ରାସ୍ତା ମଝିରେ ଭାରସାମ୍ୟ ହରାଇ ଓଲଟିଲା ବସ୍, ୨୫ରୁ ଅଧିକ ଯାତ୍ରୀ ଆହତ...

ରାସ୍ତା ମଝିରେ ଭାରସାମ୍ୟ ହରାଇ ଓଲଟିଲା ବସ୍, ୨୫ରୁ ଅଧିକ ଯାତ୍ରୀ ଆହତ...


ଭୁବନେଶ୍ଵର,୧୫/୦୬: ଖୋର୍ଦ୍ଧା ପିତାପଲ୍ଲୀ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ମଝି ରାସ୍ତାରେ ଓଲଟିଲା ଯାତ୍ରୀବାହୀ ଘରୋଇ ବସ ନୀଳକଣ୍ଠ।ଭୁବନେଶ୍ବରରୁ ଖୋର୍ଦ୍ଧା ଅଭିମୁଖେ ୫୦ରୁ ଅଧିକ ଯାତ୍ରୀ ନେଇ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା। 

            Ad..


ସେମାନଙ୍କ ମଧ୍ୟରୁ ୨୫ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟଲୋକ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଛନ୍ତି। ଘଟଣାସ୍ଥଳରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୁଲିସ ପହଞ୍ଚି ବସ୍‌କୁ ଜବତ କରିଥିବା ତଦନ୍ତ ଆରମ୍ଭ କରିଛି। 

Ad..


ସୂଚନା ଅନୁଯାୟୀ, ଆଜି ନୀଳକଣ୍ଠ ନାମକ ଏକ ଘରୋଇ ବସ ଭୁବନେଶ୍ବରରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ପିତାପଲ୍ଳୀ ନିକଟରେ ଭାରସାମ୍ୟ ହରାଇ ଓଲଟିପଡିଛି। ଦୁର୍ଘଟଣାରେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ସ୍ଥାନୀୟଲୋକ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ଖୋର୍ଦ୍ଧ‌ ମେଡିକାଲରେ ଭର୍ତ୍ତି କରିଛନ୍ତି। 

ସମସ୍ତଙ୍କ ସେଠାରେ ଚିକିତ୍ସା ଜାରି ରହିଛି। ତେବେ ଦୁର୍ଘଟଣା ପରେ ପିତାପଲ୍ଲୀ ରାସ୍ତା‌ରେ ଟ୍ରାଫିକ୍ ଜାମ୍ ସମସ୍ୟା ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଶିଳ୍ପାଞ୍ଚଳ ଥାନା ପୁଲିସ ପହଞ୍ଚ ଟ୍ରାଫିକ୍ ନିୟନ୍ତ୍ରଣ କରିବା ସହ ଦୁର୍ଘଟଣା ଗ୍ରସ୍ତ ବସ୍‌ଟିକୁ ଜବତ କରିଛି। 




Edited by k.s thakur...


Post a Comment

Previous Post Next Post