ବରଗଡ ରୁ ସିଧାସଳଖ ପ୍ରୟାଗରାଜ କୁ ଟ୍ରେନ ଚଳାଚଳ ପାଇଁ ସାଂସଦ ଙ୍କ ପାଖରେ ଦାବି ରଖିଲା ଜର୍ନାଲିଷ୍ଟ ଏସୋସିଏସନ ଅଫ ବରଗଡ...
ବରଗଡ,୧୪/୦୬ : ଜର୍ନାଲିଷ୍ଟ ଏସୋସିଏସନ ଅଫ ବରଗଡ ( ଜାବ) ପକ୍ଷରୁ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଙ୍କୁ ବରଗଡ ରୁ ସିଧାସଳଖ ପ୍ରୟାଗରାଜ କୁ ଟ୍ରେନ ଚଳାଚଳ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି।
Ad..
ଜିଲ୍ଲା ସଭାପତି ରବି ପଣ୍ଡା ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ମଣ୍ଡଳୀ ଶ୍ରୀ ପୁରୋହିତ ଙ୍କୁ ଏହି ଟ୍ରେନ ଚଳାଚଳ ପାଇଁ ଦାବୀ କରିଥିଲେ। ଏହି ଦାବୀପତ୍ର ରେ ଉଲ୍ଲେଖ ରହିଛି ଯେ ଦେବ ଭୂମି ପ୍ରୟାଗ ରାଜ କୁ ଟ୍ରେନ ଚଳାଚଳ ପାଇଁ ଯେଉଁ ଆଧ୍ୟାତ୍ମିକ ମହତ୍ତ୍ଵ ରହିଛି ତାହା ଉଲ୍ଲେଖ କରିବା ସହ ଗଙ୍ଗା, ଯମୁନା ,ସରସ୍ଵତୀ ଙ୍କ ମହମିଲାନ ସ୍ଥଳ ବର୍ତ୍ତମାନ ର ପ୍ରୟାଗ ରାଜ ତଥା ଅତୀତ ର ଏଲ୍ଲାହବାଦ ହିନ୍ଦୁ ମାନଙ୍କ ର ପବିତ୍ର ଧର୍ମ ସ୍ଥଳ ଅଟେ ।
Ad..
ପଶ୍ଚିମ ଓଡ଼ିଶା ର ଜନ ସାଧାରଣ ପବିତ୍ର ସଙ୍ଗମ ସ୍ଥଳୀ ରେ ଅସ୍ଥି ବିସର୍ଜନ ପାଇଁ ସବୁବେଳେ ଯାତାୟାତ କରି ଥାଆନ୍ତି। ତେଣୁ ସେମାନଙ୍କୁ ସବୁବେଳେ ସମ୍ବଲପୁର , ଝାରସୁଗୁଡ଼ା ନହେଲେ ରାୟପୁର, ବିଲାସପୁର , କଟନି ଜଙ୍କସନ୍ ଉପରେ ଟ୍ରେନ ଧରିବା ପାଇଁ ନିର୍ଭରଶୀଳ ହେବାକୁ ପଡ଼ିଥାଏ ।
ଏହା ସମୟ ସାପେକ୍ଷ, ତଥା ଅସୁବିଧା ହେବା ସହ ଜନ ସାଧାରଣ ଙ୍କୁ ବହୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ । ତେଣୁ ବରଗଡ ରୋଡ ରୁ ବା ବରଗଡ ରୋଡ ଦେଇ ଦେବଭୂମି ପ୍ରୟାଗ ରାଜ କୁ ସିଧା ସଳଖ ଟ୍ରେନ ଚଳାଚଳ ଆରମ୍ଭ ହେଲେ ଜନ ସାଧାରଣ ଙ୍କ ୬ ଘଣ୍ଟା ରୁ ୮ ଘଣ୍ଟା ଯାତ୍ରା ସମୟ କମିବ।
ଟ୍ରେନ ଚଳାଚଳ ଆରମ୍ଭ ହେଲେ ବେଶୀ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଗସ୍ତ କରିବା ଫଳରେ ପ୍ରୟାଗ ରାଜ ରେ ପର୍ଯ୍ୟଟନ ର ବିକାଶ ହେବା ସହ ସ୍ଥାନୀୟ ବ୍ୟବସାୟ ବଢ଼ିବ। ସିଧା ସଳଖ ଟ୍ରେନ ଚଳାଚଳ ବରିଷ୍ଠ ନାଗରିକ ମାନଙ୍କ ପାଇଁ ତଥା ସାଧାରଣ ନାଗରିକ ଙ୍କ ପାଇଁ ନିରାପଦ ଓ ସୁଖଦ ଯାତ୍ରା ଅନୁଭୂତି ଲାଭ କରିବେ।
ସିଧା ସଳଖ ଟ୍ରେନ ଯୋଗାଯୋଗ ହେବା ଫଳରେ ବର୍ତ୍ତମାନ ଅନ୍ୟ ଷ୍ଟେସନ ରୁ ଚଳାଚଳ କରୁଥିବା ଟ୍ରେନ ଗୁଡ଼ିକ ରେ ଯାତ୍ରୀ ଙ୍କ ଯିବା ଆସିବା ରେ ଅତ୍ୟଧିକ ଭିଡ କମିବ, ଏହି ଟ୍ରେନ ଚଳାଚଳ ଫଳରେ ରେଲୱେ ର ରାଜସ୍ବ ଆଦାୟ ବଢ଼ିବ, ସିଧା ସଳଖ ଟ୍ରେନ ଚଳାଚଳ ଫଳରେ ପଶ୍ଚିମ ଓଡ଼ିଶା ବାସୀ ଓ ପ୍ରୟାଗ ରାଜ ବାସୀ ମଧ୍ୟରେ ସାଂସ୍କୃତିକ ଓ ଆଧ୍ୟାତ୍ମିକ ସମ୍ପର୍କ ର ବଢ଼ିବ।
ଏହି ସିଧାସଳଖ ଟ୍ରେନ ଚଳାଚଳ ପାଇଁ ରେଲୱେ ବିଭାଗ କୁ ଅଧିକ ଭିତ୍ତିଭୂମି ର ଅଭିବୃଦ୍ଧି ଲାଗିବ ନାହିଁ , କାରଣ ପୁରୁଣା ଭିତ୍ତିଭୂମି ରେ ଟ୍ରେନ ଚଳାଚଳ କରିବ ବୋଲି ଏହି ଦାବୀ ପତ୍ର ରେ ଉଲ୍ଲେଖ ରହିଛି।
ଜନ ସାଧାରଣ ଙ୍କ ଦୀର୍ଘ ଦିନରେ ଏହି ଦାବୀ କୁ ମାନନୀୟ ସାଂସଦ କେନ୍ଦ୍ର ରେଳମନ୍ତ୍ରୀ ଙ୍କ ପାଖରେ ଉପସ୍ଥାପନ କରିବେ ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି ।ଏହି ପ୍ରତିନିଧି ମଣ୍ଡଳୀ ରେ ସଂଘ ର ସାଧାରଣ ସମ୍ପାଦକ ବଦ୍ରୀ ପ୍ରସାଦ ସାହୁ, ଉପ ସଭାପତି ବ୍ୟୋମକେଶ କର, ଜିଲ୍ଲା ସଂଯୋଜକ ରଞ୍ଜନ ଦେବତା, ଅଫିସ ସମ୍ପାଦକ ରମଣୀ ରଞ୍ଜନ ବେହେରା, ବରିଷ୍ଠ ସଦସ୍ୟ ଲଲାଟେନ୍ଦୁ ଦାଶ, ବଳରାମ ଦୀପ, ଅନନ୍ତ ମଟାରି ପ୍ରମୁଖ ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...



