ତାହା ସାଧାରଣ ଜନତା ହୁଅନ୍ତୁ ବା ଲୋକଙ୍କ ସରକାର କିମ୍ବା ଜିଲ୍ଲା ପ୍ରଶାସନ ସମାଧାନ କରନ୍ତୁ।
Report : Bijay ku sahu
Edited by k.s thakur...



