ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତୁରେକେଲା ବ୍ଲକ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ...

ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତୁରେକେଲା ବ୍ଲକ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ...


କଣ୍ଟାବାଞ୍ଜି,୦୫/୦୬ : ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତୁରେକେଲା ବ୍ଲକର କର୍ମକର୍ତ୍ତା ନୂଆ ଗୋଷ୍ଠୀ ଶିକ୍ଷାଧିକାରୀ ଗୌତମ ପଟେଲ ଙ୍କୁ ସ୍ୱାଗତ କରିଵା ସହିତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ  ମୁଖ୍ୟମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ ଓ ଶିକ୍ଷା ସଚିବକୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। 

            Ad..


ଏହି ଦାବିପତ୍ରରେ ଓଡିଶା ପ୍ରାଥମିକ ଶିକ୍ଷା ସଂଶୋଧନ ନିୟମ ୨୦୧୯ ଅନୁସାରେ ୧୧.୦୨.୨୦୧୧ ପୂର୍ବରୁ ନିଯୁକ୍ତି ପାଇଥିବା ସମସ୍ତ ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତିରେ ଓଟିଇଟିକୁ ବାଧ୍ୟତାମୂଳକ ନ କରିବା ପାଇଁ ଅନୁରୋଧ କରାଯାଇଛି। 

         Ad..


୧୧.୦୨.୨୦୧୧ ପୂର୍ବରୁ ନିଯୁକ୍ତି ପାଇଥିବା ଶିକ୍ଷକ ଙ୍କ ପାଇଁ ଓଟିଇଟି ଲାଗୁ କରିବା ଅର୍ଥ ସରକାରୀ ନିୟମକୁ ଖିଲାପ କରିବା । ତେଣୁ ଭି (ଏ) ରୁ ଭି (ବି) କୁ କିମ୍ବା ସମସ୍ତ ପ୍ରକାରର ପଦୋନ୍ନତିରେ ୧୧.୦୨.୨୦୧୧ ପୂର୍ବରୁ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକଙ୍କୁ ଯିଏ ଓଟିଇଟି କରୁ ବା ନ କରୁ ସମସ୍ତଙ୍କୁ ପଦୋନ୍ନତି ଦେବା ପାଇଁ ସଂଘ ଦାବି କରିଛି । 

ଦାବିପତ୍ର ପ୍ରଦାନ ସମୟରେ ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ ର ସଭାପତି ବ୍ରଜମୋହନ ମିଶ୍ର, ସମ୍ପାଦକ ଅମର ବାଗ, ସଦସ୍ୟ ବିକାଶ ବର୍ଗେ, ଜାନକୀରାମ ସମ୍ବେଦମ, ଅନୁପ ଦାସ, ମଣି ମାଝୀ, ମନୋଜ ବରିହା, ସୁରମଣି ମେହେର ଓ ଲଳିତ କୁଅଁର ଉପସ୍ଥିତ ଥିଲେ।




Edited by k.s thakur...



Post a Comment

Previous Post Next Post