ଗୁଳି-ବନ୍ଧୁକ ବିକ୍ରି ବେଳେ ଚଢ଼ଉ: ୫ ଅଭିଯୁକ୍ତ ଗିରଫ...

ଗୁଳି-ବନ୍ଧୁକ ବିକ୍ରି ବେଳେ ଚଢ଼ଉ: ୫ ଅଭିଯୁକ୍ତ ଗିରଫ...


ଭୁବନେଶ୍ୱର,୧୩/୦୬ : ରାଜଧାନୀରେ ବୁଲୁଛି ସ୍ବୟଂଚାଳିତ ପିସ୍ତଲ, ରିଭଲଭର। ବାହାର ରାଜ୍ୟରୁ ମାରଣାସ୍ତ୍ର ଆଣି ଭୁବନେଶ୍ୱରରେ ଚୋରି, ଡକାୟତି, ରାହଜାନୀ, ଲୁଟ ଭଳି ଅପରାଧ ଏବଂ ହିଂସା ସୃଷ୍ଟି କରିବାକୁ ଚାଲିଛି ଯୋଜନା। 

            Ad..


ତେବେ ଅପରାଧ ପାଇଁ ବ୍ୟବହାର ହେବାକୁ ଥିବା ଏକ ବଡ଼ଧରଣର ମାରଣାସ୍ତ୍ର ବିକ୍ରି ଯୋଜନାକୁ ଭୁବନେଶ୍ବର କମିସନରେଟ ପୁଲିସ ବିଫଳ କରିଛି। ଜଟଣୀର ଏକ ନିଦ୍ଦିଷ୍ଟ ସ୍ଥାନରେ ବନ୍ଧୁକ ବିକ୍ରି ବେଳେ ଏୟାର ଫିଲ୍ଡ ଥାନା ପକ୍ଷରୁ ଅତର୍କିତ ଭାବେ ଚଢ଼ଉ କରାଯାଇ ଜଣେ ଓଡ଼ିଆ ଯୁବକଙ୍କ ସମେତ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। 

             Ad..


ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ୪ଟି ସ୍ବୟଂଚାଳିତ ପିସ୍ତଲ, ଗୋଟିଏ ରିଭଲଭର ଏବଂ ଗୋଟିଏ ସିଙ୍ଗଲସଟ୍ ମଧ୍ୟ ଜବତ ହୋଇଛି। ପୁଲିସ ହାତରେ ଲାଗିଛି ୭.୬୫ ଏମ୍‌ଏମ୍‌ ସ୍ବୟଂଚାଳିତ ପିସ୍ତଲ ସହ, ୧୮ ରାଉଣ୍ଡ ଗୁଳି। ଏମାନେ ବାହାର ରାଜ୍ୟରୁ ଚୋରାରେ ବନ୍ଧୁକ ଆଣି ଅପରାଧୀଙ୍କ ହାତକୁ ବଢ଼ାଇ ଦେଉଥିବା ନେଇ ପୁଲିସକୁ ଆଜି ସକାଳୁ ଖବର ମିଳିଥିଲା। 

ଏହି ସୂଚନା ଆଧାରରେ ପୁଲିସ ଘଟଣାସ୍ଥଳରେ ଅତର୍କିତ ଭାବେ ଚଢ଼ାଉ କରିଥିଲା। ଅଭିଯୁକ୍ତ ଶେଖ ସକିଲ ହେଉଛି ଏହାର ମାଷ୍ଟରମାଇଣ୍ଡ ବୋଲି ପୁଲିସ ଜାଣିବାକୁ ପାଇଛି। ଅଭିଯୁକ୍ତମାନେ ପୋଖରୀପୁଟ ଅଞ୍ଚଳରେ ଏକ ନିଦ୍ଧିଷ୍ଟ ସ୍ଥାନରେ ଆର୍ମସ ଡିଲ୍ କରୁଥିଲେ। ଏହି ଗ୍ୟାଙ୍ଗ ଠାରୁ ଜୀବନ୍ତ ଗୁଳି ମଧ୍ୟ ମିଳିଛି।  

ପୁଲିସ ଜାଣିବାକୁ ପାଇଛି ଯେ, ପ୍ରବୀଣ କୁମାର ଜଟଣୀ ଗେଟ ଅଞ୍ଚଳରେ ୨ମାସ ହେବ ରହୁଥିଲା ସେ ଜଣେ ବୃତ୍ତିଧାର ଅସ୍ତ୍ରଶସ୍ତ୍ର ଚାଲାଣକାରୀ। ଅନ୍ୟ ୩ ଜଣ ହେଉଛନ୍ତି ପ୍ରବୀଣର ଘନିଷ୍ଠ ସହଯୋଗୀ। ମାରଣାସ୍ତ୍ର କେଉଁଠି ବିକ୍ରି କରାଯିବ ସହଯୋଗୀମାନେ କଥାବାର୍ତ୍ତା କରୁଥିଲେ।  




Edited by k.s thakur...



Post a Comment

Previous Post Next Post