ବଙ୍ଗୋମୁଣ୍ଡା ରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ...

ବଙ୍ଗୋମୁଣ୍ଡା ରେ ପ୍ରାକୃତିକ ବିପର୍ଯ୍ୟୟ  ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ...


ବଙ୍ଗୋମୁଣ୍ଡା,୧୮/୦୬ : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ସଭାଗୃହ ଠାରେ  ଆଜି ଜିଲା ପ୍ରାକୃତିକ  ବିପର୍ଯ୍ୟୟ ପରିଚାଳନା ଅଧିକାରୀ ବଲାଙ୍ଗିର ଙ୍କ ନିର୍ଦେଶ କ୍ରମେ ବ୍ଲକସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। 

      Ad..


ବଲାଙ୍ଗୀର ଜିଲା ପଞ୍ଚାୟତ ଅଧିକାରୀ ସରୋଜ ମେହେର, ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡା. ଜୟନ୍ତ ବାଗ,ଜିପିଡ଼ିଓ ପୁରୁଷୋତ୍ତମ ମାଝୀ,ବିତ୍ତ ଅଧିକାରୀ ଜ୍ୟୋତି ପ୍ରକାଶ ମିଶ୍ର,ସିଡିପିଓ ମାଧୁରୀ ହୋତା,କୃଷି ଅଧିକାରୀ ସ୍ମାରକୀ ପ୍ରଧାନ,ବିଏସଏସଓ ସଞ୍ଜିତ ସୁନା,ଏବିଇଓ ସୋମନାଥ ମଙ୍ଗରାଜ...

        Ad..


ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ସତ୍ୟ ମହାନ୍ତି,ସହକାରୀ ପ୍ରାଣୀ ଚିକିତ୍ସକ ଭବାନୀ ଶଙ୍କର ବେହେରା,ସ୍ୱାସ୍ଥ୍ୟ ସୁପରଭାଇଜର ଜେମାକାନ୍ତ ବାଗ,ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ର ଉପସଭାପତି  ଅଶୋକ ନାରାୟଣ ଭୋଇ, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ର ସମ୍ପାଦକ ହୁଲେଶ୍ୱର ହଂସ,ପଞ୍ଚାୟତର ପିଇଓ,ଅଗ୍ନିଶମ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

ବିପର୍ଯ୍ୟୟ ସମୟରେ କିଭଲି ପରିଚାଳନା କରାଯିବ ସେ ନେଇ ବ୍ୟାପକ ଭାବେ ଆଲୋଚନା କରାଯାଇଥିଲା । ଏଥିରେ ବହୁ ବିଭାଗ ର ଅଧିକାରୀ ମାନେ ଅନୁପସ୍ଥିତ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ସମସ୍ତ ବିଭାଗ ସମନ୍ୱୟ ରଖି କାର୍ଯ୍ୟ ଗୁଡିକ ସଠିକ ଭାବେ କରିବା ପାଇଁ ଆଲୋଚନା କରିଥିଲେ ।




Edited by k.s thakur...

Post a Comment

Previous Post Next Post