ଅବସର ପ୍ରାପ୍ତ ଶିକ୍ଷକ ଙ୍କ ବଦାନ୍ୟତା : ଶେଷ ମାସ ଦରମାରୁ ସ୍କୁଲ ଲାଇବ୍ରେରୀ କୁ ଦେଲେ ୫୦ ହଜାର ଟଙ୍କା...

ଅବସର ପ୍ରାପ୍ତ ଶିକ୍ଷକ ଙ୍କ ବଦାନ୍ୟତା : ଶେଷ ମାସ ଦରମାରୁ ସ୍କୁଲ ଲାଇବ୍ରେରୀ କୁ ଦେଲେ ୫୦ ହଜାର ଟଙ୍କା...


ବରଗଡ଼,୦୯/୦୫ : ବିଜେପୁର ବ୍ଲକ ଅନ୍ତର୍ଗତ ଜାରିଂ ହାଇସ୍କୁଲ୍ ର ହିନ୍ଦୀ ଶିକ୍ଷକ କାଶୀ ରାମ ପ୍ରଧାନ ଏପ୍ରିଲ ମାସ ରେ  ଅବସର ଗ୍ରହଣ କରିଥିଲେ। ତେବେ ଅବସର ଗ୍ରହଣ କଲା ପରେ  ବିଦ୍ୟାଳୟ ରେ ରହିଥିବା 

            Ad..


ପୁସ୍ତକାଳୟ କୁ ଛାତ୍ର ଛାତ୍ରୀ ଙ୍କ ବୌଦ୍ଧିକ ଜ୍ଞାନ ବୃଦ୍ଧି ସକାଶେ ନିଜ ଏପ୍ରିଲ ମାସ ର ଦରମା ରୁ ୫୦ ହଜାର ଟଙ୍କା ଆର୍ଥିକ ରାଶି ପୁସ୍ତକ କ୍ରୟ ପାଇଁ ଦାନ ସୂତ୍ର ରେ ପ୍ରଦାନ କରିଛନ୍ତି ।ଏହି ଅବସର ରେ ସ୍କୁଲ ର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ଗଡତିଆ..

        Ad..


ପରିଚାଳନା କମିଟି ଅଧ୍ୟକ୍ଷ ଯୋଗେନ୍ଦ୍ର ପ୍ରଧାନ,ମୋ ସ୍କୁଲ ଅଭିଯାନ କମିଟି ଅଧ୍ୟକ୍ଷ ଜିତେନ୍ଦ୍ରିୟ ଭୋଇ ,ଜୟନ୍ତ ପ୍ରଧାନ ବରିଷ୍ଠ ଶିକ୍ଷକଦିବ୍ୟ କିଶୋର ପଣ୍ଡା ,ସଚ୍ଚିଦାନନ୍ଦ ମହାପାତ୍ର ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶିବ ନାରାୟଣ ରଣା ପ୍ରମୁଖ ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷକ କାଶିରାମ ପ୍ରଧାନ ଙ୍କ ସ୍କୁଲ ଓ ଛାତ୍ର ଛାତ୍ରୀ ଙ୍କ ପ୍ରତି ରହି ଥିବା ଏହି ବଦାନ୍ୟତା କୁ ଭୂୟସୀ ପ୍ରଶଂସା କରିଥିଲେ ।

Ad..





Report : Bijay ku sahu

Edited by k.s thakur...



Post a Comment

Previous Post Next Post