ଅନ୍ତେବାସୀଙ୍କ ସହ ଯୋଗ ଦିବସ ପାଳନ...
(ଯୋଗ ହେଉଛି ଜୀବନ ର ଶୃଙ୍ଗାର, ଆତ୍ମା ଓ ଶରୀର ମଧ୍ୟରେ ଏକତାର ସୂତ୍ର )
କଣ୍ଟାବାଞ୍ଜି,୨୨/୦୬ : ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କଣ୍ଟାବାଞ୍ଜି ଉପ କାରାଗାରରେ ଏକ ଅପୂର୍ବ ଉଦ୍ୟମ ଦ୍ୱାରା ଏକ ନୂତନ ଦିଗର ଆରମ୍ଭ ହେଲା। ଅନ୍ତେବାସୀ ମାନେ ଯେଉଁଠି ଜୀବନର ଏକ ଭିନ୍ନ ପ୍ରବାହରେ ଅଛନ୍ତି। ସେଠି ସେମାନଙ୍କୁ ଯୋଗ ମାଧ୍ୟମରେ ଶାନ୍ତି, ଶୃଙ୍ଖଳା ,ଅନୁଶାସନ ଓ ଆଶାର ସଂଚାର କରାଯାଇଛି।
Ad..
ମାରୱାଡି ଯୁବା ମଞ୍ଚ କଣ୍ଟାବାଞ୍ଜି ଶାଖା ଓ ଜେଲ ପ୍ରଶାସନର ସଂଯୁକ୍ତ ପ୍ରୟାସର ଫଳରେ ଏହି ବିଶେଷ ଅବସରରେ ବନ୍ଦୀ ମାନେ ଓ କର୍ମଚାରୀମାନେ ଗୋଟିଏ ସ୍ଥାନରେ ଯୋଗ ଅଭ୍ୟାସ କରିିଥିଲେ।
Ad..
ଯୋଗ ଗୁରୁ ଫକୀର ଦାସ ମହାରାଜ ଏହି କାର୍ଯ୍ୟକ୍ରମର ସଂଚାଳନ କରିଥିବା ବେଳେ କାର୍ଯ୍ୟକ୍ରମରେ ଅତିଥି ରୂପେ ସ୍ଥାନୀୟ ତହସିଲଦାର ବିଶ୍ଵନାଥ ଖାଲଖୋ ,ଏସ ଡି ପିଓ ଲଷ୍ମୀ ନାରାୟଣ ମାରାଣ୍ଡି ଓ ଜେଲର ରଘୁରାଜ୍ ମାଝୀ ପ୍ରମୁଖ ଯୋଗ ଦେଇଥିଲେ।
ସେ କହିଛନ୍ତି, ଯୋଗ କେବଳ ଶାରୀରିକ ଅଭ୍ୟାସ ନୁହେଁ, ଏହା ଆତ୍ମା ଓ ମନ ର ସଂଯୋଗ ସୂତ୍ର। ଏହା ଦ୍ୱାରା ମନୁଷ୍ୟ ନିଜ ଭିତରେ ଥିବା ଶକ୍ତିକୁ ଜାଣିଵା ସହ ନିଜ ଅସ୍ତିତ୍ବ ର ଗୁଢ଼ ରହସ୍ୟ କୁ ବୁଝି ପାରେ।"
ସେ ଅନ୍ତେବାସୀଙ୍କୁ ବ୍ୟସ୍ତ ମନ, ଦୁଶ୍ଚିନ୍ତା ଓ ମାନସିକ ଅଶାନ୍ତି ରୁ ମୁକ୍ତି ପାଇଁ ନିୟମିତ ଯୋଗ ଅଭ୍ୟାସ କରିବା ପାଇଁ ପ୍ରେରିତ କରିଥିଲେ। ଅନେକ ଅନ୍ତେବାସୀ ତାଙ୍କ ଅନ୍ତର ଜ୍ୟୋତିକୁ ଅନୁଭବ କରି ବିକାଶ ଓ ନୂତନ ଆରମ୍ଭ ପାଇଁ ପ୍ରସ୍ତୁତ ହେବା କୁ ପରାମର୍ଶ ଦେଇଥିଲେ।
ଏହି ଯୋଗ ଅନୁଷ୍ଠାନକୁ ସଫଳ କରିବାରେ ଯୁବା ମଞ୍ଚ ପ୍ରାନ୍ତୀୟ ସଂଯୋଜକ ବିମଲ ଜୈନ ଓ ଏହି କାର୍ଯ୍ୟକ୍ରମ ସଂଯୋଜକ ଯୁବା ମୋହନ ସୋନି,ସହ ସମ୍ପାଦକ ଗୋପାଳ ଅଗ୍ରୱାଲ, ନାରାୟଣ ଅଗ୍ରୱାଲ, ଆଦିତ୍ୟ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।
Edited by k.s thakur...



