ବରଗଡ଼ ଜିଲ୍ଲା ର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳନ...
ବରଗଡ,୨୮/୦୬ : ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭଟଲି ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥି ପାଇଁ ଭଟଲିଧାମ ଚଳଚଞ୍ଚଳ ରହିଛି।
Ad..
ଏଥର ଆଷାଢ଼ ଶୁକ୍ଳ ଦ୍ୱିତୀୟା ଶୁକ୍ରବାର ସକାଳ ୪ଟାରେ ପହଡଭଙ୍ଗ,ଦ୍ୱାରଫିଟା ମଙ୍ଗଳପ୍ରଦୀପ ପ୍ରଜ୍ଜ୍ୱଳନ,ମଇଲମ, ଅବକାଶ ନୀତି, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ପରେ ସକାଳ ୭ଟାରେ ଗୋପାଳବଲ୍ଲଭ ଭୋଗଲାଗି, ସକାଳ ୮ଟାରେ ସାହାଣମେଳା, ରୋଷହୋମ, ସକାଳ ଧୂପ ପରେ, ସକାଳ ୯.୩୦ରେ ରଥପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ବରଗଡ ଆଦିତ୍ୟବାହିନୀ ତଥା ଆନନ୍ଦ ବାହିନୀ ଦ୍ୱାରା ତୁଳସୀ ସେବା ହେବା ସହ ପହଣ୍ଡିବେଶ କରାଯାଇଥିଲା।
Ad..
୧୦ ଘଣ୍ଟା ୩୦ମି ରେ ପହଣ୍ଡି ପୂଜା, ୧୧ଟାରେ ଛେରାପହରା ସହ ପହଣ୍ଡିବିଜେ ଆରମ୍ଭ ହୋଇ ଦିନ ୧୨ଟାରେ ରଥପରିକ୍ରମା କରି ମହାପ୍ରଭୁ ଶ୍ରୀ ଦଧିବାମନଙ୍କୁ ରଥାଋଢ଼ କରାଯାଇଥିଲା। ଏହାପରେ ପରେ ରଥ ଉପରେ ମଇଲମ ଶୃଙ୍ଗାରବେଶ,ଚିତାଲାଗି, ପଞ୍ଚୋପଚାର ପୂଜାପୂର୍ବକ ବିଶେଷ ଭୋଗ ଲାଗି, ସାହାଣମେଳା ଏବଂ ନବଜାତ ଶିଶୁମାନଙ୍କ ରଥଛୁଆଁ, ସାରଥୀମାନଙ୍କୁ ଆଜ୍ଞାମାଳ ପ୍ରଦାନ କରିବା ସହ ଦିନ ୧ଟାରେ ରଥଟଣା ଆରମ୍ଭ ସୋଇଥିଲା।
ପରମ୍ପରା ଓ ରିତିନୀତି ଓ ବିଧି ମୁତାବକ ଭଟଲି ରଥ ରେ ଛୋଟ ଛୋଟ ଅଜ୍ଞାତ ଶିଶୁ ମାନଙ୍କୁ ରଥରେ ଦଧିବାମନ ଙ୍କୁ ଠାକୁର ଛୁଆଁଇବା ପରମ୍ପରା ସର୍ବ ପ୍ରଥମେ ଭଟଲିଧାମ ପୀଠରୁ ଆରମ୍ଭ ହୋଇଛି। ଶିଶୁ ମାନଙ୍କୁ ଭଗବାନ ଶରୀର ରୂପକ ରଥରେ ପ୍ରଭୁଙ୍କୁ ଅର୍ପଣ କରି, ଶିଶୁର ଭବିଷ୍ୟତ ମଙ୍ଗଳମୟ ହେବା ପାଇଁ ପ୍ରଭୁଙ୍କ ଠାରେ ଆଶିର୍ବାଦ ନିଆଯାଇଥାଏ।
ସ୍ଵଂୟ ଆବିର୍ଭୁତ ପରଂବ୍ରହ୍ମ ଶ୍ରୀଦଧିବାମନଙ୍କ ସାନ୍ନିଧ୍ୟ ପାଇବା ପାଇଁ ରଥଯାତ୍ରା ପର୍ବରେ ଭଟଲି ଅମ୍ବାଭନା ସମେତ ସମଗ୍ର ପଶ୍ଚିମ ଓଡ଼ିଶା ଓ ପଡୋଶୀ ଛତିଶଗଡ଼ର ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସେହିପରି ବରଗଡ଼ ଜିଲ୍ଲା ର ନୃସିଂହନାଥ ପୀଠ ରେ ମଧ୍ୟ ରଥଯାତ୍ରା ପାଳନ ହୋଇଥିଲା।
ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଛେରାପହରା କରି ଜଗନ୍ନାଥ ଙ୍କୁ ରଥାରୂଢ଼ କରିଥିଲେ। ସାଂସଦ ସମଗ୍ର ଓଡ଼ିଶା ର ଜନସାଧାରଣ ଙ୍କୁ ନୃସିଂହନାଥ ରଥଯାତ୍ରା ରୁ ଶୁଭେଚ୍ଛା ଜଣାଇଥିଲେ। ବରଗଡ଼ ସହରର ବାନ୍ଦୁଟିକ୍ରା ରଥ ଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ସେହିପରି ବରଗଡ଼ ର ପ୍ରତିଷ୍ଠିତ ବିକାଶ ଶିକ୍ଷାନୁଷ୍ଠାନ ରେ ପ୍ରତିବର୍ଷ ଭଲି ଏଥର ମଧ୍ୟ ରଥଯାତ୍ରା ପାଳନ ହୋଇଛି।
ବିକାଶ ହସ୍ପିଟାଲ ପରିଷରରେ ଥିବା ଜଗନ୍ନାଥ ମନ୍ଦିରରୁ ଚତୁର୍ଦ୍ଧା ମୂର୍ତ୍ତୀ ରଥାରୂଢ଼ ହୋଇଥିଲେ । ବିକାଶ ଅନୁଷ୍ଠାନ ର ପରିଚାଳକ ଡି ମୁରଲି କ୍ରିଷ୍ଣା ରଥ ନିତୀ ପରମ୍ପରା ଅନୁସାରେ ଛେରାପହଁରା ନୀତି ପାଳନ କରି ରଥର ଶୁଭାରମ୍ଭ କରିଥିଲେ। ବିକାଶ ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନା ର ସମସ୍ତ କର୍ମକର୍ତ୍ତା, ସହକର୍ମୀ ଓ କର୍ମଚାରୀଙ୍କ ଉପସ୍ଥିତି ରେ ବିକାଶ ଶିକ୍ଷାନୁଷ୍ଠାନ ର ଛାତ୍ର ମାନେ ରଥ ଟାଣିଥିଲେ।
Report : Bijay ku sahu
Edited by k.s thakur...



