କାହିଁକି ମନେ ପଡୁନଥିଲା ଏଥେଲେଟିକ ଆସୋସିଏସନ ;ଦରକାର ନଥିଲା ନା ଇଚ୍ଛା ଶକ୍ତିର ଥିଲା ଅଭାବ?
[୨୪ ବର୍ଷ ର ବିଜେଡି ସାଶନ ସମୟରେ କ୍ରୀଡା ସଂଘ ପ୍ରତି ତାଙ୍କର କି ଅବଦାନ ରହିଛି ଯବାବ ଦିଅ ?]
ବରଗଡ଼,୦୪/୦୬ : ବରଗଡ ଜିଲ୍ଲା ର ପଦ୍ମପୁର ଉପଖଣ୍ଡ କ୍ରୀଡା ପ୍ରେମୀ, ଖେଳାଳି ଓ ସଂସ୍କୃତି ର ମାଟି ଅଟେ। ଏହି ମାଟିରୁ ବିଗତ ଦିନ ମାନଙ୍କରେ ଏଥେଲେଟିକ ର ବିଭିର୍ଣ୍ଣ ଶ୍ରେଣୀରେ ବୋହୁ ଖେଳାଳି ରାଜ୍ୟ ତଥା ରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଖେଳରେ ଭାଗ ନେଇ ଅଞ୍ଚଳ ପାଇଁ ସୁନାମ ଆଣିଛନ୍ତି ଯାହା ପଛରେ ପଦ୍ମପୁର ଏଥେଲେଟିକ ଆସୋସିଏଷନ ଅନବରତ ପ୍ରୟାସ କରି ଆସିଛି।
Ad..
ଏଥେଲେଟିକ ଆସୋସିଏସନ ତରଫରୁ ଅଞ୍ଚଳର ଖେଳାଳି ମାନଙ୍କ ଅଗ୍ରଗତି କୁ ଦୃଷ୍ଟି ରେ ରଖି ବିଗତ ବର୍ଷ ମାନଙ୍କରେ ସର୍ବଭାରତୀୟ ସ୍ତରର ଫୁଟବଲ ଟୁର୍ଣ୍ଣାମେଣ୍ଟରେ, ଖେଳାଳି ମାନଙ୍କ ପାଇଁ ପୂର୍ବତନ ସାଂସଦ ସଞ୍ଜୟ ଭୋଇ ଙ୍କ ସମୟରେ ମିଳିଥିବା ଅନୁଦାନରୁ ଖେଳାଳି ଙ୍କ ଏକ ଚେଞ୍ଜିଙ୍ଗ ରୁମ, ଅଶୋକ ପଡିଆ ରେ ଅସାଧୁ ଏବଂ ଦୁର୍ବୃତ୍ତ ଙ୍କ ଆସାମାଜିକ କାର୍ଯ୍ୟ କଳାପ ରୋକିବା ପାଇଁ...
Ad..
ଭାଙ୍ଗି ଯାଇଥିବା ଉଭୟ ଗେଟ ର ନବୀକରଣ ତଥା ପଡିଆ ରାସ୍ତା କୁ ଫେଭର ବ୍ଲକ ପକାଇ ସୌନ୍ଦର୍ଜୀ କରଣ ସହ ପଡିଆ ରେ ପୂର୍ବତନ ସାଂସଦ ସୁରେଶ ପୂଜାରୀ ଙ୍କ ସମୟରେ ମିଳିଥିବା ଅନୁଦାନରୁ ୧୮ ଶହ ବର୍ଗ ଏକ ମଞ୍ଚ ନିର୍ମାଣ ପରି ବିଭିର୍ଣ୍ଣ ପ୍ରକାରର କାର୍ଯ୍ୟ କରି ଆସୁଛି।
କିନ୍ତୁ ବର୍ତ୍ତମାନ କିଛି ମୁଷ୍ଟିମେୟ ଖଳ ପ୍ରବୃତ୍ତି ବ୍ୟକ୍ତି ନିଜର ରାଜନୈତିକ ସ୍ୱାର୍ଥ ହାସଲ ଉଦ୍ଦେଶ୍ୟରେ ଏଥେଲେଟିକ ଆସୋସିଏସନ୍ କୁ ବଦନାମ କରିବାକୁ ଚେଷ୍ଟା କରୁଥିବା ଏବେ ସ୍ପଷ୍ଟ ବାରି ହେଉଛି। ଏମିତି କି ଗତ କିଛିଦିନ ପୂର୍ବରୁ ଏଥେଲେଟିକ ଆସୋସିଏସନ୍ ତରଫରୁ ଏକ ପ୍ରତିନିଧି ଦଳ ଅଶୋକ ଖେଳ ପଡିଆ କୁ ଅତ୍ୟାଧୁନିକ ଷ୍ଟେଡିୟମ ରେ ପରିଣତ କରିବା ପାଇଁ ସାଂସଦ ପ୍ରଦୀପ ପୁରୋହିତଙ୍କୁ ଭେଟି ଅବଗତ କରିଥିଲେ ।
ସାଂସଦ ରାଜ୍ୟ ସରକାର ଙ୍କ କ୍ରୀଡା ମନ୍ତ୍ରୀ ଙ୍କ ଆଲୋଚନା କରି ଖୁବ ଶୀଘ୍ର କାର୍ଯ୍ୟରମ୍ଭ ପାଇଁ ମଧ୍ୟ ପ୍ରସ୍ତାବକୁ କାର୍ଯକାରୀ କରାଯାଉଥିବା ବେଳେ ତାକୁ ପରୋକ୍ଷରେ କରାଇ ନଦେବା ପାଇଁ ଆଜି ଧାରଣା ରେ ବସି ଏକ ହିନ ଚକ୍ରାନ୍ତ ଚଳାଇଛନ୍ତି ଜାହା ପୂର୍ଣ୍ଣତଃ ହାସ୍ୟାସ୍ପଦ ଓ ନିନ୍ଦନୀୟ ଅଟେ।
ବିଗତ ଦୀର୍ଘ ବର୍ଷ ଧରି ନିଜ ସରକାର ସାଶନ ରେ ଥିବା ସତ୍ୱେ ମଧ୍ୟ କୌଣସି ବିକାଶ ମୂଳକ କାର୍ଯ୍ୟ ଅଞ୍ଚଳର କ୍ରୀଡା ସଂଘ ପାଇଁ କରିବା ତ ଦୂର କଥା ଆଡ ଆଖିରେ ଦେଖି ନାହାନ୍ତି ଆଉ ଆଜି ନିଜର ରାଜନୈତିକ ଖଳ ଉଦେଶ୍ୟ ପୁରଣ କରିବା ପାଇଁ କୁମ୍ଭୀର କାନ୍ଦଣା ନକାନ୍ଦି ତାଙ୍କ ସରକାର ସମୟରେ କଣ ପାଇଁ ଥରୁ ଟିଏ ମଧ୍ୟ ଏଥେଲେଟିକ ଆସୋସିଏସନ..
ତଥା କ୍ରୀଡ଼ାବିତ ମାନଙ୍କ ବିକାଶ କଥା ମନେ ପଡୁନଥିଲା, ଦରକାର ମାନେ ହେଉନଥିଲା ନା ବିଗତ ସରକାର ଏବଂ ବିଗତ ସ୍ଥାନୀୟ ନେତୃତ୍ୱ ଙ୍କ ଇଚ୍ଛା ଶକ୍ତି ର ଅଭାବ ଥିଲା ତାର ଆଗେ ଯବାବ ଦିଅନ୍ତୁ ବୋଲି ଗଣମାଧ୍ୟମକୁ କହିଛନ୍ତି।
Report : Bijay ku sahu
Edited by k.s thakur...



