ମହିଳା ସ୍ବାସ୍ଥ୍ୟ କର୍ମୀଙ୍କୁ ଅସଦାଚରଣ କରି କାର୍ଯ୍ଯରୁ ନିଲମ୍ୱିତ ହେଲେ ସୋହେଲା CHC ର ବରିଷ୍ଠ କିରାଣୀ ସଞ୍ଜୟ ନନ୍ଦ...
ସୋହେଲା,୦୯/୦୫ : ବରଗଡ ଜିଲ୍ଲା ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନୂତନ ମହିଳା ସ୍ବାସ୍ଥ୍ୟ କର୍ମୀ ଭାବେ ଯୋଗ ଦେଇ ଥିବା ଏଗାର ଜଣ ANM ଙ୍କ ଦରମା ସମ୍ବନ୍ଧୀୟ କାଗଜାତ ଅପଡେଟ କରିବା ପାଇଁ ମୋଟା ଅଙ୍କର ଲାଞ୍ଚ ମାଗିବା ଏବଂ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ...
Ad..
ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବରିଷ୍ଠ କିରାଣୀ ସଞ୍ଜୟ ନନ୍ଦକୁ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାର୍ଯ୍ୟରୁ ନିଲମ୍ବନ କରିଥିବା ସୁଚନା ମିଳିଛି। ସୂତ୍ରରୁ ପ୍ରକାଶ ଯେ ଗତ ଏପ୍ରିଲ ମାସ ୨୪ ତାରିଖରେ ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ୧୧ ଜଣ ମହିଳା ସ୍ୱାସ୍ଥ୍ୟ କର୍ମୀ ଦରମା ସମ୍ବନ୍ଧୀୟ କାଗଜାତ ଦାଖଲ କରିବା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ ବରିଷ୍ଠ କିରାଣୀ ସଞ୍ଜୟ ନନ୍ଦଙ୍କ ପାଖକୁ ଯାଇଥିଲେ।
Ad..
ବଡ ବାବୁ ସଞ୍ଜୟ ନନ୍ଦ ସମସ୍ତ ମହିଳା କର୍ମଚାରୀଙ୍କୁ ଏକା ଏକା ଆସି କାଗଜାତ ଦେବାକୁ କହିଥିଲେ। ନନ୍ଦ ବାବୁଙ୍କ କହିବା ଅନୁଯାୟୀ ସବୁ ମହିଳା କର୍ମଚାରୀ ଏକା ଯାଇ ଭେଟି କାଗଜାତ ଦାଖଲ କରିବା ସହ ଦରମା ସମ୍ବନ୍ଧୀୟ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ।
Ad..
କିନ୍ତୁ ସୁବର୍ଣ୍ଣ ସୁଯୋଗ ଅପେକ୍ଷାରେ ଥିବା କିରାଣୀ ନନ୍ଦ ବାବୁ ସେହି ମହିଳା କର୍ମଚାରୀଙ୍କ କାଗଜାତ ତଥା ଦରମା କରିବା ପାଇଁ ମୋଟା ଅଙ୍କର ଲାଞ୍ଚ ମାଗିବା ସହ ଅଗ୍ରୀମ ଆକାରରେ ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରେ ଫୋନ ପେ ଯୋଗେ ନେବା ଓ କିଛି ମହିଳାଙ୍କୁ ଅସହାୟତାର ସୁଯୋଗ ନେଇ ଅସଦାଚରଣ କରିଥିଲେ।
ଯାହାକୁ ନେ଼ଇ କାଶୀପାଲି,ପାଣିମୋରା ଓ ଶନିମାଲ ANM ତଥା ଅନ୍ୟ ମହିଳା କର୍ମଚାରୀମାନେ ପ୍ରତିକ୍ରିୟା ଦେଖାଇବା ସହ ଲିଖିତ ଭାବେ ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ବ୍ରହ୍ମାନନ୍ଦ ଷଡ଼ଙ୍ଗୀଙ୍କ ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ।
ଏଭଳୀ ଏକ ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ଵ ଦେଇ ଜିଲ୍ଲାପାଳ ସୋହେଲା ବିଡ଼ିଓ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନେଇ ଏକ ତଦନ୍ତକାରୀ ଦଳ ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ମେ ମାସର ୩ ତାରିଖରେ ତଦନ୍ତ ପାଇଁ ପଠାଇଥିଲେ।
ତଦନ୍ତକାରୀ ଦଳ ଉଭୟ ଅଭିଯୋଗକାରୀ ମହିଳା କର୍ମଚାରୀ ଓ ଅଭିଯୁକ୍ତ କିରାଣୀ ସଞ୍ଜୟ ନନ୍ଦଙ୍କୁ ପଚରା ଉଚୁରା କରିଥିଲେ। ତଦନ୍ତକାରୀ ଦଳ ତଦନ୍ତ ସାରି ଅଧିକାରୀଙ୍କୁ ତଦନ୍ତର ନିଷ୍କର୍ଷ ବିଷୟରେ ଜଣାଇଥିଲେ। ସାଙ୍ଗେ ସାଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟଳୟ ତାରଫରୁ ଅଭିଯୁକ୍ତ ସଞ୍ଜୟ ନନ୍ଦକୁ ଗାଇସିଲେଟର ତାଲପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ବଦଳି କରାଯାଇଥିଲା।
ତଦନ୍ତକାରୀ ଦଳ ତଦନ୍ତ ରିପୋର୍ଟ ଦାଖଲ କଲା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାର ତରଫରୁ ଅଭିଯୁକ୍ତ ସଞ୍ଜୟ ନନ୍ଦଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି। ଅଭିଯୁକ୍ତ ସଞ୍ଜୟ ନନ୍ଦ ଦୀର୍ଘ ବର୍ଷ ହେବ ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା ବେଳେ ଅନେକ ସମୟରେ କର୍ମଚାରୀଙ୍କୁ ତାଙ୍କ ରୁକ୍ଷ ବ୍ୟବହାର ଅଭିଯୋଗ ହେଉଥିଲା।
କିନ୍ତୁ କାହାର ଛତ୍ରଛାୟା ତଳେ ରହି ଜଣେ ବୟସ୍କ କିରାଣୀ ଲାଞ୍ଚ କାରବାର କରିବା ସହ ଦବଙ୍ଗଗିରି ଦେଖାଉ ଥିଲେ ତାହା ମଧ୍ୟ ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।ଏନେଇ ଆମ ପ୍ରତିନିଧି ଅଭିଯୋକାରିଣୀଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରିଥିଲେ କିନ୍ତୁ ଉପରସ୍ଥ ଅଧିକାରୀଙ୍କ ଆଦେଶ ନହେଲେ ପ୍ରତିକ୍ରିୟା ଦେଇ ପାରିବୁନି ବୋଲି ସିଧା ମନା କରି ଥିଲେ। ଅଭିଯୁକ୍ତକୁ ଯୋଗାଯୋଗ କରିଥିଲେ ସୁଦ୍ଧା ସେ ଫୋନ ଉଠେଇ ନଥିଲେ।
ଏଥିରୁ ସ୍ପଷ୍ଟ ଅନୁମାନ କରାଯାଏ ଯେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଚପେଇ ଦେବା ପାଇଁ ବିଭାଗୀୟ ଅଧିକାରୀ ଆପ୍ରାଣ ଉଦ୍ୟମ କରୁଛନ୍ତି। ସୁଚନା ଯୋଗ୍ୟ ଯେ ବିଗତ ଦିନରେ ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଡ଼ାକ୍ତର ଯୋଗ ଦେଇ ନିଜର ଦରମା କରିବା ପାଇଁ କହିବା ଓ ଜାଣି ଶୁଣି ଡାକ୍ତରଙ୍କୁ ଅବହେଳା କରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ମଧ୍ୟ ହୋଇଥଲା ଯାହା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀଙ୍କ ହସ୍ତକ୍ଷେପ ପରେ ସମାଧାନ ହୋଇଥବା ଜଣାଯାଏ।
Report : Bijay ku sahu
Edited by k.s thakur...




