୮ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ...
ଭୁବନେଶ୍ଵର,୦୮/୦୫ : ରାଜ୍ୟ କ୍ୟାବିନେଟରେ ଆଠଟି ପ୍ରସ୍ତାବକୁ ମଂଜୁରୀ ମିଳିଛି । ୫ ବିଭାଗର ୮ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଠଟି ପ୍ରସ୍ତାବକୁ ମଂଜୁରୀ ମିଳିଛି।
Ad..
ରାଜ୍ୟର ବିପର୍ଯ୍ୟୟ ପ୍ରଭାବିତ ଅଂଚଳରେ ବିପର୍ଯ୍ୟୟ ସମୟରେ ଏବଂ ପରେ ଜରୁରୀ ସେବା ଯେପରି ବାଧା ସୃଷ୍ଟି ନହୁଏ ତାହା ସୁନିଶ୍ଚିତ କରିବାକୁ ‘ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ’ ନାଁରେ ନୂତନ ଯୋଜନାକୁ ମଞ୍ଜୁରୀ ମିଳିଥିବାବେଳେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରାଯାଇଛି। ଫଳରେ ୧୦୦୦ କୋଟି ବ୍ୟୟରେ ୫୦୦ କିଲୋମିଟର ନୂତନ ରାସ୍ତା ନିର୍ମାଣ ହେବ ବୋଲି ଜଣାପଡ଼ିଛି। ଏହା ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ଜୀବନରେଖା ଭାବେ କାମ କରିବ ।
Ad..
ରାଜ୍ୟ କ୍ୟାବିନେଟରେ ବୈଠକ ନିର୍ବାଚନମଣ୍ଡଳିରେ ଥିବା ସଡ଼କ ନିର୍ମାଣ ଓ ମରାମତି ପାଇଁ ନୂତନ ଯୋଜନାକୁ ମଞ୍ଜୁରୀ ମିଳିଛି। ‘ନିର୍ବାଚନ ମଣ୍ଡଳୀ ଅର୍ଥ ବ୍ୟବସ୍ଥା’ ନାଁରେ ନୂତନ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି।
Ad..
ସେହିପରି ରାଜ୍ୟରେ ମୁଖ୍ୟମନ୍ତ୍ରୀ ବସ ସେବା ଆରମ୍ଭ ହେବ। ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଗ୍ରାମାଞ୍ଚଳର ଲୋକଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ, ସୁଲଭ ପରିବହନ ସେବା ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି। ଏହାର ତଦାରଖ ଓ ନିୟନ୍ତ୍ରଣ ଦାୟିତ୍ବ ଓଏସଆରଟିସିକୁ ଦିଆଯିବ । ମୁଖ୍ୟମନ୍ତ୍ରୀ ବସ ସେବାରେ ଯାତାୟତ କରୁଥିବା ମହିଳା ଓ ଟ୍ରାନ୍ସ ଜେଣ୍ଡରଙ୍କ ସମେତ ଛାତ୍ର, ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କୁ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯିବ।
ଏଥିସହିତ ସରକାରୀ ଡାକ୍ତରଖାନାରେ ମାଗଣା ଡାଇଗ୍ନୋଷ୍ଟିକ ଓ ଡାଏଲିସିସ ସେବା ଯୋଗାଇଦେବାକୁ ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ନିଦାନ ଯୋଜନାର ଦ୍ବିତୀୟ ପର୍ଯ୍ୟାୟକୁ କ୍ୟାବିନେଟ ମଂଜୁରୀ ମିଳିଛି । ଏଥିପାଇଁ ଆଗାମୀ ୫ ବର୍ଷ ପାଇଁ ୨୪୫୯ କୋଟି ୫୧ ଲକ୍ଷ ଟଙ୍କାକୁ କ୍ୟାବିନେଟ ଅନୁମୋଦନ ଦେଇଛି ।ସେହିପରି ପ୍ରାଣୀ ଚିକିତ୍ସା ବୈଷୟିକ ନିୟମକୁ ମଞ୍ଜୁରୀ ମିଳିଥିବାବେଳେ ପ୍ରାଣୀ ଚିକିତ୍ସା ବୈଷୟିକ ସେବା କ୍ୟାଡରରେ ନୂତନ ୧୧୩ ପଦବୀ ସୃଷ୍ଟି ହେବ ବୋଲି ସୂଚନା ମିଳିଛି।
ସେହିଭଳି ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ନିର୍ମଳ ଦ୍ବିତୀୟ ପର୍ଯ୍ୟାୟ ଯୋଜନାକୁ ମଧ୍ୟ ମଂଜୁରୀ ମିଳିଛି । ଏହାଦ୍ବାରା ସରକାରୀ ଡାକ୍ତରଖାନାରେ ସ୍ବଚ୍ଛତା, ସୁରକ୍ଷା, ଆଟେଣ୍ଡାଣ୍ଟ ଭଳି ଆନୁସଙ୍ଗୀକ ସେବାକୁ ସୁନିଶ୍ଚିତ କରାଯାଇପାରିବ ।
Edited by k.s thakur...
Tags:
Bhubaneswar
cabinet approval
cm mohan Majhi
latest news
latest update
odisha daily current affairs




