ତୁରେକେଲା କ୍ଳଷ୍ଟରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ...
କଣ୍ଟାବାଞ୍ଜି,୨୧/୦୬ : ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନରେ ଥିବା ସମସ୍ତ ବିଦ୍ୟାଳୟରେ ଏଗାରତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି।
Ad..
ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌତମ ପଟେଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ଲର୍କି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଜେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଯୋଗର ଉପକାରିତା ଏବଂ ଚଳିତ ବର୍ଷର ବିଷୟ ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ଉପରେ ଆଲୋକପାତ କରିଥିଲେ।
Ad..
ପ୍ରତି ଶନିବାର ସକାଳ ସମୟରେ ଯୋଗ ଶିକ୍ଷା ଦେବାକୁ ସମସ୍ତ ପ୍ରଧାନ ଶିକ୍ଷକ ମାନଙ୍କୁ ଅନୁରୋଧ କରିଥିଲେ।ତାପରେ ଛାତ୍ରଛାତ୍ରୀ ମାନେ ଦୂରଦର୍ଶନରେ ପ୍ରସାରିତ ଯୋଗ କାର୍ଯ୍ୟକ୍ରମ ଦେଖିବା ସହିତ ଯୋଗ କରିଥିଲେ।ବିଆରସିସି ଫକୀର ଚରଣ ବିଶି ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ରଥ,ଶିକ୍ଷୟିତ୍ରୀ ବିନୋଦିନୀ ତାଣ୍ଡୀ,ଟିକେଶ୍ୱରୀ ସେଠ ସହଯୋଗ କରିଥିଲେ।ସେହିପରି ବ୍ଳକ କଲୋନୀ, ତୁରେକେଲା ଆଶ୍ରମ, ବକବାହାଲ,ବାଗବେଲ,ଗଇନ୍ତାପଡା, ବାଞ୍ଜିପାଲି,ଗଞ୍ଜାଉଡାର,ବୁଡିବାହାଲ, ସେମଲା ଆଶ୍ରମ,ତୁରେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଯୋଗ ଦିବସ ପାଳନ କରାଯାଇଥିଲା।
ଏହି ଦିବସକୁ ସଫଳ କରିବାରେ ଶିକ୍ଷକ ଦେବ ବଗର୍ତ୍ତି, ସୁନୀଲ ସଲତାର,କୁନି ସାହୁ,ରାଜ କିଶୋର ନାଗ,ଡାଳିମ୍ବ ମେହେର, ଡମ୍ବରୁ ମେହେର, ସୁଦୀପ୍ତା ଜେନା, ନିବେଦିତା ବାରିକ,ସୁଭଦ୍ରା ମେହେର, ଧରିତ୍ରୀ ମେହେର, ପୀତାମ୍ବର ଲୁହା, ଧର୍ମବନ୍ତୀ ପୁଟା,ସୁରୁମଣି ମେହେର, ନେହେରୁ ତାଣ୍ଡୀ, ସୁକାନ୍ତି ମାଝୀ, ଗୋପାଳ ଧରୁଆ, ପାର୍ଥବ ମହାନନ୍ଦ,ପ୍ରଫୁଲ୍ଲ ମାଝୀ, ପ୍ରଦୀପ ମେହେର, ଶୁଭାଶିଷ ରାଉତ,ଭ୍ରମରବର ମହାପାତ୍ର, ରାଜୀବ ଦାସ,ମାନସ ରଞ୍ଜନ ଜାଲ ଆଦି ସହଯୋଗ କରିଥିଲେ।
Edited by k.s thakur...
Tags:
international yoga day
kantabanji
latest news
latest update
odisha daily current affairs
turekela



