ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁ ନୃସିଂହ ଠାକୁର ଙ୍କ ଜନ୍ମ ମହୋତ୍ସବ ବା ବୈଶାଖ ମେଳା ର ସମୀକ୍ଷା କଲେ ଜିଲ୍ଲାପାଳ...
ନୃସିଂହନାଥ,୦୯/୦୫ :- ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁ ନୃସିଂହ ଠାକୁର ଙ୍କ ଜନ୍ମ ମହୋତ୍ସବ ବା ବୈଶାଖ ମେଳା ଗତ କାଲି କଳସ ଶୋଭାଯାତ୍ରା ଆରମ୍ଭ ହେବାପରେ ଆଜି ବରଗଡ଼ ଜିଲ୍ଲାପାଳ କରିଛନ୍ତି ସମୀକ୍ଷା।
Ad..
ଜିଲ୍ଲାପାଳ ଆଦିତ୍ୟ ଗୟେଲ ଙ୍କ ସହ ଅତିରିକ୍ତ ଜିଲ୍ଲାପାଳ କୁଣାଳ ମୋତିରାମ ଚୌହାନ,ଉପ ଜିଲ୍ଲାପାଳ ସେହ୍ନା ଅର୍ଗୁଲା ପ୍ରମୁଖ ଆସିଥିଲେ।
Ad..
ଜିଲ୍ଲାପାଳ ବୈଶାଖ ମେଳା ପାଇଁ ଅନୁଷ୍ଠିତ ସ୍ବାସ୍ଥ୍ୟ ଶିବିର ଶୁଭ ଉଦଘାଟନ କରିଥିଲେ।ଏହାପରେ ବିଶ୍ଵଶାନ୍ତି ମହାଯଜ୍ଞ ମଣ୍ଡପରେ ପୂଜାର୍ଚ୍ଚନା କରି ମହାପ୍ରଭୁ ନୃସିଂହ ଠାକୁରଙ୍କ ଦର୍ଶନ କରିଥିଲେ।
Ad..
ଶ୍ରଦ୍ଧାଳୁ ଭକ୍ତମାନେ କିପରି ଠିକ୍ ଭାବେ ମହାପ୍ରଭୁ ନୃସିଂହ ଠାକୁର ଙ୍କ ଦର୍ଶନ କରିପାରିବେ,ଟ୍ରାଫିକ ବ୍ୟବସ୍ଥା,ସ୍ବାସ୍ଥ୍ୟ, ଗମନା ଗମନ,ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଉପରେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ,ଟ୍ରଷ୍ଟି ସଭାପତି ଦେବାଶିଷ ସିହ୍ନା ଓ ବୈଶାଖ ମେଳା ପରିଚାଳନା କମିଟି ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ।
ମହାପ୍ରଭୁ ନୃସିଂହ ଠାକୁର ଙ୍କ ଜନ୍ମ ମହୋତ୍ସବ ବା ବୈଶାଖ ମେଳା ୨୦୨୫ ପାଇଁ ଆଜି ବିଶ୍ଵଶାନ୍ତି ମହାଯଜ୍ଞରେ ନୃସିଂହ ଠାକୁରଙ୍କ ବିଜମନ୍ତ୍ର " ଓଁ ଉଗ୍ରବିରମ୍ ମହାବିଷ୍ଣୁ ଜଳନ୍ତୋ ସର୍ବତୋ ମୁଖମ୍ ନୃସିଂହଂ ଭୀଷଣ ଭଦ୍ରମ୍ ମୃତ୍ୟୋ ମୃତ୍ୟୋ ନମାମ୍ୟହଂ " ମନ୍ତ୍ର ୨୫ ହଜାର ପଣ୍ଡିତ ଙ୍କ ଦ୍ଵାରା ଜପ କରା ଯାଇଥିଲା।
Report : Bijay ku sahu
Edited by k.s thakur...
Tags:
baisakh mela
latest news
latest update
nrusinghnath temple
odisha daily current affairs
paikmaal




