ମୁଣ୍ଡ ବିହୀନ ଗଣ୍ଡି ଉଦ୍ଧାର ଘଟଣା, ଜଣେ ଗିରଫ...

ମୁଣ୍ଡ ବିହୀନ ଗଣ୍ଡି ଉଦ୍ଧାର ଘଟଣା, ଜଣେ ଗିରଫ...


ଭବାନୀପାଟଣା,୨୮/୦୫ : କଳାହାଣ୍ଡି ଜିଲ୍ଲା କଳମପୁର ଥାନା ଦେପୁର ଗାଁର ରୂପ ସିଂ ମାଝୀ ନିଖୋଜ ଘଟଣାର ଆଜି ପର୍ଦ୍ଦାଫାଶ ହୋଇଛି। ଘଟଣାର ୧୧ଦିନ ପରେ କଳମପୁର ପୁଲିସକୁ ମିଳିଛି ମୁଣ୍ଡ ବିହୀନ ଗଣ୍ଡି । ତେବେ ଗୁଣି ଗାରେଡିକୁ ନେଇ ହତ୍ୟା କରିଥିବା ସ୍ୱୀକାର କରିଛି ଅଭିଯୁକ୍ତ ଲିଙ୍ଗ ମାଝୀ। ବୁଧବାର ହତ୍ୟାକାରୀକୁ ଆଣି ସିନ୍‌ ରିକ୍ରିଏସନ୍‌ କରିଛି ପୁଲିସ

           Ad..


ସୂଚନା ମୁତାବକ, କଳମପୁର ଥାନା ଦେପୁର ଗାଁର ରୂପ ସିଂ ମାଝୀ ଗତ ୨୦ ତାରିଖ ସନ୍ଧ୍ୟାରୁ ନିଖୋଜ ହୋଇଥିଲେ । ଏନେଇ ପରିବାର ପକ୍ଷରୁ କଳମପୁର ଥାନାରେ ଏତଲା ଦିଆଯାଇଥିଲା । ଏତଲା ଆଧାରରେ ପୁଲିସ ବହୁ ଖୋଜା ଖୋଜି କରିଥିଲା। ହେଲେ ରୂପ ସିଂ ମାଝୀଙ୍କ କୌଣସି ପତ୍ତା ମିଳି ନଥିଲା । 

         Ad..


ଏହାକୁ ନେଇ ପରିବାର ପକ୍ଷରୁ ଥାନା ସମ୍ମୁଖରେ ଧାରଣା ଦେବା ସହିତ ସନ୍ଦେହ କରି ୩ ଜଣ ଯୁବକ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା । ପୁଲିସ ତଦନ୍ତ କ୍ରମେ ଜଣେ ଯୁବକଙ୍କୁ ହାଇଦ୍ରାବାଦରୁ ଗିରଫ କରି ପଚରାଉଚରା କରିଥିଲା। ଗିରଫ ହୋଇଥିବା ଯୁବକ ସେହି ଗାଁର ଲିଙ୍ଗ ମାଝୀ ବୃଦ୍ଧ ରୂପ ସିଂ ମାଝୀଙ୍କୁ ଗୁଣି ଗାରେଡିକୁ ନେଇ ନିଜେ ହତ୍ୟା କରିଥିବା ସ୍ୱୀକାର କରିଥିଲା । 

ତେବେ ବୁଧବାର ହତ୍ୟାକାରୀକୁ ଆଣି ସିନ୍‌ ରିକ୍ରିଏସନ୍ କରିଛି ପୁଲିସ । ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ରରେ ମାରି ପୋଖରୀରେ ମୃତଦେହକୁ ଲୁଚାଇ ଥିବା ଜଣା ପଡିବା ପରେ କଳାହାଣ୍ଡି ପୁଲିସ ସମେତ ବଲାଙ୍ଗୀର ଓଡ୍ରାଫ ଟିମ୍‌ର ସାହାଯ୍ୟରେ ପୋଖରୀ ଭିତରୁ ବୃଦ୍ଧଙ୍କ ମୁଣ୍ଡ ବିହୀନ ମୃତଦେହ ଜବତ ହୋଇଛି । ବର୍ତ୍ତମାନ ବୃଦ୍ଧଙ୍କ ମୁଣ୍ଡକୁ ଖୋଜା ଚାଲିଛି । 



Edited by k.s thakur...



Post a Comment

Previous Post Next Post