ବରଗଡ଼ ନିର୍ବାଚନ ମଣ୍ଡଳୀ ରେ ଚାଲୁଛି ବିଧାୟକ ଅଶ୍ୱିନୀ ଙ୍କ ଜନତା ଦରବାର...
ବରଗଡ଼,୨୮/୦୬ : ଲୋକଙ୍କ ସରକାର ରେ ଜନତା ଦରବାର। ଯଥା ସମ୍ଭବ ସମସ୍ୟା ର ସମାଧାନ କରିବା ପାଇଁ ବରଗଡ଼ ଗଙ୍ଗାଧର ନଗର ସ୍ଥିତ ନିଜ ବାସଭବନରେ ଚାଲିଥାଏ ଜନତା ଦରବାର ତାହା ପୁଣି ତୁରନ୍ତ ସମାଧାନ କିଭଳି ହୋଇପାରିବ ତାହା ଚେଷ୍ଟା କରନ୍ତି ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ।
Ad..
ଯେଉଁଦିନ ନିଜ ବରଗଡ଼ ନିର୍ବାଚନ ମଣ୍ଡଳୀରେ ରହନ୍ତି ସକାଳ ୭ ଘଣ୍ଟା ରୁ ଆରମ୍ଭ ହୁଏ ଦରବାର। ଗାଁ ରୁ ସହର ବିଭିନ୍ନ ପ୍ରକାର ର ସମସ୍ୟା ନେଇ ଆସୁଥିବା ଜନସାଧାରଣ ଦରବାରରେ ସିଧାସଳଖ ବସି ଗୁହାରି, ସମସ୍ୟା ପ୍ରଭୃତି ବିଧାୟକ ଙ୍କୁ ଜଣାନ୍ତି ।
Ad..
ବିଧାୟକ ଶୁଣି ସାରିବା ପରେ ସମାଧାନ ର ବାଟ ଦେଖାନ୍ତି। ସମସ୍ୟା ଅନୁସାରେ ଯଦି ବ୍ଲକ, ମୁନସିପାଲଟି କିମ୍ବା ପ୍ରଶାସନିକ ସମସ୍ୟା ହୁଏ ଓ ଜିଲ୍ଲା ଅଧିନରେ ସମାଧାନ ହେଉଛି ତାକୁ ତୁରନ୍ତ ବିଭାଗୀୟ ଅଧିକାରୀ ଙ୍କ ସହ ଫୋନ୍ ରେ ଆଲୋଚନା କରନ୍ତି ନିଜ ଦ୍ବାରା ସମାଧାନ ମଧ୍ୟ କରନ୍ତି ତାହା ପୁଣି ତୁରନ୍ତ ସମାଧାନ।
ଏଭଳି ଜନତା ଦରବା କୁ ଲୋକେ ଯାଇ ଖୁସିରେ ଫେରୁଛନ୍ତି। କେବଳ ଲୋକଙ୍କ ସମସ୍ୟା ନୁହେଁ ବରଗଡ଼ ନିର୍ବାଚନ ମଣ୍ଡଳୀରୁ କୈାଣସି ବିଜେଡି କର୍ମୀ ନିଃସଙ୍କୋଚରେ ତାଙ୍କ ପାଖକୁ ଯାଇଛନ୍ତି ସେମାନଙ୍କର କାମକୁ ମଧ୍ୟ ବିନା ଦ୍ଵିଧାରେ କରୁଥିବା ଆଲୋଚନା ହେଉଛି।
ଏଭଳି ଗୋଟିଏ ଦିନର ଜନତା ଦରବାର କୁ ଦେଖିବାକୁ ଯାଇଥିଲୁ । ଗଙ୍ଗାଧର ନଗର ସ୍ଥିତ ତାଙ୍କ ବାସଭବନ ବାହାରେ ଜମା ହୋଇଛି ଅନେକ ଯାନ ବାହନ। ଗଳିକନ୍ଦିରେ ଘର ହେଲେ ଭିଡ ଭରପୁର ହୋଇଛି। ଦୁଇ ମହଲା କୋଠାର ଉପରେ ଏକ ଛୋଟ କୋଠରୀ । ବାହାରେ ଚୈକି ପଡିଛି ଭିଡ ଅଛି ଲୋକ ଅପେକ୍ଷା କରି ରହିଛନ୍ତି। ସିକୁରିଟି ମଧ୍ୟ ଅଛନ୍ତି।
ଜନତା, କର୍ମଚାରୀ, ଦଳିୟ କର୍ମୀ ଏପରିକି ମହିଳାଙ୍କ ଭିଡ ରହିଛି। ଉପର ମହଲା ଛୋଟ ଏସି ଲାଗିଥିବା କୋଠରି ମଧ୍ୟ ରେ ୧୨ ଗୋଟି ଚେଆର ପଡିଛି।ଗୋଟିଏ ପରେ ଗୋଟିଏ ଅଭିଯୋଗ ଶୁଣି ସମାଧାନ କରିବା ପାଇଁ ଚେଷ୍ଟା କରୁଛନ୍ତି ବିଧାୟକ।
ଏପଟେ କମ୍ପ୍ୟୁଟର ରେ ଅଭିଯୋଗ କର୍ତ୍ତା ଙ୍କ ସମସ୍ୟା ର ତାଲିକା ପ୍ରସ୍ତୁତିରେ ଲାଗିପଡିଛନ୍ତି ତାଙ୍କ ସହଯୋଗୀ ଓ ଅଫିସ କର୍ମଚାରୀ। ଏକ ସୁନ୍ଦର ବ୍ୟବସ୍ଥା ଓ ଶୃଙ୍ଖଳିତ ଭାବରେ ଚାଲିଛି ଡବଲ ଇଞ୍ଜିନର ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଙ୍କ ଜନତା ଦରବାର। ଦରବାର ର ମଝିରେ ମଝିରେ ବରଗଡ଼ ନିର୍ବାଚନ ମଣ୍ଡଳୀ ର ପୁରୁଣା ସମସ୍ୟା କୁ ନେଇ ତର୍ଜମା ମଧ୍ୟ ଚାଲୁଛି ।
ଭାରତୀୟ ଜନତା ପାର୍ଟିର ନୁଆ ସରକାର ରେ ପ୍ରଥମ ଥରପାଇଁ ବରଗଡ଼ ନିର୍ବାଚନ ମଣ୍ଡଳୀ ରେ ବିଧାୟକ ହୋଇଥିବା ଅଶ୍ବିନୀ ଷଡ଼ଙ୍ଗୀ ତାଙ୍କ ସ୍ବତନ୍ତ୍ର ଢଙ୍ଗରେ ଚଳାଇଥିବା ଜନତା ଙ୍କ ପାଇଁ ଦରବାର ର ଆଲୋଚନା ଏବେ ସମଗ୍ର ନିର୍ବାଚନ ମଣ୍ଡଳୀ ରେ ଚହଲ ପଡିଛି।
ଆମେ ଉପସ୍ଥିତ ଥିବା ସମୟରେ ପ୍ରାୟ ସାତଗୋଟି ସମସ୍ୟା , ସ୍କୁଲ, ପାଚେରୀ, ପାଚିକା, ଭିନ୍ନକ୍ଷମଙ୍କ ସାର୍ଟିଫିକେଟ ପ୍ରମୁଖ ସମସ୍ୟା ର ତୁରନ୍ତ ସମାଧାନ ହୋଇଥିବା ଦେଖିଥିଲୁ । ଦିର୍ଘ ୨୫ ବର୍ଷ ର ଅସନ୍ତୋଷ ପ୍ରତିଫଳିତ ହୋଇ ସରକାର ପରିବର୍ତ୍ତନ କରିଥିବା ବରଗଡ଼ ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ଙ୍କ ପାଇଁ ବହୁତ କିଛି କରିବାକୁ ରହିଛି ବୋଲି କହୁଥବା ଅଶ୍ବିନୀ ଷଡ଼ଙ୍ଗୀ ଙ୍କ ଏକବର୍ଷ ପୂର୍ତ୍ତି ହୋଇଛି ଓ ଏଥିପାଇଁ ସେ ବହୁ ଉତ୍ସାହିତ ହୋଇ ଜଣେ ବିଧାୟକ ଙ୍କ ଦାୟିତ୍ୱ ସମ୍ପାଦନ କରୁଛନ୍ତି ବୋଲି ବିଧାୟକ ଅଶ୍ୱିନୀ କହିଛନ୍ତି।
ବରଗଡ଼ ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ଏଥର ବିଜୁ ଜନତାଦଳ କୁ ପ୍ରତ୍ୟାଖ୍ୟାନ କରି ଆମ ଭାରତୀୟ ଜନତା ପାର୍ଟିକୁ ଜିତାଇବାରେ ସହଯୋଗ କରିଥିବାରୁ ମୁଁ ମଧ୍ୟ ଜନସାଧାରଣ ଙ୍କ ପାଇଁ ସଦାବେଳେ ଉପଲବ୍ଧ ବୋଲି ମଧ୍ୟ କହୁଛନ୍ତି। ନୂଆ ନୂଆ ବିଧାୟକ ହୋଇଥିବା ଅଶ୍ବିନୀ କେତେଦିନ ପର୍ଯ୍ୟନ୍ତ ଜନତା ଦରବାର ମାଧ୍ୟମରେ ଲୋକଙ୍କ ସମସ୍ୟା ର ସମାଧାନ କରିବା ପାଇଁ ଚେଷ୍ଟା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।
Report : Bijay ku sahu
Edited by k.s thakur...



