ବଲାଙ୍ଗୀର ଜିଲ୍ଲା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘର ସାମ୍ବିଧାନିକ କମିଟି ର ଚୟନ, ପ୍ରଦୀପ ସଭାପତି ଓ ଶଙ୍କର ସମ୍ପାଦକ...

ବଲାଙ୍ଗୀର ଜିଲ୍ଲା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘର ସାମ୍ବିଧାନିକ କମିଟି ର ଚୟନ ; ପ୍ରଦୀପ ସଭାପତି ଓ ଶଙ୍କର ସମ୍ପାଦକ...



କଣ୍ଟାବାଞ୍ଜି,୦୫/୦୬ : ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ ବଲାଙ୍ଗୀର ଜିଲ୍ଲା ସଦର ମହକୁମା ଠାରୁ ୧୦ କିଲୋମିଟର ଦୂରତା ରେ ସ୍ଥିତ ବରଗାଁ ହାଇସ୍କୁଲରେ ରେ ରାଜ୍ୟ କର୍ମକର୍ତ୍ତା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବଲାଙ୍ଗୀର ଜିଲ୍ଲା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘର ସାମ୍ବିଧାନିକ କମିଟିର ଚୟନ ହୋଇଯାଇଛି।

           Ad..


ଏଥିରେ ସଭାପତି ଭାବରେ ମୁରିବାହାଲ ହାଇସ୍କୁଲ ର ପ୍ରଦୀପ ପୁଟେଲ ବହୁ ଭୋଟରେ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବରେ ଶଙ୍କର ପ୍ରସାଦ ମିଶ୍ର, କାର୍ଯ୍ୟକାରୀ ସଭାପତି ଭାବେ ଅନୀଲ ସାହୁ, ଉପସଭାପତି ମଣିକର ମାଝୀ, ସନ୍ତୋଷ ମିଶ୍ର, ପ୍ରଣତୀ ପାଣିଗ୍ରାହୀ, ସହ ସମ୍ପାଦକ ଭାବରେ ପିତାମ୍ବର ଛତର... 

            Ad..


ଶୂଭେନ୍ଦ୍ର ମହାନ୍ତି, ପଦ୍ମାଲୟା ତ୍ରିପାଠୀ, କାର୍ଯ୍ୟକାରୀ ସଦସ୍ୟ ଭାବେ କୁଳମଣି ଯୋଶୀ, ଭକ୍ତ ବନ୍ଧୁ ପୁରୋହିତ, ନବକିଶୋର ନନ୍ଦ ନିର୍ବାଚିତ ହୋଇଛନ୍ତି। ନୂତନ କମିଟି ର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ରାଜ୍ୟ ସମସ୍ତ ଶିକ୍ଷକ ସଙ୍ଘ ତରଫରୁ ଶୁଭେଚ୍ଛା ଦିଆ ଯାଇଛି।



Edited by k.s thakur...

Post a Comment

Previous Post Next Post