ଜିଲ୍ଲା ସ୍ତରୀୟ ବିକାଶ ମେଳା ପଲ୍ଲିଶ୍ରୀ ମେଳା, ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରଦର୍ଶନୀ ଏବଂ ରକ୍ତଦାନ ଶିବିର ଉଦଘାଟିତ...

ଜିଲ୍ଲା ସ୍ତରୀୟ ବିକାଶ ମେଳା  ପଲ୍ଲିଶ୍ରୀ ମେଳା, ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରଦର୍ଶନୀ ଏବଂ ରକ୍ତଦାନ ଶିବିର ଉଦଘାଟିତ...


ବରଗଡ,୧୪/୦୬ :  ମୁଖ୍ୟମନ୍ତ୍ରୀଙ୍କ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ ରାଜ୍ୟ ସରକାରଙ୍କ ୧ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେଉଥିବା ଜିଲ୍ଲାସ୍ତରୀୟ ବିକାଶ ମେଳାରେ  ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥିଭାବେ ଯୋଗ ଦେଇ...

            Ad..


ରାଜ୍ୟ ସରକାରଙ୍କ ଏକ ବର୍ଷର ସେବା, ସୁଶାସନ ଓ ସଫଳତାର କଥା କହିବା ସହ ଖେଦାପାଲି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ନିର୍ମିତ ସମନ୍ଵିତ ଜନସ୍ୱାସ୍ଥ୍ୟ ପରୀକ୍ଷାଗାରର ଉଦଘାଟନ କରିଛନ୍ତି।

          Ad..


ଏହାପରେ ମନ୍ତ୍ରୀ ଜିଲ୍ଲା ସ୍ତରୀୟ ବିକାଶ ମେଳା ଏବଂ ରକ୍ତଦାନ ଶିବିରର ଉଦଘାଟନ କରିବା ପରେ ଭିଭିନ୍ନ ସରକାରୀ ଯୋଜନାରେ ସହାୟତା ରାଶି ଏବଂ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ। ଏତଦବ୍ୟତୀତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଜିଲ୍ଲାର ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିଥିଲେ ମାନ୍ୟବର ମନ୍ତ୍ରୀ।

ସୂଚନା ଯୋଗ୍ୟକୀ ଉକ୍ତ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଡ଼ା ହଲଧର ନାଗ ଏବଂ ପଦ୍ମଶ୍ରୀ ଭାଗବତ ପ୍ରଧାନଙ୍କ ସମେତ ବରଗଡ଼ ଧନୁଯାତ୍ରା କଂସ ମହାରାଜ ଅଭିନେତା ଶ୍ରୀ ଭୁବନେଶ୍ୱର ପଧାନ, ଶ୍ରୀକୃଷ୍ଣ ଅଭିନେତା ସ୍ୱପ୍ନିଳ ମହାପାତ୍ର, ସଫଳ କୃଷକ ଭାବେ କଂସଡ଼ାରେ ଝସକେତନ ବଢ଼େଇ ଏବଂ ତାରାକାନ୍ତ ବିଶ୍ୱାଳ, ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଭାବେ ଫାଇଟର୍ସ ଗ୍ରୁପ ଏବଂ ନିଷ୍ଠା ପରିବାର ଏବଂ ସଂକଳ୍ପ ପରିବାର, ୧୦ମ ଶ୍ରେଣୀ ଯୁଗ୍ମ ରାଜ୍ୟ ଟପର ସୁଶ୍ରୀ ବବିତା ରଥ... 

ପ୍ରବନ୍ଧ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାର ବିଜେତା ଛାତ୍ରଛାତ୍ରୀ, ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗୀତା ବିଜେତା, ସଫଳ ସୁଭଦ୍ରା ହିତାଧିକାରୀ, ସି ଏମ ଟ୍ରଫି ଫୁଟବଲ ବିଜେତା ଦଳ, ସାହାଣି କପ ଫୁଟବଲ ବିଜେତା ଦଳ, ପାରା ଅଲମ୍ପିକ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିବା ସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା,ଅନ୍ତ୍ୟୋଦୟ ଗୃହ ଯୋଜନା, ନୂତନ ରାସନ କାର୍ଡ,ଗୋଷ୍ଠୀଗତ ଜଙ୍ଗଲ ଅଧିକାର (ସିଏଫଆର) ପଟ୍ଟା ଏବଂ ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଭଳି ସମସ୍ତ ଯୋଜନାର ଦୁଇ ଜଣ ଲେଖାଏଁ ହିତାଧିକାରୀଙ୍କୁ ମଞ୍ଚରୁ କାର୍ଯ୍ୟଦେଶ ତଥା ସହାୟତା ରାଶି ପ୍ରଦାନ କରାଯାଇଛି।

ଏତଦବ୍ୟତୀତ କାର୍ଯ୍ୟକ୍ରମରେ ଲୋକକଳା ଓ ବିଷୟବସ୍ତୁ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ସହ ମଂଚାସୀନ ଅତିଥିଙ୍କ ଦ୍ୱାରା ଜିଲ୍ଲା ସ୍ତରରେ ଓଡିଶା ସରକାରଙ୍କ ପ୍ରମୁଖ ଯୋଜନାର କାର୍ଯ୍ୟକାରିତା ଉପରେ ପର୍ଯ୍ୟବେସିତ ଏକ ସୂଚନା ପୁସ୍ତିକାର ଉନ୍ମୋଚନ ସହ ଦୃଶ୍ୟ-ଶ୍ରାବ୍ୟ ଚିତ୍ର ପ୍ରଦର୍ଶନ କରାଯାଇଥିଲା ।

ଉକ୍ତ  କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲା ର ଉଦିୟମାନ ଯୁବ ନେତା ଭଟଲି ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟଙ୍କ ସମେତ ବିଜେପୁର ବିଧାୟକ ଶ୍ରୀ ସନତ କୁମାର ଗଡତିଆ,  ଅତାବିରା ବିଧାୟକ  ନିହାର ରଞ୍ଜନ ମହାନନ୍ଦ,  ବିଧାୟକ ଅଶ୍ୱିନୀ ଷଡଙ୍ଗୀ, ବରଗଡ ସାଂସଦ ମଂଚାସୀନ ହୋଇ ଓଡିଶା ସରକାରଙ୍କ ଏକ ବର୍ଷାରେ ସମସ୍ତେ ଉପଲବ୍ଧି ଉପସ୍ଥାପନ କରିଥିବା ବେଳେ ପଦ୍ମଶ୍ରୀ ଡ଼ା ହଳଧର ନାଗ, ପଦ୍ମଶ୍ରୀ ଭାଗବତ ପଧାନ, ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା ମଂଚାସୀନ ଥିଲେ।



Report :  Bijay ku sahu

Edited by k.s thakur...



Post a Comment

Previous Post Next Post