ବରଗଡ଼ ଜିଲ୍ଲା ରେ ଚାଷୀ ଅସନ୍ତୋଷ ଲଘୁଚାପ ବର୍ଷା ରେ ଗଜା ଧାନ ନେଇ ଧାରଣା...
ବରଗଡ଼,୨୦/୦୬ : ବରଗଡ଼ ଜିଲ୍ଲା ରେ ଚାଷୀମାନେ ବାରମ୍ବାର ଆନ୍ଦୋଳନ କରୁଥିଲେ ବି ସମସ୍ୟା ର ସମାଧାନ ହେଉନାହିଁ କାହିଁକି? ଜିଲ୍ଲା ପ୍ରଶାସନ ହେଉଛି ନେତା କେହି ଚାଷୀ ଙ୍କ ସମସ୍ୟା ଅବଗତ ନୁହଁନ୍ତି।
Ad..
ଗତ ବିଜେଡି ସରକାରଙ୍କ ସମୟରେ ଜିଲ୍ଲା ର ଚାଷୀ ବାରମ୍ବାର ସମସ୍ୟା ଦର୍ଶାଇ ଆନ୍ଦୋଳନ କରୁଥିଲେ ସମାଧାନ ହେଉନଥିଲା ଏବେ ବିଜେପିର ଡବଲ ଇଞ୍ଜିନ ସରକାର ସମୟରେ ମଧ୍ୟ ଆନ୍ଦୋଳନ ଚିଲୁଛି। ସମସ୍ୟା ସମାନ ହେଲେ ସରକାର ପରିବର୍ତ୍ତନ ହେଲେବି ବରଗଡ଼ ଜିଲ୍ଲା ର ଚାଷୀ ସମସ୍ୟା କେବେ ସମାଧାନ ହୋଇପାରୁ ନାହିଁ।
Ad..
ଏବେ ପୁଣି ଚାଷ ପାଇଁ ସଜବାଜ ହେଉଥିବା ବେଳେ ଏପର୍ଯ୍ୟନ୍ତ ଜିଲାରେ ଧାନକିଣା ସମସ୍ୟା ଅସମାହିତ ରହିଛି। ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଛନ୍ତି। ମାତ୍ର ତାହା ବିକ୍ରି ହୋଇପାରୁ ନାହିଁ ଏବଂ ଦୀର୍ଘଦିନ ଧରି ମଣ୍ଡିର ଖୋଲା ଆକାଶତଳେ ପଡ଼ି ରହୁଛି।
ସେହିପରି ଚାଷୀଙ୍କ ଘରେ ଏବଂ ଖଳାରେ ମଧ୍ୟ ବହୁ ପରିମାଣରେ ଧାନ ବିକ୍ରି ଅପେକ୍ଷାରେ ରହିଛି। କିନ୍ତୁ ବିଭିନ୍ନ ଆଳରେ ମଣ୍ଡିରୁ ଧାନ ଉଠାଯାଉ ନ ଥିବାରୁ ଚାଷୀମାନେ ଘରେ ଏବଂ ଖଳାରେ ରଖିଥିବା ଧାନ ମଣ୍ଡିକୁ ଆଣି ପାରୁ ନାହାନ୍ତି। ଅନ୍ୟପଟେ ମୌସୁମୀ ସକ୍ରିୟ ହେବା ସହିତ ବର୍ଷା ଲାଗି ରହିଥିବାରୁ ଚାଷୀଙ୍କ କଷ୍ଟୋପାର୍ଜିତ ଧାନ ଭିଜି ଗଜା ହୋଇ ନଷ୍ଟ ହେବାରେ ଲାଗିଛି।
ଅନେକ ସ୍ଥାନରେ ଧାନ ଗଜା ହୋଇଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି। ଧାନ ଉଠାଣ ଦାବି ନେଇ ପ୍ରତିଦିନ ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧାଉଁଛନ୍ତି। ଏହାସତ୍ତ୍ୱେ ଧାନ ଉଠାଣ ଦିଗରେ ପ୍ରଶାସନିକ ଉଦାସୀନତା ଏବଂ ସ୍ଥାନୀୟ ଜନ ପ୍ରତିନିଧିଙ୍କ ନୀରବତା ଯୋଗୁ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଗୁରୁବାର ଜିଲାର ବରପାଲି ବ୍ଲକ ଅନ୍ତର୍ଗତ ତୁଲଣ୍ଡି ମଣ୍ଡି ଉପରେ ନିର୍ଭର କରୁଥିବା ଚାଷୀମାନେ ଏଭଳି ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ବିଭାଗୀୟ ଅଧିକାରୀ ଏବଂ ପ୍ରଶାସନଠାରେ ବାରମ୍ବାର ଦାବି ସତ୍ତ୍ୱେ ଧାନ ଉଠାଣ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ କରି ସେମାନେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଭିନବ ପ୍ରତିବାଦ କରିଥିଲେ।
ଗଜାଧାନ ଧରି ସମସ୍ତ ଚାଷୀ ବିକ୍ଷୋଭ ପ୍ରଦର୍ଶନ ଧାରଣାରେ ବସିଥିଲେ । ଚାଷୀ ଙ୍କ ଅଭିଯୋଗ ଅନୁସାରେ ତୁଲଣ୍ଡି ମଣ୍ଡିରେ ବର୍ତ୍ତମାନ ସୁଦ୍ଧା କେବଳ ୯୦୫୬ କୁଇଣ୍ଟାଲ ଧାନ ବିକ୍ରି ହୋଇଛି ଏବଂ ଆହୁରି ୨୩ହଜାର ୯୩୩ କୁଇଣ୍ଟାଲ ଧାନ ପଡ଼ି ରହିଥିବା ନେଇ ଚାଷୀମାନେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବାକି ରହିଥିବା ଧାନକୁ କେବେ କିଣାଯିବ ବୋଲି ଚାଷୀ ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଥିଲେ।
ସମସ୍ତ ବଳକା ଧାନ କିଣାଯିବା ସହିତ କୌଣସି ଚାଷୀଙ୍କ ଟୋକନ ଅବଧି ଯେଭଳି ସରିବ ନାହିଁ ଏବଂ କେହି ଧାନବିକ୍ରିରୁ ବଞ୍ଚିତ ନ ହେବେ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଚାଷୀମାନେ ଧାରଣାରୁ ଉଠିଥିଲେ।
Report : Bijay ku sahu
Edited by k.s thakur...



