ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ଏବଂ ସରକାରୀ ମହିଳା ମହାବିଦ୍ୟାଳୟ ସମ୍ବଲପୁର ମଧ୍ୟରେ ଏମ.ଓ.ୟୁ ସ୍ୱାକ୍ଷରିତ...

ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ଏବଂ ସରକାରୀ ମହିଳା ମହାବିଦ୍ୟାଳୟ ସମ୍ବଲପୁର ମଧ୍ୟରେ ଏମ.ଓ.ୟୁ  ସ୍ୱାକ୍ଷରିତ...


ପଦ୍ମପୁର,୦୫/୦୫ : ଗବେଷଣା ତଥା ଅନ୍ୟାନ୍ୟ ଗୁଣାତ୍ମକ କାର୍ଯ୍ୟାବଳୀ ଗୁଡ଼ିକର ବିକାଶ ଉଦ୍ଦେଶ୍ୟରେ ସରକାରୀ ମହିଳା ମହାବିଦ୍ୟାଳୟ, ସମ୍ବଲପୁର ସହିତ ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁର ର ଏମ.ଓ.ୟୁ  ସ୍ଵାକ୍ଷରିତ ହୋଇଯାଇଛି। 

       Ad..


ଏହି ସ୍ୱାକ୍ଷରନାମା ସମୟରେ ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷା ପ୍ରୋ. ରାଜଶ୍ରୀ ବରାଳ,ଆଇ.କ୍ଯୁ.ଏ. ସି. ସଂଯୋଜକ ଡଃ. ସୁବାସ ଚନ୍ଦ୍ର ଭୋଇ ଏବଂ ଅଞ୍ଚଳ ମହାବିଦ୍ୟାଳୟ ର ଅଧକ୍ଷ ପ୍ରୋ. ଲଳିତ ମୋହନ ପଣ୍ଡା, ଆଇ.କ୍ଯୁ.ଏ. ସି. ସଂଯୋଜକ ପ୍ରୋ. ନବକୃଷ୍ଣ ମିଶ୍ର ଉପସ୍ଥିତ ଥିଲେ ଏବଂ ଉଭୟ ଶିକ୍ଷାନୁଷ୍ଠାନ ମଧ୍ୟରେ ଏମ.ଓ.ୟୁ ର ବିନିମୟ ହୋଇଥିଲା।

Ad.. 


ଏହି ଏମ.ଓ.ୟୁ ପରେ ଉଭୟ ଅନୁଷ୍ଠାନ ର ମିଳିତ ଆନୁକୁଲ୍ୟରେ ବିଭିନ୍ନ ଆଲୋଚନା ଚକ୍ର, କର୍ମଶାଳା, ଗବେଷଣା ଇତ୍ୟାଦି କାର୍ଯକ୍ରମ ଗୁଡ଼ିକର ଆୟୋଜନ କରାଯାଇ ପାରିବ ଯାହା ଦ୍ଵାରା କି ଉଭୟ ଅନୁଷ୍ଠାନର ଉଛଶିକ୍ଷା ର ଗୁଣବତ୍ତା ର ବୃଦ୍ଧି ହେବ ବୋଲି ଆଶା କରାଯାଉଛି।

ଏହି ଏମ.ଓ.ୟୁ ପାଇଁ ଉଭୟ ଅନୁଷ୍ଠାନର ପ୍ରାଧ୍ୟାପକ ଯୋଗେଶ ଚନ୍ଦ୍ର ଭୋଇ,ପ୍ରାଧ୍ୟାପକ ଖଗେଶ୍ବର ଦାଶ, ଡଃ ତୁଷାରକାନ୍ତ ସାହୁ, ଭୋଜରାଜ୍  ରୋହିଦାସ, ପ୍ରଶାନ୍ତ ସାହୁ, ଡଃ ଭେଙ୍କଟେଶ୍ୱର ମେହେର, ସଞ୍ଜୟ ପଟ୍ଟନାୟକ, ସସ୍ମିତା ମେହେର ଙ୍କ ସମେତ ସମସ୍ତ ପ୍ରଧ୍ୟାପକ, ପ୍ରଧ୍ୟାପିକ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post