ଖୁବ୍ ଶୀଘ୍ର ରାଜ୍ୟରେ ଘୋଷଣା ହୋଇପାରେ ୭ ନୂଆ ଏନଏସି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର...

ଖୁବ୍ ଶୀଘ୍ର ରାଜ୍ୟରେ ଘୋଷଣା ହୋଇପାରେ  ୭ ନୂଆ ଏନଏସି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର...

ଭୁବନେଶ୍ଵର,୨୮/୦୫ : ଖୁବ୍ ଶୀଘ୍ର ରାଜ୍ୟରେ ଘୋଷଣା ହୋଇପାରେ ୭ ନୂଆ ଏନଏସି । ବିଜେପି ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଘୋଷଣା ହୋଇପାରେ ନୂଆ ଏନଏସି। ପ୍ରଥମ ପର୍ଯ୍ୟାୟରେ ୭ଟି ନୂଆ ଏନଏସି ଘୋଷଣା ନେଇ ଚର୍ଚ୍ଚା ହେଉଛି। 
Ad..
ଏ ଆଜି ଏନେଇ ଆଜି ସଙ୍କେତ ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।ମନ୍ତ୍ରୀ କହିଛନ୍ତି, ପଞ୍ଚାୟତିରାଜ ବିଭାଗକୁ ତର୍ଜମା ପାଇଁ ପଠାଯାଇଛି। ତେଣୁ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନୂଆ ଏନଏସି ଘୋଷଣା କରିପାରନ୍ତି।
        Ad..
ବିଧାନସଭା ନିର୍ବାଚନ ପୂର୍ବରୁ ତତ୍କାଳୀନ ବିଜେଡି ସରକାର ୨୩ ଜିଲ୍ଲାର ୫୭ ନୂଆ ପୌରସଂସ୍ଥା ଗଠନ ପାଇଁ ଘୋଷଣା କରିଥିଲେ । କିନ୍ତୁ ବିଜେଡି ସରକାର ଏଥିପାଇଁ କୌଣସି ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିନଥିଲା ।

ସୂଚନା ଅନୁସାରେ ପ୍ରାଥମିକ ପର୍ଯ୍ୟାୟରେ, ୭ଟି ନୂଆ ପୌରସଂସ୍ଥା ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପ୍ରସ୍ତାବ ଯାଇଛି । ପଞ୍ଚାୟତିରାଜ ବିଭାଗ ଏ ନେଇ ଆବଶ୍ୟକୀୟ ମଞ୍ଜୁରି ଦେଇସାରିଛି । ଏବେ ଅପେକ୍ଷା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକୁ ।



Edited by k.s thakur...




Post a Comment

Previous Post Next Post