ବିସ୍ଫୋରକ ଲୁଟ୍ ଘଟଣା ; ମୁଖ୍ୟ ଅଭିଯୁକ୍ତ ଗିରଫ...

ବିସ୍ଫୋରକ ଲୁଟ୍ ଘଟଣା ; ମୁଖ୍ୟ ଅଭିଯୁକ୍ତ ଗିରଫ...


ରାଉରକେଲା,୧୫/୦୬ : ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅଞ୍ଚଳରୁ ବିସ୍ଫୋରକ ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ଜର୍ଜ ମୁଣ୍ଡାକୁ ପୁଲିସ ଗିରଫ କରିଛି। ଏନେଇ ଆଜି ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମାଓବାଦୀଙ୍କ ଇନଫର୍ମର ସାଜି ଜର୍ଜ ବିସ୍ଫୋରକ ଲୁଟ୍ କରିଥିଲା ବୋଲି ସେ କହିଛନ୍ତି।

Ad..


ସୂଚନାଯୋଗ୍ୟ,ରାଉରକେଲା ବାଲୁଘାଟ ପେ‌ଟ୍ରୋଲ ପମ୍ପରୁ ବିସ୍ଫୋରକ ଜବତ ଘଟଣାରେ ଗିରଫ ହୋଇଥିବା ବାରୁଦ ବ୍ୟବସାୟୀ ଶ୍ରବଣ ଅଗ୍ରୱାଲ ଓ ତାଙ୍କ ପତ୍ନୀ ନିକିତା ଅଗ୍ରୱାଲଙ୍କୁ ଜେରା କରିବା ସମୟରେ କେତେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିଲା। ଖଣିମାଲିକ ନୀ‌ରୋଜ ପାଣ୍ଡେଙ୍କୁ ମଧ୍ୟ ସ୍କାନରରେ ରଖାଯାଇଥିଲା।

      Ad..


ଉଲ୍ଲେଖଯୋଗ୍ୟ, ଗତ ମାସ ୨୭ ତାରିଖରେ କୋଇଡ଼ା ବ୍ଲକ୍‌ କେ. ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ଖଣିକୁ ଯାଉଥିବା ୫ ଟନ୍‌ (୨୦୦) ପେଟି ବିସ୍ଫୋରକକୁ ମାଓବାଦୀମାନେ ଲୁଟି ନେଇଥିଲେ। ଗାଡ଼ି ଚାଳକ ଦେଓନାଥ ଟପ୍ପୋଙ୍କ ଏତଲା ପରେ ଘଟଣା ସାମନାକୁ ଆସିଥିଲା।

ଓଡ଼ିଶା ସୀମାରୁ ୭ କିମି ଦୂର ଝାଡ଼ଖଣ୍ଡ ଜରେଇକେଲା ତିରିଲପୋଷି ସରଣ୍ଡା ଜଙ୍ଗଲର ବିଟିକିଲ୍‌ସୋୟା, ବାଡ଼ିକୁଦର, ଟୟୋ, ଜାମଡ଼ା ଆଦି ଜାଗାରେ ମାଓବାଦୀମାନେ ଲୁଟ୍‌ ବିସ୍ଫୋରକ ଲୁଚାଇ ରଖିଥିଲେ।



Edited by k.s thakur...



Post a Comment

Previous Post Next Post