ସାମ୍ବାଦିକ ସଙ୍ଘ ତରଫରୁ ସାମ୍ବାଦିକ ସୁରକ୍ଷା ଆଇନ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର...

ସାମ୍ବାଦିକ ସଙ୍ଘ ତରଫରୁ ସାମ୍ବାଦିକ ସୁରକ୍ଷା ଆଇନ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର...


କଣ୍ଟାବାଞ୍ଜି,୨୯/୦୫ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସାମ୍ବାଦିକ ସଙ୍ଘ ତରଫରୁ ରାଜ୍ୟ ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ କର୍ମ ବାଦୀଷ୍ଣୁ ଅତ୍ୟାଚାର ଏବଂ ଆକ୍ରୋସ ଶିକାର ହୋଇଥିବା ପରିପ୍ରେକ୍ଷୀରେ ସ୍ଥାନୀୟ ତହସିଲଦାର ବିଶ୍ୱନାଥ ଖାଲଖୋଙ୍କ ଜରିୟା ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। 

Ad..


ସୂଚନା ଯୋଗ୍ୟ ଯେ ଓଡିଶାରେ କାର୍ଯ୍ୟରତ ସାମ୍ବାଦିକମାନେ ଅସୁରକ୍ଷିତ ରହୁଛନ୍ତି। ସାମ୍ବାଦିକ ମାନେ ନିଜ କର୍ମକ୍ଷେତ୍ରରେ ରହିବା ବେଳେ ବିଭିନ୍ନ ସମୟରେ ବିଭିନ୍ନ ସମୟରେ ଆକ୍ରୋଶ ଏବଂ ମରଣାନ୍ତକ ଆକ୍ରମଣର ଶିକାର ହେଉଛନ୍ତି। 

Ad..


ରାଜ୍ୟରେ କାର୍ଯ୍ୟ କରୁଥିବା ପ୍ରିଣ୍ଟ ଏବଂ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ସୁରକ୍ଷିତ ନୁହନ୍ତି। ବିଗତ ଦିନରେ ବଡ ଖବର ଗଣମାଧ୍ୟମର ପ୍ରତିନିଧି ବିଜୟ ପ୍ରଧାନଙ୍କୁ ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅଧିନସ୍ତ କୁଲଥିପାଲିରେ ୪ଜଣ ଅସାମାଜିକ ବ୍ୟକ୍ତି ଖବର ସଂଗ୍ରହ ବେଳେ ଗୋଡହାତ ବାନ୍ଧି ପୂର୍ବ ନିର୍ଦ୍ଧାରିତ ଯୋଜନା ଭାବେ ଆକ୍ରମଣ କରି ନିର୍ଯ୍ୟାତନା ଦେଇଥିଲେ । 

ଏହି ପରି ବିଭିନ୍ନ ସମୟରେ ରାଜ୍ୟର କାର୍ଯ୍ୟରତ ସାମ୍ବାଦିକମାନେ ଏବଂ ତାଙ୍କ ପରିବାର ସୁରକ୍ଷିତ ନ ଥିବାରୁ ସାମ୍ବାଦିକ ଆଇନ ପ୍ରଣୟନ କରି ଦେଶର ୪ର୍ଥ ସ୍ତମ୍ଭ ପ୍ରତି ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ଏହି ସଂଘ ତରଫରୁ ଅନୁରୋଧ ଜଣାଯାଇଛି।

ଏଣୁ ଏହାକୁ ଗୁରୁତ୍ଵର ସହ ବିଚାର କରିବା ସହିତ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ପୂର୍ବରୁ ମଧ୍ୟ ବିଗତ ସରକାରଙ୍କୁ ରାଜ୍ୟର ବିଭିନ୍ନ ସାମ୍ବାଦିକ ସଂଘ/ ସଂଗଠନ ଦାବୀ କରିଆସୁଛନ୍ତି।ତେଣୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସାମ୍ବାଦିକ ସଂଘ ତରଫରୁ ଦାବୀ ଜଣାଯାଇଛି । 

ଏହି ଦାବି ପତ୍ର ଦେବା ସମୟରେ  ଜୀବନନନ୍ଦ ମହାନ୍ତି ,  ମୋହନ ସୋନି, ଗୁରୁଦାୟଲ ହଂସ, ଏସ କେ ସମିମ , କୃତିକର ବାଗ , ବିନୋଦ ସିଂ , କୈଳାସ ସାଗରୀୟ  ପ୍ରମୁଖ ଉପସ୍ଥିତ ଥିଲେ ।




Edited by k.s thakur...



Post a Comment

Previous Post Next Post