ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ; ଚାରିକାନ୍ଥ ଭିତରେ ଆବଦ୍ଧ ରୋଗୀ କଲ୍ୟାଣ ସମିତିର ପରିଚାଳନା କମିଟୀ ବୈଠକ...
{ ଲୋକଙ୍କ ସୁବିଧା ସୁଯୋଗ ପାଇଁ ହେଉଛି ବୈଠକ ହେଲେ ଲୋକଙ୍କୁ ମିଳୁନାହିଁ ସୂଚନା }
ବରଗଡ଼,୧୮/୦୬ : ଚାରିକାନ୍ଥ ଭିତରେ ବୈଠକ। ଜନସାଧାରଣ ଙ୍କ ସୁବିଧା ସୁଯୋଗ ଓ ଆବଶ୍ୟକତା ପାଇଁ ଅନୁଷ୍ଠିତ ହେଉଥିବା ବୈଠକ ଟିକୁ ଜନସାଧାରଣ ଙ୍କୁ ନଜଣାଇ ନିଜ ପାଖରେ ଚାପିରଖି ମନ ମୁତାବକ କାର୍ଯ୍ୟ କରୁଥିବା ଅଧିକାରୀ, ଜନପ୍ରତିନିଧି ଓ ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ଙ୍କୁ ସୋଧୁଛନ୍ତି ଜନତା।
Ad..
ବିକାଶ ମେଳାରେ ଯୋଗଦାନ ଦେବାପାଇଁ ଆସୁଥିବା ବିଭାଗୀୟ ମନ୍ତ୍ରୀଙ୍କ ଗସ୍ତ ର ଗୋଟିଏ ଦିନ ପୂର୍ବରୁ ପଦ୍ମପୁର ସରକାରୀ ଡାକ୍ତରଖାନା ରୋଗୀ କଲ୍ୟାଣ କମିଟି ର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ରେ ଉପସ୍ଥିତ ଥିବା ସମସ୍ତେ ଡାକ୍ତରଖାନା ର କାର୍ଯ୍ୟକ୍ରମ, ବ୍ୟବସ୍ଥା ଉପରେ ଆଲୋଚନା ଓ ସମାଲୋଚନା କଲେ ହେଲେ ଫଳାଫଳ କ'ଣ ହେଲା ତାହା ଜନସାଧାରଣ ଙ୍କୁ ଜଣାଇବା କଥା ହେଲେ ଚାରିକାନ୍ଥ ମଧ୍ୟରେ ବୈଠକ ଶେଷ ହେଲା।
Ad..
ପଦ୍ମପୁର ଉପଖଣ୍ଡ ଡ଼ାକ୍ତରଖାନାରେ ଉଚିତ୍ ସୁବିଧା ସୁଯୋଗ ଯୋଗାଇ ଦିଆଯାଉନଥିବାର ଅଭିଯୋଗ ହେଉଥିଲେ ମଧ୍ୟ ପଦ୍ମପୁର ବିଧାୟିକା ବିଧାନସଭା ରେ ପ୍ରଶ୍ନ ପଚାରି ପାରିଲେ ନାହିଁ ହେଲେ ରୋଗୀ କଲ୍ୟାଣ କମିଟି ବୈଠକ ବସି ଆଲୋଚନା ସରିଲା ଏହାକୁ ନେଇ ଯେତେବେଳେ ସଚେତନ ଜନସାଧାରଣ ବୈଠକ କଥା ଜାଣିଲେ ଆଶ୍ଚର୍ଯ୍ୟ ହେଲେ ଆଲୋଚନା ହେଲା ଅଥଚ କ'ଣ ଆଲୋଚନା ହେଲା ପ୍ରତିକାର ସ୍ବରୂପ କ'ଣ ପଦକ୍ଷେପ ନିଆଗଲା ?
ତାହା ଲୋକ ଜାଣି ପାରିଲେ ନାହିଁ ଫଳରେ ଡାକ୍ତରଖାନା ସମସ୍ୟା ପ୍ରତି ଜନସାଧାରଣ ଙ୍କ ଯେତିକି ଅସନ୍ତୋଷ ରହିଛି ତାଠାରୁ ଅଧିକ ଅସନ୍ତୋଷ ଏହି ବୈଠକ କୁ ନେଇ ହୋଇଥିବା ଆଲୋଚନା ଓ ସମାଲୋଚନା ହେଉଛି।
ମିଲିଥିବା ସୂଚନା ଅନୁଯାୟୀ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତି ପରିଚାଳନା କମିଟୀର ବୈଠକଟି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହାଙ୍କ ଅଧ୍ୟକ୍ଷତାରେ ଚିକିତ୍ସାଳୟ ଉପଖଣ୍ଡ ଚିକିତ୍ସାକାରୀଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା।
ବୈଠକ ପ୍ରାରମ୍ଭରେ ଉପଖଣ୍ଡ ଚିକିତ୍ସାକାରୀ ଡ. ଆସୁତୋଷ ହୋତା ଉପସ୍ଥିତ ସମସ୍ତ ସଦସ୍ୟ ସଦସ୍ୟାମାନଙ୍କୁ ସ୍ବାଗତ ଜଣାଇବା ସହିତ ବିଗତ ବୈଠକରେ ନିଆ ଯାଇଥିବା ବିଭିନ୍ନ ନିଷ୍ପତ୍ତର କାର୍ଯ୍ୟାକାରିତା ଉପରେ ସୂଚନା ପ୍ରଦାନ ସହ ବିବରଣୀ ଉପସ୍ଥାପନ କରିଥିଲେ ।
ପଦ୍ମପୁର ଉପ-ଜିଲ୍ଲାପାଳ ସ୍ନେହା ଅରୁଗୁଲା ଚିକିତ୍ସାଳୟର ବିଭିନ୍ନ ବିଭାଗର କାର୍ଯ୍ୟକାରୀତା, ଔଷଧ ଯୋଗାଣ, ପରିମଳ ବ୍ୟବସ୍ଥା ଏବଂ ରୋଗୀ ସେବା ସମ୍ପର୍କିତ ବିସ୍ତୃତ ବିବରଣୀ ଉପଖଣ୍ଡ ଚିକିତ୍ସାକାରୀଙ୍କ ଠାରୁ ପଚାରି ବୁଝିବା ସହିତ ସେ ଗୁଡ଼ିକର ସମାଧାନ ଓ ନିରାକରଣ ପାଇଁ ପରାମର୍ଶ ଦେଇଥିଲେ।
ଉପଖଣ୍ଡ ଚିକିତ୍ସାଳୟ ସ୍ବାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ସହିତ ପରିଚାଳନାକୁ ଶୃଙ୍ଖଳିତ କରିବା ପାଇଁ ନିଆ ଯାଇଥିବା ନିଷ୍ପତ୍ତ ମଧ୍ୟରେ ଚିକିତ୍ସାଳୟ ପରିସର ମଧ୍ୟରୁ ବର୍ଷା ଜଳ ନିଷ୍କାସନ, ଆବଶ୍ୟକୀୟ ବିଭିନ୍ନ ଜରୁରୀ ଔଷଧ ମହଜୁଦ କରି ରଖିବା, ଚିକିତ୍ସାଳୟର ପରିମଳ ବ୍ୟବସ୍ଥା ଉପରେ ସୁଧାର ଆଣିବା, ଖାଲି ପଡ଼ିଥିବା ନସିଂ ଅଫିସର...
ପାରା ମେଡ଼ିକଲ କର୍ମଚାରୀ ତଥା ବିଭିନ୍ନ ବିଭାଗରେ ଖାଲିପଡ଼ି ବା ଡାକ୍ତର ପଦବୀ ପୂରଣ, ଲେବୋରେଟାରୀ ପାଇଁ ବିଭିନ୍ନ ଜିନିଷ କ୍ରୟ, ଆସବାବ ପତ୍ରର ମରାମତି, ଲିପ୍ଟ୍ର ମରାମତି, ସ୍ବାସ୍ଥ୍ୟ, ରକ୍ତଦାନ ସମ୍ପର୍କିତ ସଚେତନତା ପାଇଁ ବିଭିନ୍ନ ଛକ ଜାଗାମାନଙ୍କରେ ବ୍ୟାନର ଏବଂ ହୋଡିଂ ସ୍ଥାପନ କରିବା, ଚିକିତ୍ସା ଳୟକୁ ଆସୁଥିବା ରୋଗୀ ଓ ତାଙ୍କର ସମ୍ପର୍କୀୟ ମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା।
ଏକ ମହା ପ୍ରୟାଣ ଗାଡ଼ି ଯୋଗାଣ, ଚିକିତ୍ସାଳୟର ଜମିକୁ ଚହ୍ନଟ କରି ଜବର ଦଖଲରୁ ମୁକ୍ତି କରିବା, ଏନ୍.ଆର୍.ସି ୟୁନିଟର କାର୍ଯ୍ୟକାରିତା ପ୍ରଭୃତି ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ସାବିତ୍ରୀ ବାଗ, ଡ. ଯଦୁମଣି ସାହୁ, ଡ. ଗୀତାପିୟୁଷ ମିଶ୍ର, ଡ. ଲୋକପାଳ ଭୋଇ, ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ମେନକା ମେହେର, ଏବିଇଓ ଜୟ କୁମାର ସାହୁ, ରାସ୍ତା ଓ ଗୃହ ନିର୍ମାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଚିନ୍ନୟ ଶେଖର ସାହୁ, ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ପ୍ରତିନିଧ୍ ଶ୍ରୀମତୀ ବରିହା, ରୋଗୀ କଲ୍ୟାଣ ସମିତିର ସଦସ୍ୟା ମନୋରମା ମହାପାତ୍ର, ସାମାଜିକ କର୍ମୀ ନିରୋଜ ଦୋରା, ପୂର୍ଣଚନ୍ଦ୍ର ପାଣିଗ୍ରାହୀ, ନବ କିଶୋର ବରିହା ପ୍ରମୁଖ ଯୋଗଦାନ କରି ଅଲୋଚନାରେ ଅଂଶଗ୍ରହଣ କରିଥିଲେ।
ସଭା ଶେଷରେ ମାନ୍ୟବର ବିଧାୟିକା ଉପ-ଜିଲ୍ଲାପାଳଙ୍କ ସମେତ କମିଟୀର ସମସ୍ତ ସଦସ୍ୟମାନେ ଚକିତ୍ସାଳୟର ସମସ୍ତ ଓ୍ବାର୍ଡ, ଔଷଧ ବିତରଣ କେନ୍ଦ୍ର, ଲେବୋରେଟେରୀ, ରକ୍ତ ଭଣ୍ଡାର, ଡାଇଲିସିସ୍ କେନ୍ଦ୍ର ପ୍ରଭୃତି ପରିଦର୍ଶନ କରିବା ସହିତ ଚିକିତ୍ସାନ ରୋଗୀମାନଙ୍କୁ ସେମାନେ ପାଉଥିବା ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ ସାରି ଦେଇଥିଲେ ବୈଠକ।
ତାପରେ ଆଉ ଏକ ବୈଠକ କେବେ ହେବ ସେତେବେଳେ ପୁଣି ଥରେ ଆଲୋଚନା ହେବ ଯାହା ଏ ସମସ୍ୟା ବଢିଥିବ ନା କମିଥିବ ଯାହା ଗୋଦରା କୋଡେ ଯେତେ ମାଡ଼େ ସେତେ ହେଉଥିବ ବୋଲି ମଧ୍ୟ ସହରରେ ଆଲୋଚନା ଓ ସମାଲୋଚନା ହେଉଛି।
Report : Bijay ku sahu
Edited by k.s thakur...



