CA ପୱନ୍ ଜୈନଙ୍କ ଅକାଳ ବିୟୋଗ...

CA ପୱନ୍ ଜୈନଙ୍କ ଅକାଳ ବିୟୋଗ...


କଣ୍ଟାବାଞ୍ଜି,୦୩/୦୫ : କଣ୍ଟାବାଞ୍ଜି ନିବାସୀ କିସନ୍ ଲାଲ ଜୈନଙ୍କ ସୁପୁତ୍ର CA ପୱନ୍ ଜୈନଙ୍କ ବିଗତ କାଲି ଅକାଳ ବିୟୋଗ ଘଟିଥିଲା।

Ad..


ସୂଚନା ଅନୁସାରେ, କଣ୍ଟାବାଞ୍ଜି ନିବାସୀ କିସନ୍ ଲାଲ ଜୈନଙ୍କ ସୁପୁତ୍ର CA ପୱନ୍ ଜୈନ ବିଗତ କିଛି ବର୍ଷ ରୁ ମହାରାଷ୍ଟ୍ର ର ନାଗପୁର ରେ ରହିବା ସହିତ CA ଭାବରେ କାର୍ଯ୍ୟ କରୁଥିଲେ। ନିଜ କାମ ପାଇଁ ସେ ଅନେକ ସୁନାମ ଅର୍ଜନ କରିଛନ୍ତି। CA ଭାବରେ ସେ ନାଗପୁର ତଥା ଆଖପାଖ ସହରରେ ସୁପରିଚିତ। ତେବେ ବିଗତ ସନ୍ଧ୍ୟା ସମୟରେ କୌଣସି ଶାରୀରିକ ଅସୁସ୍ଥତା ଯୋଗୁଁ ତାଙ୍କ ଅକାଳ ବିୟୋଗ ହୋଇଥିଲା।

         Ad..


ଆଜି ସକାଳ ସମୟରେ ତାଙ୍କ ଅନ୍ତିମ ଯାତ୍ରା ନାଗପୁର ସ୍ଥିତ ତାଙ୍କ ବାସଭବନରୁ ମୋକ୍ଷ ଧାମ କୁ ବାହାରି ଥିଲା। ପୱନ ଙ୍କ ପୁତ୍ର ପାରସ ମୁଖାଗ୍ନି ଦେଇଥିବା ଜଣା ପଡ଼ିଛି।

ତେବେ ଶୋକାକୁଳ ପରିବାର ଅର୍ଚ୍ଚନା(ପତ୍ନୀ),ପାରସ୍(ପୁତ୍ର), କିସନଲାଲ (ପିତା), ରୋସ୍ନି ଦେବୀ (ମାଁ),ସୁରେଶ(ଶଶୁର),କସ୍ତୁରୀ ଦେବୀ(ଶାଶୁ),ରାଜେଶ(ଭାଇ), ମମତା - ପ୍ରକାଶ (ଭଉଣୀ ଓ ଯୁଆଁଇ), ଅମିତ୍, ଅତୁଲ (ସଲା) ଓ ସମସ୍ତ ପରିବାର ବର୍ଗ ଏବଂ କଣ୍ଟାବାଞ୍ଜି ତାଙ୍କ ସମ୍ପର୍କୀୟ ଙ୍କ ପକ୍ଷରୁ ଅମର ଆତ୍ମା ର ସତଗତି ନିମନ୍ତେ ଭଗବାନଙ୍କୁ ପ୍ରାର୍ଥନା କରାଯାଇଛି।



Edited by k.s thakur...



Post a Comment

Previous Post Next Post