ଫାଇଟର୍ସ ଅଶ୍ଵିନୀ ଦର୍ଜୀ ଟାଇମ୍ସ ଆଇକନ୍ ଅଫ ଓଡ଼ିଶା ସମ୍ମାନରେ ସମ୍ମାନିତ...

ଫାଇଟର୍ସ ଅଶ୍ଵିନୀ ଦର୍ଜୀ ଟାଇମ୍ସ ଆଇକନ୍ ଅଫ ଓଡ଼ିଶା ସମ୍ମାନରେ ସମ୍ମାନିତ...


ବରଗଡ଼,୨୯/୦୫ : ବରଗଡ଼ର ବରିଷ୍ଠ ସାମ୍ବାଦିକ, ସମାଜସେବୀ ତଥା କେନ୍ସର ଫାଇଟର୍ସ ଗ୍ରୁପ୍ ର ପ୍ରତିଷ୍ଠାତା ସଦସ୍ଯ ଅଶ୍ଵିନୀ କୁମାର ଦର୍ଜୀ ଙ୍କୁ ଟାଇମ୍ସ ଆଇକନ୍ ଅଫ ଓଡ଼ିଶା -୨୦୨୫ ଭାବରେ ଟାଇମ୍ସ ଅଫ ଇଣ୍ଡିଆ ଗ୍ରୁପ୍ ପକ୍ଷରୁ ସମ୍ମାନିତ ହୋଇଛନ୍ତି। 

          Ad..


ଭୁବନେଶ୍ୱର ସ୍ଥିତ ହୋଟେଲ ସ୍ୱସ୍ତି ପ୍ରିମିୟମ ଠାରେ ଗତ ୨୮ ତାରିଖରେ ଅନୁଷ୍ଠିତ ସମାରୋହରେ ରାଜ୍ଯ ଶିଳ୍ପ, ସ୍କିଲ ଓ ଟେକ୍ନିକାଲ ଏଜୁକେସନ ମନ୍ତ୍ରୀ ସଂପଦ ସ୍ବାଇଁ ଓ ପଦ୍ମଶ୍ରୀ ଆନ୍ତର୍ଜାତିକ ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଙ୍କ ହାତରେ ଶ୍ରୀ ଦର୍ଜୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। 

        Ad..


ଶ୍ରୀ ଦର୍ଜୀ ନିଜେ ଜଣେ କେନ୍ସର ଫାଇଟର ହୋଇ ବରଗଡ଼ରେ କେନ୍ସର ସରଭାଇଭର ମାନଙ୍କୁ ନେଇ ଫାଇଟର୍ସ ଗ୍ରୁଫ ଗଢ଼ିଛନ୍ତି।ବରଗଡ଼ର ଏହି "ଫାଇଟର୍ସ ଗ୍ରୁଫ" ସମାଜର ଅନ୍ୟ କେନ୍ସର ରୋଗୀଙ୍କୁ ଉତ୍ତମ ଚିକିତ୍ସା ର ଦିଗଦର୍ଶନ ପ୍ରଦାନ ସହିତ ଆର୍ଥିକ ଓ ମାନସିକ ସ୍ତରରେ ସହାୟତା ଯୋଗେଇବା କାର୍ଯ୍ୟ କରିଆସୁଛି। 

ଏପରିକି ବରଗଡ଼ ପରି କେନ୍ସର ପ୍ରବଣ ଜିଲ୍ଲାରେ ଏକ ପୂର୍ଣ୍ଣାଙ୍ଗ ଚିକିତ୍ସା ବିଶିଷ୍ଟ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ପାଇଁ ଲକ୍ଷ୍ୟ ରଖି ଜନମତ ସୃଷ୍ଟି ସାଙ୍ଗକୁ ଆନ୍ଦୋଳନ ମାଧ୍ୟମରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ବରଗଡ଼ରେ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ସମ୍ଭବ ହୋଇପାରିଥିଲା। 

ତାଙ୍କ ନେତୃତ୍ଵରେ କ୍ୟାନ୍ସର ସରଭାଇଭର ମାନେ ସୁସ୍ଥ ସମାଜ ପାଇଁ ଚିନ୍ତା କରି ଅନ୍ୟ ମାନଙ୍କୁ କେନ୍ସର ରୋଗର ସଚେତନତା କରିବା ସହିତ ଅନ୍ୟ କ୍ୟାନ୍ସର ରୋଗୀଙ୍କ ସହଯୋଗ କରିଆସୁଛନ୍ତି। ଶ୍ରୀ ଦର୍ଜୀଙ୍କୁ ରାଜ୍ୟ ସ୍ତରୀୟ ସମ୍ମାନରେ ସମ୍ମାନିତ କରାଯାଇଥିବାରୁ ବିଭିନ୍ନ ମହଲରେ ଆନନ୍ଦ ପ୍ରକାଶ ପାଇ ଅଭିନନ୍ଦନ ଜ୍ଞାପନ କରାଯାଇଛି ।



Report : Bijay ku sahu

Edited by k.s thakur...


Post a Comment

Previous Post Next Post