ବିଜେଡିର ଅତିରିକ୍ତ ରାଜନୈତିକ ସଚିବ ହେଲେ ଅଜିତ ମିଶ୍ର...
ଭୁବନେଶ୍ବର,୦୮/୦୫ : ଅଜିତ ମିଶ୍ର ହେଲେ ବିଜେଡିର ଅତିରିକ୍ତ ରାଜନୈତିକ ସଚିବ ।ଅବସରପ୍ରାପ୍ତ ବ୍ୟୁରୋକ୍ରାଟ ଅଜିତ କୁମାର ମିଶ୍ରଙ୍କୁ ବିଜୁ ଜନତା ଦଳର ଅତିରିକ୍ତ ରାଜନୈତିକ ସଚିବ ଭାବରେ ନିଯୁକ୍ତ କଲେ ନବୀନ ପଟ୍ଟନାୟକ। ଏ ନେଇ ଆଜି ଆଦେଶନାମା ଜାରି ହୋଇଛି।
Ad..
ଅଜିତ ମିଶ୍ର ନବରଙ୍ଗପୁର କଲେକ୍ଟର, ଗୃହ ଏବଂ ନଗର ଉନ୍ନୟନ ବିଭାଗରେ ଯୁଗ୍ମ ସଚିବ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ ଅତିରିକ୍ତ ସଚିବ ଏବଂ ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମାଜ (OSACS) ର ପ୍ରକଳ୍ପ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି।
Ad..
ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ବିଜେଡି ଥିବା ବେଳେ ତାଙ୍କୁ ଡବ୍ଲ୍ୟୁଓଡିସି ସିଇଓ ଭାବରେ ନିଯୁକ୍ତି ଦେଇଥିଲେ । ପାୱାର କରିଡରର ନିକଟତର ଥିବାରୁ ଅବସରରେ ପରେ ମଧ୍ୟ ନୂଆ ନିଯୁକ୍ତି ପାଇଥିଲେ ।
Ad..
ଏହି କାର୍ଯ୍ୟକାଳ ସମୟରେ କଳାହାଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀର କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ନିମନ୍ତେ ଡବ୍ଲ୍ୟୁଓଡିସି ପାଣ୍ଠିରୁ ବହୁ ପ୍ରକଳ୍ପକୁ ଅନୁଦାନ ପ୍ରଦାନରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ।
Edited by k.s thakur...




