ନିର୍ଝରିଣୀ ତରଫରୁ ଶିଶୁ ସାହିତ୍ୟିକ ସଂପର୍କ ଯାତ୍ରା...
କଣ୍ଟାବାଞ୍ଜି,୧୯/୦୬ : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ତରଫରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଥିବା ଶିଶୁ ସାହିତ୍ୟିକ ମାନଙ୍କ ସହିତ ଚାରିଦିନ ଧରି ସୁସଂପର୍କ ଯାତ୍ରା କରାଯାଇଥିଲା।
Ad..
ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ବାଇକଯୋଗେ ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ଼, ଗଞ୍ଜାମ, ପୁରୀ, କଟକ,ଖୋର୍ଦ୍ଧା ଆଦି ଜିଲ୍ଲାରେ ବସବାସ କରୁଥିବା ଶିଶୁ ସାହିତ୍ୟିକ ରମେଶ ଦାଶ,ପ୍ରଶାନ୍ତ ମଙ୍ଗରାଜ, ପ୍ରହ୍ଲାଦ ବେହେରା, ବଳରାମ ରଣସିଂ,ଅଜୟ ସେଠୀ...
Ad..
ପ୍ରତିମା ରଥ ,ବନ୍ଦନା ମହାପାତ୍ର,ରବୀନ୍ଦ୍ର ମିଶ୍ର,ସ୍ୱପ୍ନେଶ୍ୱର ମିଶ୍ର, ଗିରୀଶ ଚନ୍ଦ୍ର ମିଶ୍ର, ପ୍ରଭାତ ମିଶ୍ର, ସଞ୍ଜୟ ପଣ୍ଡା ଆଦିଙ୍କୁ ଭେଟିବା ସହିତ ମମତାର ଡୋରି ଓ ନିର୍ଝର ପତ୍ରିକା ଦେଇଥିଲେ।ବର୍ତ୍ତମାନ ଅଧିକାଂଶ ଛାତ୍ରଛାତ୍ରୀ ମୋବାଇଲରେ ସମୟ ଅପଚୟ କରୁଥିବା ବେଳେ ପଠନ ଆଗ୍ରହ କମି କମି ଯାଉଛି।
ଶିଶୁ ସାହିତ୍ୟିକ ମାନଙ୍କ ଅଗ୍ରଣୀ ଭୂମିକା ହିଁ ପିଲା ମାନଙ୍କୁ ଭଲ ମଣିଷ ଗଠନ କରିବାରେ ସହାୟକ ହେବ।ସେମାନେ କିପରି ପୁସ୍ତକ ପଠନ ମନସ୍କ ହେବେ ସେଥିପାଇଁ ଲେଖକ ମାନେ ଧ୍ୟାନ ଦେବା ସହିତ ଲେଖନୀ ଚାଳନା କଲାବେଳେ ଶିଶୁ ମନସ୍ତତ୍ତ୍ୱକୁ ଆଖି ଆଗରେ ରଖି ବୈଜ୍ଞାନିକ ସମ୍ମତ, ଚରିତ୍ର ଗଠନ,ନୈତିକ ଶିକ୍ଷା, ପରିବେଶ ସୁରକ୍ଷା, ରକ୍ତଦାନ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ।
ପ୍ରତ୍ୟେକ ଗାଁରେ ସଚତନତା ସଭା କରି ପତ୍ରିକା ପଠନ ଉପରେ ଗୁରୁତ୍ୱ ଦେବା ସହିତ ପିଲାମାନଙ୍କୁ ପତ୍ରିକା ଯୋଗେଇଦେବାକୁ ଆଲୋଚନା ହୋଇଥିଲା।ଏହି ସମ୍ପର୍କ ଯାତ୍ରାରେ ବିରଞ୍ଚି ଖର୍ସେଲ ମଧ୍ୟ ସାମିଲ ଥିଲେ।
ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ସାହୁ,ଉପସଭାପତି ସୂର୍ଯ୍ୟକାନ୍ତ ରଣା, ଅଞ୍ଜଳି ମାଝୀ, ମମତା ପଣ୍ଡା, ଡ.ଯୁଗଳ କିଶୋର ଷଡ଼ଙ୍ଗୀ, କିଶୋର ବରିହା ଆଦି ଯାତ୍ରା ସଫଳ ହୋଇଥିବାରୁ ଖୁସି ପ୍ରକଟ କରିଥିଲେ।
Edited by k.s thakur...



