ଏୟାରପୋର୍ଟ ଅଞ୍ଚଳରୁ ଭାଙ୍ଗିବ ବେଆଇନ୍‌‌ କୋଠା...

ଏୟାରପୋର୍ଟ ଅଞ୍ଚଳରୁ ଭାଙ୍ଗିବ ବେଆଇନ୍‌‌ କୋଠା...


ଭୁବନେଶ୍ୱର,୧୫/୦୬ : ଏୟାରପୋର୍ଟ ଅଞ୍ଚଳରୁ ଭାଙ୍ଗିବ ବେଆଇନ୍‌‌ କୋଠା। କଟାଯିବ ବଡ଼ବଡ଼ ଗଛ। ବିମାନ ଚଳାଚଳର ସୁରକ୍ଷା ଦିଗରେ ଯାହା ବି କିଛି ବାଧା ଉପୁଜୁଛି ସେସବୁକୁ ହଟାଇ ଦିଆଯିବ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ସୁରକ୍ଷା ଦୃଷ୍ଟିରୁ ଏଭଳି କରାଯିବ। 

Ad..


ଏୟାରପୋର୍ଟ ଅଥରିଟିଙ୍କ ପକ୍ଷରୁ ଏସମ୍ପର୍କିତ ଏକ ସର୍ଭେ କରାଯାଇଛି। ଏହି ସର୍ଭେରେ ବିମାନ ଚଳାଚଳ ପାଇଁ ସୃଷ୍ଟି ହେଉଥିବା ବିପଦର ଆକଳନ କରାଯାଇଛି। ଏହାପରେ ବିଏମ୍‌‌ସି କମିସନରଙ୍କୁ ବେଆଇନ୍‌‌ ଅଟ୍ଟାଳିକା ଏବଂ ପାଖାପାଖି ଥିବା ବଡ଼ ଗଛ ସମ୍ପର୍କରେ ଅବଗତ କରାଯିବ। 

Ad..


ଆଗାମୀ ଦିନରେ ଏହାକୁ ହଟାଇବାକୁ ନେଇ ବିଏମ୍‌‌ସିକୁ ଚିଠି ଲେଖାଯିବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି। ସେହିପରି ନଡ଼ିଆ ଚାରା ଫାର୍ମ ସମ୍ପର୍କରେ ଓୟୁଏଟି କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି।

ଅନ୍ୟପକ୍ଷରେ ଅହମଦାବାଦ ବିମାନ ଦୁର୍ଘଟଣା ପରେ ଚେଇଁ ଉଠିଛି ଡିଜିସିଏ। ବିମାନବନ୍ଦର ସୁରକ୍ଷା ଏବଂ ବିମାନ ଦୁର୍ଘଟଣା ପରେ ମୁକାବିଲା କିଭଳି ଭାବେ ହୋଇପାରିବ ସେ ନେଇ ପ୍ରସ୍ତୁତ ରହିବାକୁ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ପ୍ରସ୍ତୁତ ରହିବାକୁ ଡିଜିସିଏ ପକ୍ଷରୁ କୁହାଯାଇଛି। ଆଗାମୀ ଜୁନ୍‌‌ ୩୦ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦର ପରିସରରେ ଏକ ଅଭ୍ୟାସ କରାଯିବ। 

ବିମାନ ଦୁର୍ଘଟଣାର ଆଶଙ୍କାକୁ ଅନୁଧ୍ୟାନ କରାଯିବ। ଏହା ସହ ଦୁର୍ଘଟଣା ପରେ କିଭଳି ମୁକାବିଲା କରାଯିବ ସେ ନେଇ ଅଭ୍ୟାସ କରାଯିବ। ଫୁଲସ୍କେଲ ରିହାର୍ସଲ କରିବାକୁ ଡିଜିସିଏ ନିର୍ଦ୍ଦେଶ ଦେଇଛି। ଏଥିରେ ପୁଲିସ, ମେଡିକାଲ ଓ ଅଗ୍ନିଶମ ବିଭାଗ ବି ଉପସ୍ଥିତ ରହିବ। ଅହମଦାବାଦ ପ୍ଲେନ କ୍ରାସ ପରେ ଭୁବନେଶ୍ୱର ବିମାନ ବନ୍ଦର ଏପରି କିଛି ସିକ୍ୟୁରିଟି ପ୍ରୋଗ୍ରାମ କରାଯିବ।

ଅନ୍ୟପକ୍ଷରେ ଭୁବନେଶ୍ୱର ବିମାନ ବନ୍ଦରରେ ପାରାଲାଲ ଟାକ୍ସି ଟ୍ରାକ ଓ ରାପିଡ଼ ଏକ୍ସିଟ ହୋଇଛି। ଏହା ଦ୍ୱାରା ଏକା ସାଙ୍ଗରେ ୨୪ଟି ବିମାନ ଟେକଅପ ଓ ଲ୍ୟାଣ୍ଡିଂ କରିପାରିବେ। ଡିଜିସିଏ ଏହାର କ୍ଳିଅରାନ୍ସ ଦେଇଛନ୍ତି। ଏଆଇପିରେ ଏହା ପବ୍ଲିକ ହେବାର ୪୬ ଦିନ ପରେ କାର୍ଯ୍ୟକାରୀ ହେବ। 

ଏଣୁ ବେଆଇନ୍‌‌ ନିର୍ମାଣ ହଟାଇବା ଏବଂ ଗଛ କାଟିବା ଉପରେ ବିମାନବନ୍ଦର କର୍ତ୍ତୃପକ୍ଷ ଏହାର ଗୁରୁତ୍ୱ ଦେଇଛନ୍ତି। ଗଢି ଉଠିଥିବା ବେଆଇନ୍‌‌ ନିର୍ମାଣ ସମ୍ପର୍କରେ ବିଏମ୍‌‌ସିର ବିଭାଗୀୟ କର୍ତ୍ତୃପକ୍ଷ ଅଜୟ ମହାନ୍ତି କହିଛନ୍ତି ଆମେ ଚିଠି ପାଇବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଯେଉଁମାନେ ବେଆଇନ୍‌‌ ଭାବେ ନିର୍ମାଣ କରିଛନ୍ତି ତାଙ୍କ ବିରୋଧରେ ମାମଲା ରୁଜୁ ହେବ। ଏହାସହ ବେଆଇନ୍‌‌ ନିର୍ମାଣକୁ ଉଚ୍ଛେଦ କରାଯିବ।




Edited by k.s thakur...



Post a Comment

Previous Post Next Post