ବରଗଡ଼ ରେ ପ୍ରକଳ୍ପ ସ୍ତରୀୟ ଅଦ୍ଵିକା କିଶୋରୀ ଶୁଭଦ୍ରା ଦିବସ ପାଳନ...
ବରଗଡ଼,୨୧/୦୬ : ବରଗଡ଼ ମହିଳା ଓ ଶିଶୁ ବିକାଶ ଗ୍ରାମାଞ୍ଚଳ ପ୍ରକଳ୍ପ ତରଫରୁ ଶନିବାର ପ୍ରକଳ୍ପ ସ୍ତରୀୟ ଅଦ୍ୱିକା କିଶୋରୀ ଶୁଭଦ୍ରା ଦିବସ ପାଳିତ ସୋଇଯାଇଛି। ସିଡ଼ିପିଓ ଶ୍ରୀମତୀ ସୌଦାମିନୀ ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସନ୍ଧ୍ୟାରାଣୀ ନେପାକ।
Ad..
କିଶୋର କିଶୋରୀମାନଙ୍କ ଠାରେ ପାରମ୍ପରିକ, ସାଂସ୍କୃତିକ ପରିଚୟ ସହ ସେମାନଙ୍କୁ ଶାରୀରିକ, ମାନସିକ ଭାବରେ ସଶକ୍ତିକରଣ ଓ ବିକାଶୋନ୍ମୁଖୀ କରିବା ଏବଂ ସେମାନଙ୍କ ଠାରେ ଥିବା ପ୍ରତିଭାର ବିକାଶ କରି ସେମାନଙ୍କୁ ସର୍ବୋତ୍ତମ ବିକାଶ ଦିଗରେ ଆଗକୁ ନେବାର ଉଦ୍ୟମ ଆରମ୍ଭ କରାଯାଉଛି ବୋଲି ମୁଖ୍ୟ ଅତିଥି କହିଛନ୍ତି।
Ad..
ଏଥିରେ ଗ୍ରାମାଞ୍ଚଳ ରୁ ଆସିଥିବା କିଶୋର କିଶୋରୀ ମାନଙ୍କୁ ନେଇ ରଜ ମୁକୁଟ ତିଆରି, ପୁଚି ଖେଳ, ନୃତ୍ୟ, ରେମ୍ପ୍ ସୋ ପ୍ରଭୃତି ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀ ମାନଂକୁ ପୁରସ୍କୃତ କରାଯାଇଥିଲା। ସେହିପରି ପାରମ୍ପରିକ ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନୀ ଓ ରଙ୍ଗୋଲି କାର୍ଯ୍ୟକ୍ରମ କରାଯାଇଥିଲା।
ଅନ୍ୟ ମାନଙ୍କ ମଧ୍ୟରେ ବରଗଡ଼ ବିଡ଼ିଓ ବେର୍ଅସିସ ଡୁଙ୍ଗଡଙ୍ଗ , ଜିଲ୍ଲା ପି.ଓ ତଥା ସୁରକ୍ଷା ଅଧିକାରୀ ଶ୍ରୀମତୀ ମାଙ୍ଗଳିକା ଦାଶ, କଟାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ବି. ଇ. କୁମୁଦ ବନ୍ଧୁ ବାଗ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମ ରେ ସହଯୋଗ କରୁଥିଲେ ଜିଲ୍ଲା କାର୍ଯ୍ଯାଳୟ ମିଶନଶକ୍ତି ହବ୍ ର କର୍ମଚାରୀ ମାନେ,ବରଗଡ ଗ୍ରାମାଞ୍ଚଳ ପ୍ରକଳ୍ପ ର ନବନିତା ମହାପାତ୍ର, ନନ୍ଦିନୀ ମହାକୁର, ସୈଳେନ୍ଦ୍ରୀ ସାହୁ, ଗୀତା ବିଶି, ଦମୟନ୍ତୀ କୁଅଁର,ବିଷ୍ଣୁପ୍ରୀୟା ଷଣ୍ଢ, ପ୍ରୀତିମୟୀ ପଣ୍ଡା, ଜାଗୃତୀ ପରିଡା, ଝିମିତା ନିଆଲ୍, ଗୋପବନ୍ଧୁ ପଧାନ ଓ ଅଶୋକ ପଧାନ ସୁରଥ ମହାପାତ୍ର ସର୍ବେଶ୍ଵର ମହାପାତ୍ର ପ୍ରମୁଖ।
ଏହି କାର୍ଯ୍ୟକ୍ରମ ରେ ବରଗଡ ଗ୍ରାମାଞ୍ଚଳ ପ୍ରକଳ୍ପ ର ଅଙ୍ଗନୱାଡି କର୍ମୀ ମାନେ ତଥା ବହୁଳ ମାତ୍ରା ରେ କିଶୋର କିଶୋରୀ ମାନେ ଯୋଗଦାନ କରିଥିଲେ।
Report : Bijay ku sahu
Edited by k.s thakur...



