ବରଗଡ଼ କୁସନପୁରୀ ଠାରେ ସ୍ୱୟଂକ୍ରୀୟ ଯାନ ପରୀକ୍ଷଣ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ...
ବରଗଡ଼,୦୫/୦୬ : ସଡ଼କ ପରିବହନରେ ଶୂନ୍ୟ ଦୁର୍ଘଟଣା ଲକ୍ଷ୍ୟ ନେଇ ଓଡ଼ିଶା ସରକାର ବିଶେଷ କାର୍ଯ୍ୟ ହାତକୁ ନେଇଛନ୍ତି। ସେହି ଉଦ୍ଦେଶ୍ୟରେ ଗାଡି ଚାଳନା ପ୍ରଶିକ୍ଷଣ କେନ୍ଦ୍ରକୁ ମ୍ୟାନୁଆଲ୍ ପରିବର୍ତ୍ତେ ଅଟୋମେସନ୍ ବା ସ୍ଵୟଂକ୍ରିୟ କରାଯାଉଛି ।
Ad..
ଏହି କ୍ରମରେ ଗତକାଲି ଲୋକସେବା ଭବନ କନଭେନ୍ସନ୍ ସେଣ୍ଟର ଠାରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆୟୋଜିତ ଶୂନ ଦୁର୍ଘଟଣା ଦିବସ ଏବଂ ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୨୪ କୋଟି ଟଙ୍କା ବିନିଯୋଗରେ ସୋନପୁର...
Ad..
ଚଣ୍ଡୀଖୋଲ, ଭଞ୍ଜନଗର, ମୟୁରଭଞ୍ଜ, ରାଇରଙ୍ଗପୁର, ବଲାଙ୍ଗୀର, ତାଳଚେର, ମାଲକାନଗିରି, ନୟାଗଡ଼, ନବରଙ୍ଗପୁର ଓ ଦେବଗଡ଼ରେ ୧୧ ଟି ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷଣ ବ୍ୟବସ୍ଥା (ADTS)ର ଶୁଭାରମ୍ଭ କରିଥିଲେ।
ଏଥି ସହିତ ୨୧୫ କୋଟି ଟଙ୍କା ପ୍ରକଳ୍ପ ମୂଲ୍ୟରେ ଡ୍ରାଇଭିଂ ଇଲୋକ୍ଟ୍ରନିକ ଏନଫୋର୍ସମେଣ୍ଟ ଟୁ ସେଭ ହ୍ୟୁମାନ୍ ଲାଇଭ୍ସ ବା ଦିଶା ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଶୁଭାରମ୍ଭ କରିଥିଲେ । ଏହା ରାଜ୍ୟର ବିଭିନ୍ନ ଜାତୀୟ ଓ ରାଜ୍ୟ ରାଜପଥର ୪୮୫ କିଲୋମିଟର ଅଞ୍ଚଳରେ କାର୍ଯ୍ୟକ୍ଷମ ହେବ ।
ଏହା ସହିତ ୧୦୦୭ କିଲୋମିଟର ଅଞ୍ଚଳରେ ଏହି ପ୍ରକଳ୍ପର ତୃତୀୟ ପର୍ଯ୍ୟାୟ ପାଇଁ ଶିଳାନ୍ୟାସ ମଧ୍ୟ କରାଯାଇଛି । ଏହି ବ୍ୟବସ୍ଥା ଫଳରେ ସଡ଼କ ସୁରକ୍ଷା ନିୟମ ପାଳନ କରୁନଥିବା ଚାଳକଙ୍କ ବିରୁଦ୍ଧରେ ସ୍ୱୟଂକ୍ରିୟ ପ୍ରଣାଳୀରେ ଇ-ଚାଲାଣ କଟିବ। ଯାଜପୁର ଜିଲ୍ଲାରେ ଦ୍ୱିତୀୟ ପଞ୍ଜୀକୃତ ଯାନ ସ୍କ୍ରାପିଂ କେନ୍ଦ୍ର ମଧ୍ୟ ଉଦ୍ଘାଟିତ ହୋଇଛି ।
ଏହି ଅବସରରେ ସ୍ଥାନୀୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିଷରରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ସମେତ ମାନ୍ୟବର ସାଂସଦ ପ୍ରତିନିଧି ଶ୍ରୀ ସୁରେଶ୍ୱର ଶତପଥୀ, ଜିଲ୍ଲା ସ୍ତରୀୟ ଅଧିକାରୀ କର୍ମଚାରୀ ଆଭାସୀ ମାଧ୍ୟମରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସହ ଜଡିତଥିଲେ।
Report : Bijay ku sahu
Edited by k.s thakur...



