ମାରୱାଡ଼ୀ ଯୁବା ମଞ୍ଚ ଓ ପ୍ରଗତି ଶାଖା ତରଫରୁ ଚିରୋପ୍ରାକ୍ଟର ଓ ଏକ୍ୟୁପ୍ରେସର ଚିକିତ୍ସା ଶିବିର ସଫଳ ସମାପନ...
କଣ୍ଟାବାଞ୍ଜି,୨୮/୦୫ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ମାରୱାଡ଼ୀ ଯୁବା ମଞ୍ଚ ଓ ପ୍ରଗତି ଶାଖା ତରଫରୁ ୨୪ ମଇରୁ ୨୭ ମଇ ୨୦୨୫ ପର୍ଯ୍ୟନ୍ତ ହରିଭବନ ଠାରେ ୪ ଦିନିଆ ଚିରୋପ୍ରାକ୍ଟର ଓ ଏକ୍ୟୁପ୍ରେସର ଚିକିତ୍ସା ଶିବିର ସମାପନ ହୋଇଯାଇଛି।
Ad..
ସମାପନୀ କାର୍ଯ୍ୟକ୍ରମ ରେ ମଞ୍ଚ ଅଧ୍ୟକ୍ଷ ମନୀଷ ଅଗ୍ରୱାଲ,ସଚିବ ଗୋପାଳ ଅଗ୍ରୱାଲ, ପ୍ରଗତି ଶାଖା ଅଧ୍ୟକ୍ଷା ରୁଚି ଖଣ୍ଡଳବଲ ସଚିବ ପୂଜା ଅଗ୍ରୱାଲ , ମଞ୍ଚର ପଦାଧିକାରୀ ପୁଷ୍ପକାନ୍ତ ଗୋୟଲ ,ଆରତୀ ମିତ୍ତଳ , କାର୍ଯ୍ୟକ୍ରମ ସଂଯୋଜକ ଆଦି ଶର୍ମା, ତନିଷ୍କ ଅଗ୍ରୱାଲ ପ୍ରମୁଖ ମଞ୍ଚରେ ଉପସ୍ଥିତି ଥିଲେ।
Ad..
ଏହି ଶିବିରରେ ଚିରୋପ୍ରାକ୍ଟର, ଏକ୍ୟୁପ୍ରେସର, ଫାୟାର୍ ଭ୍ୟାକୁଅମ୍ ମେସିନ୍, ଭାଇବ୍ରେସନ୍ ମେସିନ୍ ଭଳି ଆଧୁନିକ ଚିକିତ୍ସା ଉପକରଣ ବ୍ୟବହାର କରି ୧୦୦ରୁ ଉର୍ଦ୍ଧ୍ବ ରୋଗୀଙ୍କ ଚିକିତ୍ସା ପ୍ରଦାନ କରାଯାଇଥିଲା।
ଶିବିରରେ ଡା. ମହେନ୍ଦ୍ର ସିଂହ ଓ ଡା. ରବିନ୍ଦ୍ର ବିଶ୍ନୋଇ , କୈଳାସ କୁମାର ଦ୍ୱାରା ଚିକିତ୍ସା ସେବା ପ୍ରଦାନ କରାଯାଇଥିଲା। ବହୁ ସଂଖ୍ୟକ କଣ୍ଟାବାଞ୍ଜି ବାସିନ୍ଦା ଆଖ ପାଖ ଅଞ୍ଚଳ ସହ ଛତିଶଗଡ଼ ରାୟପୁରରୁ ରୋଗୀ ଆସି ଏହି ଶିବିରରୁ ଉପକୃତ ହୋଇଛନ୍ତି।
କାର୍ଯ୍ୟକ୍ରମର ସହଯୋଗ ଭାବେ ରୋହିତ୍ ଲାଠ ଓ ଶଶାଙ୍କ ମିତ୍ତଲ , ନାରାୟଣ ଅଗ୍ରୱାଲ, ମୋହନ ସୋନି ,ଅନୁପ ଅଗ୍ରୱାଲ ,ଆଶୁତୋଷ ଖେମକା ଓ ରାହୁଲ ସୋନି ମଧ୍ୟ ଉପସ୍ଥିତ ରହି ସହଯୋଗ ଦେଇଥିଲେ।
ରୋଗୀ ଏହି ସେବାମୂଳକ ପଦକ୍ଷେପ ପ୍ରତି ଆଭାର ବ୍ୟକ୍ତ କରିଥିଲେ ଓ ଭବିଷ୍ୟତରେ ମଧ୍ୟ ଏପରି ଆୟୋଜନ ପାଇଁ ଆଶା ପ୍ରକାଶ କରିଛନ୍ତି।
Edited by k.s thakur...



