ନିର୍ଝରିଣୀ ତରଫରୁ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ...

ନିର୍ଝରିଣୀ ତରଫରୁ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ...


କଣ୍ଟାବାଞ୍ଜି,୦୮/୦୫ : ଚଟୁଅନକା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଝୀପଡାଠାରେ ରେଡ଼କ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ ହୋଇଯାଇଛି।

           Ad..


କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ, ମାଝୀପଡା ପ୍ରାଥମିକ ବିଦ୍ୟାଳୟ ଓ ଜବାହାରଲାଲ ନେହେରୁ ଆଦିବାସୀ କ୍ଳବର ମିଳିତ ଆନୁକୂଲ୍ୟରେ ରେଡ଼କ୍ରସ ଜନ୍ମଦାତା ହେନେରୀ ଡୁରାଣ୍ଟଙ୍କ ୧୯୭ତମ ଜନ୍ମ ଜୟନ୍ତୀ ପାଳନ ଓ ତୁରେକେଲା ବ୍ଲକ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ପାଳନ ଅବସରରେ  ମୁଖ୍ୟ ବକ୍ତା ଭାବରେ ବିରଞ୍ଚି ନାରାୟଣ ଦାଶ, ମୁଖ୍ୟ ଅତିଥି ଭାବରେ ଥମିର ଛତ୍ରିଆ...

        Ad..


ସମ୍ମାନିତ ଅତିଥି ଭାବରେ ପ୍ରେମରାଜ ପାଣିଗ୍ରାହୀ,କିଶୋର ବରିହା,ନେହେରୁ କ୍ଳବର ସଭାପତି ସହଦେବ ମାଝୀ ଉପସ୍ଥିତ ଥିଲେ।ମୁଖ୍ୟ ବକ୍ତା ଶ୍ରୀ ଦାଶ ରକ୍ତଦାନ ମହତ ଦାନ ତେଣୁ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚେଇବା ଏକ ମହତ କାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ।

Ad..


ଚଳିତ ବର୍ଷର ବିଷୟ ମାନବିକତା ବଞ୍ଚି ରହୁ ଏବଂ ସହଯୋଗର ହାତ ବଢେଇ ସମ୍ପର୍କକୁ ଦୃଢ କରିବାକୁ ଆହ୍ୱାନ ଦେଇଥିଲେ।ସଭାପରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ କୈଳାସ ମାଝୀ, ଜନକ ମାଝୀ, କିଶୋର ମାଝୀ, ଗୋପାଳ ମାଝୀ, ଝସକେତନ ମାଝୀ, ନସୁମ ପୁଟେଲ,ପ୍ରତାପ ପୁଟେଲ, ଟଙ୍କ ମାଝୀ, ଦୟାନନ୍ଦ ପୁଟେଲ ,ଭଗତ ପୁଟେଲ ଆଦି ଉପସ୍ଥିତ ଥିଲେ।



Edited by k.s thakur...



Post a Comment

Previous Post Next Post