ଜୈବିକ କୃଷି ପଦ୍ଧତିରେ ଚାଷ କାମ ପାଇଁ ଲୋକଙ୍କୁ ଆକୃଷ୍ଟ କରୁଛି କର୍ଲାବାହାଲି ସ୍ଥିତ କେଦାରନାଥ ଫ୍ରୁଟ ଓ ନର୍ସରୀ...
କଣ୍ଟାବାଞ୍ଜି,୦୫/୦୬ : ଆଜି କାର ଆଧୁକିନ ଯୁଗରେ ଲୋକେ ଅଧିକ ଅର୍ଥ ଉପାର୍ଜନ ପାଇଁ ଜୈବିକ କୃଷି ପଦ୍ଧତିରେ ଚାଷ କାମ ଛାଡି ରାସାୟନିକ ପଦ୍ଧତିରେ ସାର୍ ବିହନ ର ପ୍ରୟୋଗ କରି ଚାଷ କାମ କରୁଛନ୍ତି। କମ୍ ଦିନରେ ଅଧିକ ଚାଷ ଲୋଭରେ ପଡ଼ି ନିଜର ଜୀବନ ସହ ଆଗାମୀ ପିଢ଼ି ଜୀବନ ସହ ମଧ୍ୟ ଖେଳୁ ଛନ୍ତି !
Ad..
କାହିଁକି ନା ରାସାୟନିକ ପଦ୍ଧତିରେ ସାର୍ ବିହନ ର ପ୍ରୟୋଗ ରେ ଉତ୍ପାଦନ ହେଉଥିବା ଫଳ,ମୂଲ , ପନି ପାରିବା ଖାଇ ଲୋକେ ରୋଗାକ୍ରାନ୍ତ ହେଉଛନ୍ତି।ତେବେ ଆଜି ବିଶ୍ୱ ପରିବେଶ ଦିବସ ଅବସର ରେ ଆପଣଙ୍କୁ ଜୈବିକ ପଦ୍ଧତିର ରେ ଉତ୍ପାଦନ କରାଯାଉଥିବା ଫଳ,ମୂଲ , ପନି ପାରିବା ସ୍ଥାନ ବିଷୟରେ ଅବଗତ କରିବା।
Ad..
କଣ୍ଟାବାଞ୍ଜି ସହର ମହକୁମା ରୁ ପ୍ରାୟ ୬ କିମି ଦୂରତା ରେ ଅଛି କର୍ଲା ବାହାଲି ଗ୍ରାମ। ଯେଉଁ ଗ୍ରାମ ରେ ଅଛି ସରକାରୀ ମାନ୍ୟତା ପ୍ରାପ୍ତ କେଦାରନାଥ ଫ୍ରୁଟ ଓ ନର୍ସରୀ।
Pic kedarnath fruit and nursery...
ଏହି ସ୍ଥାନରେ ଜୈବିକ ପଦ୍ଧତିର ଉପଯୋଗ କରି ଫଳ,ମୂଲ , ପନି ପାରିବା ର ଉତ୍ପାଦନ କରାଯାଉଅଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨୫ ଏକର ଜମିରେ ପ୍ରାୟ ୨୦୦୦ ରୁ ଉର୍ଦ୍ଧ୍ବ ଆମ୍ଭ ଗଛ,୫୦୦ ରୁ ଉର୍ଦ୍ଧ୍ବ ବରକୋଳି ଗଛ,୨୦୦ ରୁ ଉର୍ଦ୍ଧ୍ବ ଲେମ୍ବୁ ଗଛ ସହ ଅନେକ ଫଳ ମୂଳ ଗଛ ଲଗା ଯାଇଛି।
କଣ୍ଟାବାଞ୍ଜି ନିବାସୀ ଅନିକ କୁମାର ଅଗ୍ରୱାଲ ଓ ତାଙ୍କ ପୁଅ ବିକାଶ ଅଗ୍ରୱାଲ ଙ୍କ ପ୍ରଚେଷ୍ଟା କ୍ରମେ ବିଗତ ୬ ବର୍ଷ ଧରି ଅକ୍ଲାନ୍ତ ପରିଶ୍ରମ କରିବା ପରେ ତାଙ୍କୁ ଜୈବିକ ପଦ୍ଧତିରେ ଉତ୍ପାଦନ କରି କିଛି ଲାଭ ହୋଇଛି।
ବିକାଶ ଅଗ୍ରୱାଲ ଙ୍କ କହିବା ଅନୁସାରେ ସେ ଲାଭ କୁ ନ ଦେଖି ଆଗାମୀ ଭବିଷ୍ୟତ ପାଇଁ ଯୁବ ପିଢ଼ି ଓ ଲୋକଙ୍କୁ ଜୈବିକ ପଦ୍ଧତି ରେ ଚାଷ କାମ କରିବା ପ୍ରତି ଆକୃଷ୍ଠ କରିବା ସହ ତାର ଲାଭ ବିଷୟ ରେ ଅବଗତ କରାଇବା ହି ମୂଲ ଲକ୍ଷ ବୋଲି କହିଛନ୍ତି।
ତାଙ୍କ ବାପା ଅନିଲ କୁମାର ଅଗ୍ରୱାଲ ଅନେକ ବର୍ଷ ରୁ ଜୈବିକ ଚାଷ କାମ ପ୍ରତି ରୁଚି ରଖୁଥିବା ବେଳେ ବର୍ତ୍ତମାନ ସମୟ ରେ ବିକାଶ ଅଗ୍ରୱାଲ ଜୈବିକ ପଦ୍ଧତି ରେ ଉତ୍ପାଦନ କରି ଲୋକଙ୍କ ପାଇଁ ଗୋଟିଏ ଉଦାହରଣ ସୃଷ୍ଟି କରିଛନ୍ତି।
Edited by k.s thakur...




