ଗୁଣ୍ଡିଚା ରଥଯାତ୍ରା ଅବସରରେ କଣ୍ଟାବାଞ୍ଜି ଓଡ଼ିଆ ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରସାଦ ବଣ୍ଟନ...

ଗୁଣ୍ଡିଚା ରଥଯାତ୍ରା ଅବସରରେ କଣ୍ଟାବାଞ୍ଜି ଓଡ଼ିଆ ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରସାଦ ବଣ୍ଟନ...


କଣ୍ଟାବାଞ୍ଜି,୨୭/୦୬ : ଆଜି ହେଉଛି ଜଗତର ନାଥ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଗୁଣ୍ଡିଚା ରଥ ଯାତ୍ରା। ପୁରୀ ସହିତ ଦେଶ ଓ ବିଶ୍ୱରେ ଭଗଵାନ ଜଗନ୍ନାଥ ଙ୍କ ରଥ ଯାତ୍ରା ପର୍ବ ପାଳନ କରାଯାଇଥାଏ।

     Ad..


ଏହି ଅବସରରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଓଡ଼ିଆ ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରସାଦ ବଣ୍ଟନ କରାଯାଇଥିଲା। ପ୍ରଥମେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଭଗବାନ ଜଗନ୍ନାଥ,ଦେବୀ ସୁଭଦ୍ରା ଓ ବଡ଼ ଦାଉ ବଳଭଦ୍ର ଙ୍କୁ ଭୋଗ ଅର୍ପଣ କରାଯାଇଥିଲା।

           Ad..


ରଥାରୂଢ଼ ହୋଇ ଚତୁର୍ଦ୍ଧା ମୂର୍ତ୍ତି ଗୁଣ୍ଡିଚା ମନ୍ଦିର ବିଜୟ ସମୟରେ ସ୍ଥାନୀୟ ପର୍ଶୁରାମ ଛକ ନିକଟରେ କଣ୍ଟାବାଞ୍ଜି ଓଡ଼ିଆ ବ୍ରାହ୍ମଣ ସମାଜ ପକ୍ଷରୁ ହଜାର ହଜାର ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।

କଣ୍ଟାବାଞ୍ଜି ଓଡ଼ିଆ ବ୍ରାହ୍ମଣ ସମାଜ ସଭାପତି ଚିନ୍ମୟ କୁମାର ଯୋଶୀ ଙ୍କ ନେତୃତ୍ୱ ରେ ଏହି ଆୟୋଜନ କରାଯାଇଥିବା ବେଳେ ଉପ ସଭାପତି ବିଜୟ କୁମାର ମିଶ୍ର,ସମ୍ପାଦକ ସରୋଜ କୁମାର ପଣ୍ଡା,ଉପ ସମ୍ପାଦକ ଜୟବ୍ରତ ସାହୁ, କୋଷାଧ୍ୟକ୍ଷ ଜନାର୍ଦ୍ଦନ ଠାକୁର,ସହ କୋଷାଧ୍ୟକ୍ଷ ପ୍ରତ୍ୟୁଷ ପାଣିଗ୍ରାହୀ,ଆଇନ୍ ପରାମର୍ଶଦାତା ପ୍ରଫୁଲ୍ଲ କୁମାର ନାଏକ କାର୍ଯ୍ୟଭାର ତୁଲାଇଥିଲେ। 

ମନୋଜ କୁମାର ଠାକୁର,ପ୍ରିୟବ୍ରତ ସାହୁ,ସଞ୍ଜୟ ପଣ୍ଡା,ଦେବାଶିଷ ମିଶ୍ର ,ସଞ୍ଜୟ ମିଶ୍ର, କାହ୍ନୁ ଚରଣ ମିଶ୍ର, ପ୍ରଭୁଦତ୍ତ ହୋତା,ବ୍ରଜଶ୍ୟାମ ଗୁରୁ,ଦେବେନ୍ଦ୍ର ପଣ୍ଡା,ହରିହର ଠାକୁର,ମୋହନ ଖମାରୀ ଉପସ୍ଥିତ ଥିଲେ।



Edited by k.s thakur...

Post a Comment

Previous Post Next Post