ରେଲ୍ ୱେ ଟ୍ରାକ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ...

ରେଲ୍ ୱେ ଟ୍ରାକ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ...


ଟିଟିଲାଗଡ଼, ୦୩/୦୫: ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ରହେନଭଟା ଗାଁ ନିକଟ ରେଲ୍ ଟ୍ରାକ୍‌ରେ ଜଣେ ଯୁବକଙ୍କ ମୃତଦେହ ପଡ଼ି ରହି ଥିବା ଦେଖିବାକୁ ମିଳିଛି। ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ଜିଆରପି ପୋଲିସ। ମୃତ ଯୁବକଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ତାଙ୍କ ମୃତ୍ୟୁର କାରଣ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । 

            Ad..


ସୂଚନା ଅନୁସାରେ, ରହେନଭଟା ଗାଁ ନିକଟ ରେଲୱେ ଟ୍ରାକ୍‌ରେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । 

        Ad..


ଖବର ପାଇ ଘଟଣାସ୍ଥଳରେ ଜିଆରପି ପୋଲିସ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଜିଆରପି ପୋଲିସ ଘଟଣାର ତଦନ୍ତ ଚଳାଇଛି । ତେବେ ରେଲୱେ ଟ୍ରାକ୍‌ରେ ମୃତଦେହ ପଡ଼ି ରହିଥିବା ବେଳେ ଅନତି ଦୂରରେ ଏକ ବୁଲେଟ୍‌ ଗାଡ଼ି ଥିବା ମଧ୍ୟ ଦେଖିବାକୁ ମିଳିଛି । 



Edited by k.s thakur...



Post a Comment

Previous Post Next Post