ରାଣା ପ୍ରତାପ ସ୍କୁଲ ରେ ବିଜ୍ଞାନ ଓ ଗଣିତ ଆଲୋଚନା ଚକ୍ର ଅନୁଷ୍ଠିତ...
ବରଗଡ଼, ୨୮/୦୬ : ସ୍ଥାନୀୟ ରାଣା ପ୍ରତାପ ସ୍କୁଲରେ ଶ୍ରେଣୀ ନବମ ରେ ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ "ଗତି " ବିଷୟ ରେ ଗୋଷ୍ଠୀ ଗତ ଆଲୋଚନା ହୋଇ ଥିବା ବେଳେ ଶ୍ରେଣୀ ଦଶମ ର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବିଜ୍ଞାନ ର ଜନକ ବିଶିଷ୍ଟ ଦାର୍ଶନିକ ଓ ଗଣିତଜ୍ଞ ଥେଲିସ୍ ଙ୍କ ଜୀବନୀ ତଥା "ଥେଳିସ୍ ଥିଓରମ"ଜ୍ୟାମିତି ର ଉପପାଦ୍ୟ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।
Ad..
ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥ ଙ୍କ ଅଧ୍ୟକ୍ଷତା ଓ ଗଣିତ ଶିକ୍ଷୟିତ୍ରୀ ଜ୍ୟୋତି ବେହେରା ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି ଆଲୋଚନା ଚକ୍ର ରେ ମୁଖ୍ୟ ଆଲୋଚକ ଭାବେ ଅବସର ପ୍ରାପ୍ତ ଗଣିତ ଶିକ୍ଷକ ସୁଧାଂଶୁ ଶେଖର ସାହୁ ଯୋଗ ଦେଇ ଥେଲିସ୍ ପ୍ରଣୀତ ଜ୍ୟାମିତି ର ଉପପାଦ୍ୟ ସମ୍ବନ୍ଧ ରେ ବିସ୍ତୃତ ଆଲୋଚନା କରିଥିବା ବେଳେ...
Ad..
ଏହି କାର୍ଯ୍ୟକ୍ରମ ରେ ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ଦାର୍ଶନିକ ତଥା ଗଣିତଜ୍ଞ ଥେଳିସ୍ ଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ବବିତା ନାଏକ ,ଗୀତା ଜାଲ ଜ୍ୟୋତ୍ସ୍ନା ତ୍ରିପାଠୀ,ସୁନୀତା ମିଶ୍ର ,ତପସ୍ଵିନୀ ତ୍ରିପାଠୀ ପ୍ରମୁଖ ମଧ୍ୟ ଏହି ଆଲୋଚନା ଚକ୍ର ରେ ଭାଗ ନେଇଥିଲେ ।ଛାତ୍ରୀ ସାଳିନି ସା ଧନ୍ୟବାଦ୍ ଅର୍ପଣ କରିଥିଲେ ।
Report : Bijay ku sahu
Edited by k.s thakur...



